ଗ୍ରାମରୁ ବିଦ୍ୟୁତ୍‌ ସଂଯୋଗ କାଟିଦେଇଛି ସାଉଥ୍‌କୋ: ସନ୍ଧ୍ୟା ହେଲେ ଖୋଜାପଡୁଛି ଡିବି, ଲଣ୍ଠନ

କୋରୁକୋଣ୍ଡା,୧୪।୧(ଡି.ଏନ୍‌.ଏ.)-ଗ୍ରାମରେ ବିଦ୍ୟୁତ୍‌ ସଂଯୋଗ ଥାଇ ମଧ୍ୟ ଗ୍ରାମବାସୀ ସନ୍ଧ୍ୟା ହେଲେ ସବୁଦିନ ହଇରାଣ ହେଉଛନ୍ତି। ଡିବି, ଲଣ୍ଠନ ଲଗାଇ ଚଳୁଛନ୍ତି। ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କାୈଣସି ସୁଫଳ ମିଳୁନାହିଁ। ଏପରି ଦେଖିବାକୁ ମିଳିଛି ମାଲକାନଗିରି ଜିଲା କୋରୁକୋଣ୍ଡା ପଞ୍ଚାୟତର ବୁଦୁଗୁଡା ଗ୍ରାମରେ। ଏହି ଗ୍ରାମକୁ ୭ ବର୍ଷ ତଳେ ବିଦ୍ୟୁତ୍‌ ସଂଯୋଗ ହୋଇଥିଲା। ବିଦ୍ୟୁତ୍‌ ସଂଯୋଗ ପରେ ଗ୍ରାମବାସୀ ନିଜ ଘରେ ବ୍ୟବହାର ପାଇଁ ଟିଭି, ଫ୍ରିଜ ଆଦି କିଣିଥିଲେ। ଏବେ ୬ମାସ ହେବ ଏସବୁ ବିଦ୍ୟୁତ୍‌ ଉପକରଣ ଅକାମୀ ହୋଇପଡିଛି। ପ୍ରତି ଘରେ ସଞ୍ଜ ହେଲେ ଲାଗୁଛି ଡିବି, ଲଣ୍ଠନ। ଟିଭି ଥାଇ ଖବର ଜାଣିବା ପାଇଁ ଲାଗୁଚି ରେଡିଓ। ୬ମାସ ହେବ ଗ୍ରାମରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ବିଦ୍ୟୁତ୍‌ ନ ଥିବା ହେତୁ ପିଲାମାନେ ପାଠ ପଢିବା ପାଇଁ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ଧାର ଯୋଗୁ ରାତିରେ ସାପ, ଭାଲୁ ଆଦି ଜନ୍ତୁଙ୍କ ଭୟ ରହିଛି। ଏନେଇ ଗ୍ରାମବାସୀ ବାରମ୍ବାର ସାଉଥ୍‌ କୋ ଏସଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏନେଇ ଏସଡିଓ ପ୍ରମୋଦ କୁମାର ନାୟକଙ୍କୁ ପଚାରିବାରୁ ସେ କହିଲେ ଯେ, ବୁଦୁଗୁଡା ଗ୍ରାମବାସୀ ଦୀର୍ଘଦିନ ଧରି ବିଦ୍ୟୁତ୍‌ ବିଲ୍‌ ପୈଠ କରି ନ ଥିବାରୁ ବିଦ୍ୟୁତ୍‌ କାଟ କରାଯାଇଛି। ଅନ୍ୟପକ୍ଷରେ ଏହାକୁ ଗ୍ରାମବାସୀ ଅସ୍ବୀକାର କରିଛନ୍ତି। ସେମାନେ କହିଛନ୍ତି ସାଉଥକୋ କର୍ତ୍ତୃପକ୍ଷ ସେମାନଙ୍କୁ ଅଳ୍ପ କିଛି ଟଙ୍କା ପୈଠ କଲେ ବିଦ୍ୟୁତ୍‌ ମିଳିିବ ବୋଲି କହିଥିଲେ। ଆମେ ଗ୍ରାମବାସୀ ଟଙ୍କା ପୈଠ କରିଥିଲେ ମଧ୍ୟ ସାଉଥକୋ ଏଯାଏ ବିଦ୍ୟୁତ୍‌ ସଂଯୋଗ ଦେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ମୋତେ ଚୁପ୍ କରିବାକୁ ହେଲେ ମାରିବାକୁ ପଡିବ’, ଭାଜପାକୁ ଚ୍ୟାଲେଞ୍ଜ ଦେଲେ ଦିଦି

କୋଲକାତା,୧୦।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ଭାଜପା ଉପରେ କଡ଼ା ଆକ୍ରମଣ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ…

‘କେନ୍ଦୁଝର ଛାତ୍ରୀଛାତ୍ରଙ୍କ ସ୍ବାର୍ଥକୁ ରାଜ୍ୟ ସରକାର ଅଣଦେଖା କଲେ ଆନ୍ଦୋଳନ ହେବ’

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟର ଅସ୍ତିତ୍ୱ ରକ୍ଷା ନ ହେଲେ ଆନ୍ଦୋଳନ ହେବ। ଆମ ଆଦ୍‌ମୀ ପାର୍ଟି, କେନ୍ଦୁଝରର ସ୍ପଷ୍ଟ ମତ ହେଉଛି ଯେ,…

ମ୍ୟାନେଜମେଣ୍ଟ ଉପରେ ବର୍ଷିଲା BCCI: ବିପଦରେ ଗୌତମ ଗମ୍ଭୀରଙ୍କ ଚାକିରି!

ନୂଆଦିଲ୍ଲୀ, ୧୦।୭: ଇଂଲଣ୍ଡ ଗସ୍ତରେ ଲଗାତାର ତିନୋଟି ଟି-୨୦ ମ୍ୟାଚରେ ପରାଜୟ ପରେ ଟିମ ଇଣ୍ଡିଆର କୋଚିଂ ଷ୍ଟାଫ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ରିପୋର୍ଟ ଅନୁଯାୟୀ,…

ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ମାସରେ ହେବା ନେଇ ସୂଚନା

ଭୁବନେଶ୍ୱର,୧୦।୭: ଓଡ଼ିଶା ପଞ୍ଚାୟତ ନିର୍ବାଚନକୁ ନେଇ ଆସିଛି ଏକ ବଡ଼ ଅପଡେଟ୍‌। ଏଥର ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚନ ଏପ୍ରିଲ କିମ୍ବା ମେ’ ମାସ ଆଡ଼କୁ…

ଟ୍ରାକ୍ଟର ଡାଲାରେ ବସି ଗଲେ ବିଜେଡି ନେତା, ଭିଡିଓ ଭାଇରାଲ ପରେ…

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାକୁ ବିଜେଡି ଦଳର ରାଜ୍ୟର ଏକ ଟିମ୍‌ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କ ନେତୃତ୍ୱରେ…

ଟ୍ରମ୍ପଙ୍କୁ ମିଳିଲା ବଡ଼ ସମ୍ମାନ, ଏମିତି ସମ୍ମାନ ପାଇବାରେ ସେ ହେଲେ ପ୍ରଥମ ରାଷ୍ଟ୍ରପତି

ଓ୍ବାଶିଂଟନ,୧୦।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସମର୍ଥକଙ୍କ ଦ୍ୱାରା ଜାତୀୟ ସ୍ମାରକୀ ଠାରୁ ଆରମ୍ଭ କରି ନୋଟ ପର୍ଯ୍ୟନ୍ତ ସବୁଠି ତାଙ୍କ ନାମ ଏବଂ…

କିଏ ଏହି ମହିଳା ଖେଳାଳି? ଯାହାଙ୍କ ବ୍ୟାଟରେ ଅଟୋଗ୍ରାଫ୍ ଦେଲେ ମୋଦି

ନୂଆଦିଲ୍ଲୀ,୧୦।୭: ଅଷ୍ଟ୍ରେଲିଆ ଗସ୍ତର ତୃତୀୟ ଦିନରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ଅନେକ ଖେଳାଳିଙ୍କୁ ଭେଟିଥିଲେ। ସେ ଯେଉଁ…

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri