ଗ୍ରାମାଞ୍ଚଳରେ ପାନୀୟଜଳ ସମସ୍ୟା

ଝୁମ୍ପୁରା, ୨୪।୯ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏହି ଅଞ୍ଚଳରେ ବିଭିନ୍ନ ପ୍ରକାର ସମସ୍ୟା ଲାଗିରହିଥିବାବେଳେ ପାନୀୟଜଳ ସମସ୍ୟା ଏଠାରେ ଉତ୍କଟ ରୂପ ଧାରଣ କରିଛି। ଲୋକେ ପାନୀୟଜଳ ପାଇଁ ନାଳ, ପୋଖରୀ ସହ ଦୂଷିତ ଚୂଆପାଣିକୁ ଭରସା କରି ଚାଲିଛନ୍ତି। ନଳକୂପ ଥିଲେ ମଧ୍ୟ ଖରାପ ହୋଇପଡ଼ିରହିଛି। ଏହାର ମରାମତି କରାଯାଉନାହିଁ। ପାଇପ ଯୋଗେ ପାନୀୟ ଜଳ ପ୍ରକଳ୍ପ ଗୁଡିକ ଚାଲିଥିଲେ ହେଁ, ମରାମତି ଅଭାବରୁ ଦିନ ଦିନ ଧରି ବନ୍ଦ ପଡିବା, ସୋଲାର ସିଷ୍ଟମ ନଳକୂପ ଖରାପ ହେଲେ ସଜଡା ଯାଉନାହିଁ।
ଝୁମ୍ପୁରା ବ୍ଲକର ୨୨ଟି ପଞ୍ଚାୟତରେ ସମୁଦାୟ ୧୫୪ଟି ଗ୍ରାମ ରହିଥିବାବେଳେ, ସେଥିମଧ୍ୟରୁ ୧୫୦ଟି ଗ୍ରାମ ହେଉଛି ରାଜସ୍ବ ଗ୍ରାମ। ଅନ୍ୟ ୪ଟି ଗ୍ରାମ ଜନ ଶୂନ୍ୟ। ମିଳିଥିବା ସୂଚନା ଅନୁଯାୟୀ ଏହି ୧୫୦ ଗ୍ରାମର ଲୋକସଂଖ୍ୟା ପ୍ରାୟ ୧ଲକ୍ଷ ୧୪ହଜାର। ସମୁଦାୟ ବ୍ଲକରେ ୧୫୮୫ ନଳକୂପ ଥିଲେ ମଧ୍ୟ ସେଥିମଧ୍ୟରୁ ପ୍ରାୟ ନଳକୂପ ସମ୍ପୂର୍ଣ୍ଣ ଅଚଳ ହୋଇଥିବାବେଳେ କେତେକ ପୋତି ହୋଇ ପଡିଲାଣି। କିନ୍ତୁ ଏହି ସୂଚନା ପାନୀୟ ଜଳ ବିଭାଗ ପାଖରେ ନାହିଁ। ପାଇପ ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ ସୂଚନା ଅନୁସାରେ ୩୧ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ଅଛି। ଯାହା ଦ୍ୱାରା କି ୫୦ହଜାର ବାସିନ୍ଦା ପାନୀୟ ଜଳ ପାଇ ପାରିବେ ବୋଲି ଲକ୍ଷ୍ୟ ରଖାଯାଇଛି। ହେଲେ ଖେଣ୍ଡରା, ନହବେଡା, ଅଶୁକି ଆଦି ଗ୍ରାମରେ ଥିବା ପାନୀୟଜଳ ପ୍ରକଳ୍ପ ଗୁଡିକ ବହୁ ସମୟରେ ଅଚଳ ହୋଇ ପଡୁଥିବା ଅଭିଯୋଗ ରହିଛି। ସେହିପରି ଜଙ୍ଗଲାଞ୍ଚଳରେ ଅବସ୍ଥିତ ବସନ୍ତପୁର, ନୟାଗଡ, ମଲଦା, କୁଟୁଗାଁ ପଞ୍ଚାୟତ ଗୁଡିକରେ ରହିଥିବା ଗ୍ରାମ ଗୁଡିକରେ ୧୫୨ଟି ସୋଲାର ସିଷ୍ଟମ ନଳକୂପ କରାଯିବାର ଯୋଜନା କରାଯାଇ ଏକ କମ୍ପାନୀକୁ ଟେଣ୍ଡର ଦିଆଯାଇଥିଲା। ଜିଲା ଖଣିଜ ପାଣ୍ଠିରୁ ପ୍ରତ୍ୟେକ ସୋଲାର ସିଷ୍ଟମ ନଳକୂପ ପାଇଁ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦ ରହିଛି। ଏହା ମଧ୍ୟରେ ୨ବର୍ଷ ବିତିଲାଣି ବର୍ତ୍ତମାନ ୭୬ଟି ସୋଲାର ସିଷ୍ଟମ ନଳକୂପ କାର୍ଯ୍ୟକ୍ଷମ ହୋଇ ପାରିଛି। ମଲଦା ପଞ୍ଚାୟତରେ ଗୋଟିଏ ହେଲେ ସୋଲାର ନଳକୂପ କାର୍ଯ୍ୟକ୍ଷମ ହୋଇ ନ ଥିବାର ସୂଚନା ମିଳିଛି। ବସନ୍ତପୁର ପଞ୍ଚାୟତରେ ଓଭରହେଡ ଟାଙ୍କି ଫାଟି ଯାଇ ପାଣି ବୋହି ଯାଉଛି। ସେହିପରି କୁଟୁଗାଁ ଏବଂ ନୟାଗଡ ପଞ୍ଚାୟତରେ କେତେକ ସୋଲାର ସିଷ୍ଟମରୁ ପାଣି ବାହାରୁ ନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ପାନୀୟ ଜଳ ସମସ୍ୟା ଅଭିଯୋଗ ଉପରେ ବିଭାଗୀୟ ଯନ୍ତ୍ରୀ ମୋହନ ସିଂ ଏବଂ ଶୁଭସ୍ମିତା ଖମାରୀଙ୍କୁ ପଚାରିବାରୁ ପାଇପ ଯୋଗେ ପାନୀୟ ଜଳ ପ୍ରକଳ୍ପ ଏବଂ ସୋଲାର ସିଷ୍ଟମ ନଳକୂପ ପାଇଁ ଟେଣ୍ଡର ନେଇଥିବା ଠିକାଦାର ମାନେ ଧାର୍ଯ୍ୟ ସମୟରେ ପ୍ରକଳ୍ପ କାମ ସାରିପାରୁ ନାହାନ୍ତି। ନିର୍ଦ୍ଦିଷ୍ଟ ସମୟ ସୀମା ପର୍ଯ୍ୟନ୍ତ ମରାମତି ଦାୟିତ୍ୱ ସେମାନଙ୍କର ରହିଥିଲେ ମଧ୍ୟ କାମ କରୁ ନାହାନ୍ତି। ଏ ନେଇ ବାରମ୍ବାର ରିପୋର୍ଟ କରାଯାଉଛି ଏହା ବ୍ୟତୀତ ଆମେ କଣ କରି ପାରିବୁ ବୋଲି ସେମାନେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ

ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ବୈତରଣୀ ନଦୀ ପାର୍‌ ହୋଇଆସିଲା ହାତୀ: ଲୋକେ ଭୟଭୀତ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀଟି ବ୍ଲକ ଅଧୀନ ବିଭିନ୍ନ ଗାଁ ଏବଂ ଛକ ବଜାରରେ ବୁଲୁଥିବାବେଳେ...

PEOଙ୍କ ଘରେ ପଶିଲା ଭିଜିଲାନ୍ସ: ଜାରି ରହିଛି ଚଢାଉ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ବସନ୍ତିଆସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri