Posted inଖେଳ

ଗ୍ରେଡ୍‌ ‘ବି’କୁ ଖସିଲେ ମିତାଲି

ନୂଆଦିଲ୍ଲୀ, ୧୭।୧(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) କେନ୍ଦ୍ରୀୟ ଚୁକ୍ତିରେ ଗ୍ରେଡ୍‌ ‘ଏ’ରୁ ଖସି ଗ୍ରେଡ୍‌ ‘ବି’ରେ ସ୍ଥାନ ପାଇଛନ୍ତି ଭେଟେରାନ ମହିଳା କ୍ରିକେଟର ମିତାଲି ରାଜ। ତେବେ ରାଧା ଯାଦବ ଓ ତାନିୟା ଭାଟିଆ ଗ୍ରେଡ୍‌ ‘ବି’କୁ ଉନ୍ନୀତ ହୋଇଛନ୍ତି। ଗତ ସେପ୍ଟେମ୍ବରରେ ଟି୨୦ରୁ ଅବସର ନେଇଥିବା ୩୭ ବର୍ଷୀୟା ମିତାଲି ଦିନିକିଆ କ୍ରିକେଟ ଦଳର ଅଧିନାୟିକା ଅଛନ୍ତି। ୨୦୨୧ ବିଶ୍ୱକପ ପର୍ଯ୍ୟନ୍ତ ସେ ନିଜ ପଦ ବଜାୟ ରଖିବା ଆଶା କରାଯାଉଛି। ଟି୨୦ ଅଧିନାୟିକା ହରମନପ୍ରୀତ କୌର ଗ୍ରେଡ୍‌ ‘ଏ’ରେ ସ୍ଥାନ ବଜାୟ ରଖିଛନ୍ତି। ରାଧା ଓ ତାନିଆ ଗତବର୍ଷ ଗ୍ରେଡ୍‌ ‘ସି’ରେ ଥିଲେ। ୧୫ ବର୍ଷୀୟା ଶେଫାଳି ବର୍ମା ଓ ହାର୍ଲିନ ଦେଓଲ ପ୍ରଥମଥର ପାଇଁ କେନ୍ଦ୍ରୀୟ ଚୁକ୍ତିରେ ସାମିଲ ହୋଇଛନ୍ତି। ଗତବର୍ଷ ଭାରତୀୟ ସିନିୟର ଦଳରେ ଖେଳିବା ଆରମ୍ଭ କରିଥିବା ଶେଫାଳି ପ୍ରଭାବୀ ବ୍ୟାଟିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ନିକଟରେ ବ୍ରିସବେନଠାରେ ସେ ଅଷ୍ଟ୍ରେଲିଆ ‘ଏ’ ବିପକ୍ଷରେ ୧୨୪ ରନ ସ୍କୋର କରିଥିଲେ। ଏହି ଓପନର ଆସନ୍ତା ଟି୨୦ ବିଶ୍ୱକପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ଆଶା। ମୋନା ମେଶ୍ରମ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍‌ ପଡ଼ିଛନ୍ତି।
ଗ୍ରେଡ୍‌ ‘ଏ’(୫୦ ଲକ୍ଷ): ହରମନପ୍ରୀତ କୌର, ସ୍ମୃତି ମନ୍ଧାନା, ପୁନମ ଯାଦବ।
ଗ୍ରେଡ୍‌ ‘ବି’(୩୦ ଲକ୍ଷ): ମିତାଲି ରାଜ, ଝୁଲଣ ଗୋସ୍ବାମୀ, ଏକତା ବିସ୍ତ, ରାଧା ଯାଦବ, ତାନିୟା ଭାଟିଆ, ଶିଖା ପାଣ୍ଡେ, ଜେମିମା ରୋଡ୍ରିଗ୍ବେଜ, ଦୀପ୍ତି ଶର୍ମା।
ଗ୍ରେଡ୍‌ ‘ସି’(୧୦ ଲକ୍ଷ): ବେଦ କ୍ରିଷ୍ଣମୂର୍ତ୍ତି, ପୁନମ ରାଉତ, ଅନୂଜା ପାଟିଲ, ମାନସୀ ଜୋଶୀ, ଡି. ହେମଲତା, ଅରୁନ୍ଧତୀ ରେଡ୍ଡୀ, ରାଜେଶ୍ୱରୀ ଗାଏକ୍ୱାଡ, ପୂଜା ବସ୍ତ୍ରକାର, ହାର୍ଲିନ ଦେଓଲ, ପ୍ରିୟା ପୁନିଆ, ଶେଫାଳି ବର୍ମା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri