Posted inକଟକ

ଗ୍ରୀନ୍‌ ଜୋନ୍‌ରେ ବଢୁଛି କରୋନା ଆଶଙ୍କା: ସରକାରୀ ଅନୁଷ୍ଠାନରେ ରହୁନି ସାମାଜିକ ଦୂରତ୍ୱ

କଟକ ଅଫିସ,୧୭ା୫-ଗ୍ରୀନ୍‌ ଜୋନ୍‌ରେ ଲକଡାଉନ କଟକଣା କୋହଳ ହେବା ପରେ କରୋନା ସଂକ୍ରମଣରେ ଆଶଙ୍କା ବଢ଼ିବାରେ ଲାଗିଛି। ଏହି ଜୋନ୍‌ରେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି କରିବାକୁ ସରକାରୀ ନିର୍ଦ୍ଦେଶ ରହିଛି। କିନ୍ତୁ ଏହି ଜୋନ୍‌ରେ ଉପରୋକ୍ତ ନିର୍ଦ୍ଦେଶ ସବୁ ବାରମ୍ବାର ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳୁଛି।
କଟକରେ ଲକ୍‌ଡାଉନ କଟକଣା କୋହଳ ହେବା ପରେ ଦୋକାନ ବଜାର ପୁନର୍ବାର ଖୋଲିଛି। ଏହି ପରିପ୍ରେକ୍ଷୀରେ କିଛି କଟକଣା ମଧ୍ୟ ଜାରି ହୋଇଛି। କଟକ ମହାନଗର ନିଗମ (ସିଏମ୍‌ସି) ବ୍ୟବସାୟ କ୍ଷେତ୍ରରେ ଲୋକଙ୍କୁ ସାମାଜିକ ଦୂରତ୍ୱ ରଖିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛି। କେହି ଦୋକାନୀ ନିୟମ ଭାଙ୍ଗିଲେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି। ସିଏମ୍‌ସି ଏନେଇ ଜରିମାନା ଆଦାୟ କରିବା ସହ ବହୁ ଦୋକାନ ସିଲ୍‌ କରିଛି। କିନ୍ତୁ ଏହି ଗାଇଡ୍‌ଲାଇନକୁ ଖୋଦ୍‌ ଅନେକ ସରକାରୀ ଅନୁଷ୍ଠାନ ମାନୁନାହାନ୍ତି। କଟକ ଜିଲାପାଳ କାର୍ଯ୍ୟାଳୟ, ସିଏମ୍‌ସିର ବିକାଶ ଭବନ ଓ ସହରରେ ଥିବା ବିଭିନ୍ନ ବ୍ୟାଙ୍କରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଉନାହିଁ। ସିଏମ୍‌ସିର ଏନଫୋର୍ସମେଣ୍ଟ ଟିମ ଗତ ୧୦ ଦିନ ମଧ୍ୟରେ ୬ରୁ ଉର୍ଦ୍ଧ୍ୱ ଦୋକାନରେ ଚଢାଉ କରି ଜରିମାନା ଆଦାୟ କରିଛି। ସେହିପରି ମାସ୍କ ବ୍ୟବହାର କରୁ ନ ଥିବା ଲୋକଙ୍କଠାରୁ ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ କରାଯାଇଛି। ଶୁକ୍ରବାର ଚୌଧୁରୀ ବଜାର, ଦୋଳମୁଣ୍ଡାଇ ଓ ନନ୍ଦୀସାହିର ୩ଟି ଦୋକାନ ଉପରେ ଚଢ଼ାଉ କରାଯାଇ ତାକୁ ସିଲ୍‌ କରାଯାଇଛି। ପୋଲିସ ମଧ୍ୟ ପ୍ରତିଦିନ ନିୟମ ଭାଙ୍ଗୁଥିବା ଚାଳକଙ୍କଠାରୁ ଜରିମାନା ଆଦାୟ କରୁଛି। ମାତ୍ର ଏବେ ସୁଦ୍ଧା କୌଣସି ସରକାରୀ ଅନୁଷ୍ଠାନରେ ଚଢ଼ାଉ ହେଉନାହିଁ। ସେଠାରେ ପ୍ରତିଦିନ ଲୋକଙ୍କ ଭିଡ଼ ହେବା ସହ ଏହା ଗ୍ରୀନ୍‌ ଜୋନ୍‌ ଥିବା କଟକରେ କରୋନା ସଂକ୍ରମଣର ଆଶଙ୍କାକୁ ବଢ଼ାଇଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?