Posted inଖେଳ

ଗ୍ରୀସ୍‌ରେ ଅଲିମ୍ପିକ ମଶାଲ ରିଲେ ବାତିଲ

ଏଥେନ୍ସ,୧୪ା୩ (ଏଏଫ୍‌ପି)- ଟୋକିଓ ଗେମ୍ସ ୨୦୨୦ ପାଇଁ ଗ୍ରୀସ୍‌ରେ ଅବଶିଷ୍ଟ ଅଲିମ୍ପିକ ମଶାଲ ରିଲେକୁ ବାତିଲ କରାଯାଇଥିବା ଗ୍ରୀକ୍‌ ଅଲିମ୍ପିକ କମିଟି ଶୁକ୍ରବାର ପ୍ରକାଶ କରିଛି। କରୋନା ଭାଇରସ୍‌ ଆଶଙ୍କାକୁ ଭୂକ୍ଷେପ ନ କରି ମଶାଲ ରିଲେ ଦେଖିବା ଲାଗି ଜନତାଙ୍କ ଭିଡ଼ ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଅଲିମ୍ପିକ ମଶାଲ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ମାର୍ଚ୍ଚ ୧୯ରେ ଟୋକିଓ ଗେମ୍ସ ଆୟୋଜକଙ୍କୁ ହସ୍ତାନ୍ତର କରାଯିବ ବୋଲି କମିଟି କହିଛି। ଗ୍ରୀସ୍‌ରେ କରୋନା ଭାଇରସ୍‌ ଦ୍ୱାରା ପୀଡ଼ିତଙ୍କ ସଂଖ୍ୟା ୧୧୭ରେ ପହଞ୍ଚତ୍ଛି। ସେମାନଙ୍କ ମଧ୍ୟରୁ ଜଣେ ୧୦ ଦିନ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ମୃତ୍ୟୁ ବରଣ କରିଛି। ବାରଣ ସତ୍ତ୍ୱେ ସ୍ପାର୍ଟା ସହରରେ ହଲିଉଡ୍‌ ଅଭିନେତା ଜେରାର୍ଡ ବଟଲରଙ୍କ ଦ୍ୱାରା କଲଡ୍ରନରେ ଅଗ୍ନୀ ସଂଯୋଗ ଦୃଶ୍ୟକୁ ଦେଖିବାଲାଗି ବହୁ ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଏହି କାରଣରୁ ଗ୍ରୀକ୍‌ ଅଲିମ୍ପିକ କମିଟି ଦେଶରେ ଅବଶିଷ୍ଟ ଅଲିମ୍ପିକ ମଶାଲ ରିଲେକୁ ବାତିଲ କରିବା ଲାଗି ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ବାମୀଙ୍କୁ ଶୀଘ୍ର ଘରକୁ ଆସିବା ପାଇଁ ଆକୁଳ ନିବେଦନ କଲେ ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଶେଷ ହୋଇଛି। ୪ଟି ମ୍ୟାଚରେ ୩୨ ଉଇକେଟ ଏବଂ ଗୋଟିଏ ଶତକ ମାରିଥିବା ରବିଚନ୍ଦ୍ରନ ଅଶ୍ୱିନଙ୍କୁ ମ୍ୟାନ...

ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବା ପରେ ରାୟୁଡୁଙ୍କ ଅବସର

ନୂଆଦିଲ୍ଲୀ,୩।୭(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳରୁ ବାଦ୍‌ ପଡ଼ିବା ପରେ ମିଡ୍‌ଲ ଅର୍ଡର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।...

ଜାତୀୟ ସିନିୟର ଟେନିସ କ୍ରିକେଟ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୨୧।୫(କ୍ରୀଡ଼ା ପ୍ରତିନିଧି)- ଚଳିତ ମାସ ୨୩ରୁ ୨୬ ପର୍ଯ୍ୟନ୍ତ ଗୋଆର ପଞ୍ଜିମ୍‌ଠାରେ ୪ର୍ଥ ଜାତୀୟ ସିନିୟର ଟେନିସ କ୍ରିକେଟ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥିପାଇଁ...

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ଆସିବେନି ଉଗାଣ୍ଡା, ଜର୍ସି: ଆଶଙ୍କାରେ ପାକିସ୍ତାନ

କଟକ ଅଫିସ,୧୪ା୭- ହଜାର ବର୍ଷର ପୁରୁଣା ସହର ଭାବେ ପରିଚିତ କଟକରେ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ କ୍ରୀଡ଼ାର ୨୧ତମ ସଂସ୍କରଣ।...

ଦୁଃସାହସର ଅନ୍ୟନାମ କଳ୍ପନା

ଭୁବନେଶ୍ୱର,୨୪।୫(ସ୍ପୋଟର୍‌ସ ବ୍ୟୁରୋ)- (୧୯୬୬ ଜୁଲାଇ ୭ରୁ ୨୦୧୯ ମେ ୨୩) ଓଡ଼ିଶା କ୍ରୀଡ଼ା ପାଇଁ ଗୁରୁବାର ଆସିଛି ଏକ ଖରାପ ଖବର। ଦୁଃସାହସିକ କ୍ରୀଡ଼ାରେ ଓଡ଼ିଶା...

ସୂର୍ଯ୍ୟକୁମାରଙ୍କ ପାଇଁ ବଳିଦାନ ଦେବାକୁ ପ୍ରସ୍ତୁତ କୋହଲି

ପୁଣେ,୨୨।୩ : ଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ଦେବା ପାଇଁ ଅଧିନାୟକ ବିରାଟ କୋହଲି ବଳିଦାନ ଦେଇପାରିବେ। ସୂର୍ଯ୍ୟ ଏବେ ଯେଉଁ ଭଳି ଖେଳୁଛନ୍ତି, ସେଭଳି...

ୟୁଏଇରେ ଭାବିପତ୍ନୀଙ୍କୁ ମନେ ପକାଇଲେ ୟୁଜବେନ୍ଦ୍ର: ଧନଶ୍ରୀ ଦେଲେ ଏଭଳି ଜବାବ

ନୂଆଦିଲ୍ଲୀ,୨୮।୮: କିଛିଦିନ ପୂର୍ବେ ପ୍ରେମିକା ଧନଶ୍ରୀ ବର୍ମାଙ୍କ ସହ ନିର୍ବନ୍ଧ କରିଛନ୍ତି ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ। ସେବେଠାରୁ ସୋସିଆଲ ମିଡିଆରେ ଭାବିପତ୍ନୀଙ୍କ ସହ ସେ...

ସୁନ୍ଦରଙ୍କ ଚମତ୍କାର ଇନିଂସ: ଭାରତ ପ୍ରଥମ ଇନିଂସରେ ୩୩୭ ରନ୍‌ରେ ଅଲଆଉଟ୍‌

ଚେନ୍ନାଇ,୮।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚେନ୍ନାଇରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୩୩୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଇଂଲଣ୍ଡର ପ୍ରଥମ ଇନିଂଶ...

Advertisement
Ten Cric Info


Archives

Model This Week