ଗ୍ଲୋବାଲ ଓ୍ବାର୍ମିଂର ପ୍ରଭାବ: ଅଣ୍ଟାର୍କଟିକାରେ ଧ୍ୱଂସ ହେବାରେ ଲାଗିଛି ପେଙ୍ଗୁଇନ୍‌ ଆଶ୍ରୟ ସ୍ଥଳ

ଓ୍ବାଶିଂଟନ,୨୭।୪: ଗ୍ଲୋବାଲ ଓ୍ବାର୍ମିଂର ପ୍ରଭାବରେ ଜଳଜୀବ ପ୍ରଜାତି ସମେତ ପେଙ୍ଗୁଇନ୍‌ ବଂଶ ଏବେ ବିଳୁପ୍ତି ଦ୍ୱାରା ଦେଶରେ ପହଞ୍ଚିଛି। ଇତିମଧ୍ୟରେ କେତେକ ପ୍ରଜାତିର ଜଳଜୀବ ଏବଂ ଉଦ୍ଭିଦ ଲୋପ ମଧ୍ୟ ହୋଇସାରିଛନ୍ତି। ୨୦୧୬ରେ ଅଣ୍ଟାର୍କଟିକାରେ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଝଡ଼ ସୃଷ୍ଟି ହୋଇଥିଲା। ଏହାଯୋଗୁ ହିମ ପାହାଡ଼ ତରଳିବାରେ ଲାଗିଥିଲା। ୨୦୧୭ ଏବଂ ୨୦୧୮ରେ ଏଠାରେ ଏହି ଧାରା ଜାରି ରହିଛି। ଫଳରେ ଏଠାରେ ବାସ କରୁଥିବା ପେଙ୍ଗୁଇନ୍‌ ବଂଶ ଅନ୍ୟ ଅଞ୍ଚଳକୁ ସ୍ଥାନାନ୍ତରିତ ହେବାରେ ଲାଗିଛନ୍ତି। କେତେକ ପେଙ୍ଗୁଇନ୍‌ ପରିବର୍ତ୍ତିତ ପରିବେଶରେ ଖାପଖୁଆଇ ନ ଚଳିପାରି ମରି ଯାଇଥିବା ବିଶେଷଜ୍ଞ ସୂଚନା ଦେଇଛନ୍ତି। ଉପଗ୍ରହରୁ ମିଳିଥିବା ଚିତ୍ରରୁ ଜଣାପଡ଼ିଛି ଯେ, ପେଙ୍ଗୁଇନ୍‌ ଏବେ ଅନ୍ୟ ଉପଯୁକ୍ତ ସ୍ଥାନ ସନ୍ଧାନରେ ଅଛନ୍ତି। ଯଦି ସେମାନଙ୍କୁ ଉପଯୋଗୀ ଆଶ୍ରୟ ସ୍ଥଳ ନ ମିଳେ ତେବେ ଏହି ପ୍ରଜାତି ପାଇଁ ବିପଦ ସୃଷ୍ଟି ହେବ ବୋଲି ବ୍ରିଟିଶ୍‌ ଅଣ୍ଟାର୍କଟିକା ସର୍ଭେ(ବିଏଏସ୍‌) ପକ୍ଷରୁ କୁହାଯାଇଛି। ଏଠାରେ ପୂର୍ବରୁ ୨୫ ହଜାରୁ ଅଧିକ ପେଙ୍ଗୁଇନ୍‌ ଥିଲେ। ମାତ୍ର ବର୍ତ୍ତମାନ ସେମାନଙ୍କ ସଂଖ୍ୟା ଧୀରେଧୀରେ କମିବାରେ ଲାଗିଥିବା ବିଏଏସ୍‌ ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ପୂର୍ବରୁ କରାଯାଇଥିଲା ତୁର୍କୀ-ସିରିଆ ବିନାଶକାରୀ ଭୂକମ୍ପର ଭବିଷ୍ୟବାଣୀ

ଆମଷ୍ଟରଡମ,୭ ।୨: ତୁର୍କୀ ଓ ସିରିଆରେ ସୋମବାର ଆସିଥିବା ଭୂକମ୍ପରେ ଏବେ ପର୍ଯ୍ୟନ୍ତ ପ୍ରାୟ ୪୩୬୫ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି । ଆହୁରି...

ଖବରଦାତାଙ୍କ ପଇଁ ପାକିସ୍ତାନ ଏବେବି ବିପଦପୂର୍ଣ୍ଣ ଦେଶ, ୨୦୦୩ରୁ ଏବେ ପର୍ଯ୍ୟନ୍ତ ୯୩ ହତ୍ୟା

ଇସଲାମାବାଦ,୬ ।୧: ଖବରଦାତାଙ୍କ ପାଇଁ ପାକିସ୍ତାନ ଏବେବି ବିପଦପୂର୍ଣ୍ଣ ଦେଶ ମଧ୍ୟରୁ ଗୋଟିଏ ଭାବେ ଗଣା ଯାଉଛି । ରିପୋଟର୍ସ ୱିଦାଉଟ ବର୍ଡର୍ସର ରିପୋର୍ଟ ଅନୁଯାୟୀ,...

ବିଲ୍‌ ଗେଟ୍ସ ତିଆରି କଲେ ରୁଟି, ଭିଡିଓ ଦେଖି ମୋଦି କହିଲେ ଏମିତି…

ନୂଆଦିଲ୍ଲୀ,୪ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ରୁଟି ତିଆରି କରିବାର ଏକ ଭିଡିଓ ଦେଖି ପ୍ରଶଂସା କରିଛନ୍ତି। ମାଣ୍ଡିଆରେ ଡିସ୍‌ ତିଆରି...

ସିରିୟାକୁ ରାସାୟନିକ ଅସ୍ତ୍ର ଯୋଗାଇବା ଅଭଯୋଗରେ ଜଣେ ଗିରଫ

ପ୍ୟାରିସ,୨୮ ।୧୨: ଫ୍ରାନ୍ସର ଯାଞ୍ଚ ଏଜେନ୍ସି ସୋମବାର ସୂଚନା ଦେଇଛି କି ସିରିୟାର ଅଧିକାରୀଙ୍କୁ ରାସାୟନିକ ଅସ୍ତ୍ରରେ ବ୍ୟବହାର କରାଯାଉଥିବା ସାମଗ୍ରୀକୁ ଯୋଗାଇ ଦେବା ସନ୍ଦେହ...

ଏକ ଛତ୍ରବାଦୀ ଶାସକ କିମ୍‌ଙ୍କ ନୂଆ ଆଦେଶ: ପୋଷା କୁକୁରକୁ ହତ୍ୟାକରି ଖାଇବେ ଲୋକେ

ସିଓଲ, ୧୯।୮: ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଏବେ ଦେଶରେ ନୂଆ ଆଦେଶ ଜାରି କରିଛନ୍ତି। ନୂଆ ଆଦେଶ ଅନୁସାରେ ଘରେ ପୋଷା...

ସୁରକ୍ଷା ପରିଷଦ ବୈଠକ ଡକାଇଲା ରୁଷିଆ: ଆମେରିକା-ବ୍ରିଟେନ କଲେ ଗୃହତ୍ୟାଗ…

ମସ୍କୋ,୬।୪ : ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ବର୍ତ୍ତମାନ ରୁଷିଆ କରୁଛି। ୟୁକ୍ରେନ ସହିତ ଯୁଦ୍ଧ ଜାରି ରହିଥିବା ସମୟରେ ରୁଷିଆ ସୁରକ୍ଷା ପରିଷଦର...

ଯୁବକଙ୍କ ବାଇକ୍‌ କିଣିବା ନିଶା, ମା’-ବାପାଙ୍କ ଅସ୍ଥି ବିକିବାକୁ ଖୋଳିଲେ କବର

ଆଜିକାଲି ଲୋକେ ଟଙ୍କା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି। ଏହାର ଏକ ସଦ୍ୟତମ ଉଦାହରଣ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଛି। ମେଜାମ୍ବିକ୍ୟୁରେ ଜଣେ...

ମାତ୍ର ୧୫ ମିନିଟ୍‌ରେ କରୋନାକୁ ହରାଇଥିଲେ ପୁଅ: ଟ୍ରମ୍ପ

ନ୍ୟୁୟର୍କ,୨୮।୧୦: ଆସନ୍ତା ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ ପ୍ରଚାର ଜୋରଦାର ଚାଲିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ...

Advertisement
Archives

Model This Week