ଗୋଷାଣୀନୂଆଗଁ।ରେ କାଳୁଆ ଯାତ୍ରା ଆରମ୍ଭ

ବ୍ରହ୍ମପୁର ଅଫିସ,୨୯ା୯-ବ୍ରହ୍ମପୁର ଗୋଷାଣୀନୂଆଗଁ।ର ପ୍ରସିଦ୍ଧ କାଳୁଆ ଯାତ୍ରା ଶନିବାର ତଥା ପବିତ୍ର ମହାଳୟା ଅମବାସ୍ୟା ରାତିରୁ ଆରମ୍ଭ ହୋଇଛି । ଏହା କୁମାର ପୂର୍ଣ୍ଣିମା ରାତିରେ ଉଦ୍‌ଯାପିତ ହେବାର ପରମ୍ପରା ରହିଛି । ଯାତ୍ରା ପାଇଁ ଗୋଷାଣୀନୂଆଗଁ। ଉତ୍ସବମୁଖର ହୋଇଛି । ସବୁ ସାହିରେ ରଂଗୀନ ଆଲୋକ ଝଲସୁଛି। ପରିଚାଳନା କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି । ନିୟମିତ ସଫେଇ ଏବଂ ପରିମଳ ସୁରକ୍ଷା ନିମନ୍ତେ ବିଏମସି, ଜଳ ଯୋଗାଣ ପାଇଁ ଜନସ୍ବାସ୍ଥ୍ୟ ବିଭାଗ, ଶାନ୍ତି ଶୃଙ୍ଖଳା ଲାଗି ପୋଲିସ ଓ ପ୍ରଶାସନ ସମେତ ଦମକଳ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅସ୍ଥାୟୀ ପୀଠ ବା ମଣ୍ଡପ ପାଖରେ ମହିଳା ଓ ପୁରୁଷଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଯାତ୍ରା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଶନିବାର ସନ୍ଧ୍ୟାରେ କାଳୁଆ ମଣ୍ଡପରେ ମା’ଙ୍କୁ ନିମନ୍ତ୍ରଣ କରିବା ପାଇଁ ଫୁଲ ଚାଙ୍ଗୁଡ଼ିକୁ ପୂଜାର୍ଚ୍ଚନା କରାଯାଇଥିଲା। ରାତିରେ ସେଠାରୁ ଶହ ଶହ ମହିଳା ଓ ପୁରୁଷ ବିଶାଳ ପଟୁଆରରେ କାଳୁଆଙ୍କ ନିଜସ୍ବ ମନ୍ଦିର ଅଭିମୁଖେ ବାହାରିଥିଲେ। ବାଦ୍ୟ ବାଜଣା, ଶଙ୍ଖ ମହୁରୀ ନାଦ, ଘଣ୍ଟତାଳ, କୀର୍ତ୍ତନରେ ସମଗ୍ର ଅଞ୍ଚଳ କମ୍ପିଥିଲା । ପଟୁଆର ମନ୍ଦିରରେ ପହଞ୍ଚତ୍ବା ପରେ ମା’ ବଡ଼ ସାହି ମଣ୍ଡପକୁ ବିଜେ କରିବା ପାଇଁ ପୂଜାର୍ଚ୍ଚନା, ତନ୍ତ୍ରମନ୍ତ୍ର, ଚଣ୍ଡୀପାଠ ଓ ହୋମ ଆଦି କରାଯାଇଥିଲା। ଚାଙ୍ଗୁଡ଼ିରେ ନିଆଯାଇ ଥିବା ଫୁଲମାଳ ମା’ଙ୍କ ମସ୍ତକରେ ସ୍ଥାପନ କରାଯାଇଥିଲା । ବିଧି ପ୍ରକାରେ ସମସ୍ତ କାର୍ଯ୍ୟ ସମ୍ପାଦନା ଶେଷରେ ସ୍ଥାପନ ହୋଇଥିବା ଫୁଲମାଳ ଆପେ ଖସିବାରୁ କାଳୁଆ ଠାକୁରାଣୀ ଗଁା ଦାଣ୍ଡକୁ ବିଜେ କରିବାର ସଂକେତ ମିଳିଥିଲା ।
ଏହି ପର୍ବ ସରିବା ପରେ ପୁଣି ମନ୍ଦିର ପାଖରୁ ପଟୁଆର ବାହାରିଥିଲା। ମହିଳାଙ୍କ ହୁଳହୁଳି ଓ ବାଦ୍ୟ ବାଜଣା ସହ ପଟୁଆର ପରିକ୍ରମା କରିଥିଲା ଗୋସାଣି ନୂଆଗାଁର ସମସ୍ତ ସାହି। ଫଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ସବୁ ଘରର ଦାଣ୍ଡ ଦୁଆରେ ପୂର୍ଣ୍ଣକୁମ୍ଭ ରଖାଯାଇଥିଲା। କାଳୁଆଙ୍କ ପ୍ରିୟ ଗଇଁଠା (ଖିରି) ସମସ୍ତେ ଭୋଗ ଲଗାଇଥିଲେ। ସବୁ ସାହି ପରିକ୍ରମା ଶେଷରେ କାଳୁଆ ମଣ୍ଡପରେ ମା’ଙ୍କୁ ବିଜେ କରାଯାଇଥିଲା । କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ କେବଳ ମଣ୍ଡପରେ ଦର୍ଶନର ବ୍ୟବସ୍ଥା ହୋଇଛି । ପ୍ରତ୍ୟହ ରାତିରେ ବିଭିନ୍ନ ସାହିରେ ଚିତ୍ତାକର୍ଷକ ଆଧୁନିକ ଓ ପୌରାଣିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ହାତୀଙ୍କ ସୁରକ୍ଷା ଆମର ଦାୟିତ୍ୱ: ଜାଗ୍ରତ କଲା ବନ ବିଭାଗ

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଗଜ ସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri