ଗୋଳାବାରୁଦ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ଶିବିର

ବାଲେଶ୍ୱର ଅଫିସ,୨୦।୧୦-ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅଧୀନ ଖଡୁପାହି ବାତ୍ୟା ଆଶ୍ରୟସ୍ଥଳୀରେ ଶନିବାର ପ୍ରୁଫ୍‌ ଆଣ୍ଡ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିସମେଣ୍ଟ (ପିଏକ୍ସଇ) ପକ୍ଷରୁ ଗୋଳାବାରୁଦ ସମ୍ବନ୍ଧୀୟ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ପିଏକ୍ସଇର ନିର୍ଦ୍ଦେଶକ ତଥା ବୈଜ୍ଞାନିକ ଡି. କେ. ଯୋଶୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା ଶିବିରରେ ସହଯୋଗୀ ନିର୍ଦ୍ଦେଶକ ଡ. ପି. କେ. ଦାସମୁକ୍ତା, ଅତିରିକ୍ତ ନିର୍ଦ୍ଦେଶକ ଡ. କେ. କେ. ଚାନ୍ଦ, ଡା. ଏଚ. ଏସ୍‌. ପଣ୍ଡା, ଅତିରିକ୍ତ ନିର୍ଦ୍ଦେଶକ ତଥା ଓ.ସି. ଟ୍ରୁପ୍ସ କର୍ଣ୍ଣେଲ ସୁମନ ଦତ୍ତ, ନୀଳଗିରି ବ୍ଲକର ଏବିଇଓ ଯୋଗେନ୍ଦ୍ର ସେଠୀ, ପିଏକ୍ସଇର ପ୍ରମୁଖ ସୁରକ୍ଷା ଅଧିକାରୀ ତଥା ରେଞ୍ଜ୍‌ ସେପ୍ଟି ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ ଏ. ବି. ସିଂହ, ମିଲିଟାରୀ ୱିଙ୍ଗ୍‌ର ଯୁଗ୍ମ ନିର୍ଦ୍ଦେଶକ ଲେଫ୍ଟନାଣ୍ଟ କର୍ଣ୍ଣେଲ ଆର୍‌. କେ. ବଳ, ଏଆଇଜି ସବେଦାର ମେଜର ବଚ୍ଚୁ ସିଂହ, ରେଞ୍ଜ ସୁରକ୍ଷା ବିଭାଗର ଏଆରଏସ୍‌ଓ ଏବଂ ଅଫିସର ଇନଚାର୍ଜ ଇଂ. ଏସ୍‌. କେ. ପତି, ଏଆରଏସ୍‌ଓ ଇଂ. ଏସ. କେ. ଦାଶ, ଆର. କେ. ପ୍ରଧାନ, ଏନ. ସି. ମହାପାତ୍ର, ଟିଏସ୍‌ଓ ନିର୍ଦ୍ଦେଶକ ଏସ୍‌. କେ. ଜେନା, ଶେଖ୍‌ ଏସ. ଅଲ୍ଳୀ ଓ ୟୁ. କେ ଜେନା ପ୍ରମୁଖ ଯୋଗ ଦେଇଥିଲେ। ପିଏକ୍ସଇ ପକ୍ଷରୁ ହେଉଥିବା ଗୋଳାବାରୁଦ ପରୀକ୍ଷଣ ସମୟରେ ଖଡୁପାହି, କୁସୁମୁଳି ସମେତ ଆଖାପାଖ ଗଁାର ଲୋକମାନେ ସମୁଦ୍ର ଭିତରକୁ ଯାଇ ଗୋଳାବାରୁଦର ଅବଶିଷ୍ଟାଂଶ ସଂଗ୍ରହ କରିବାକୁ ଉଦ୍ୟମ କରିବା ଏକ ଧର୍ତ୍ତବ୍ୟ ଅପରାଧ ଅଟେ। ଏହାଦ୍ୱାରା ଜୀବନହାନି ମଧ୍ୟ ହେବାର ଆଶଙ୍କା ରହିଛି। ତେଣୁ ଲୋକମାନେ ନିଜ ପରିବାର ସଦସ୍ୟଙ୍କ ସୁରକ୍ଷା ସହ ନିଜର ସୁରକ୍ଷା ପାଇଁ ରେଞ୍ଜ ଫାୟାରିଂ ସମୟରେ ସମୁଦ୍ର ଭିତରକୁ ଯାଇ ତୋପ ଏବଂ ଟ୍ୟାଙ୍କର ଗୋଳାର ଅବଶିଷ୍ଟାଂଶ ନ ଆଣିବାକୁ ଅନୁରୋଧ କରିଥିଲେ। ଶିବିରରେ ତୁଣ୍ଡରା ପଞ୍ଚାୟତବାସୀ, ଖଡୁପାହି ୟୁଜିୟୁପି ସ୍କୁଲ ଓ କୁସୁମୁଳି ୟୁଜିୟୁପି ସ୍କୁଲର ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାମ ମିଳୁନି, ଗାଁ ଛାଡୁଛନ୍ତି ଦିନମଜୁରିଆ

ଖଇରା, ୪।୮(ଡି.ଏନ.ଏ.)-ରାତି ପାହିଲେ ପରିବାର ପୋଷଣ ଚିନ୍ତା। ଅନିଶ୍ଚିତ ବର୍ଷା ପାଇଁ ଚାଷ କାର୍ଯ୍ୟ ଆରମ୍ଭ ହୋଇ ପାରୁ ନ ଥିବା ବେଳେ କୌଳିକ ବୃତ୍ତି...

ବାଲେଶ୍ୱରରେ ୨ ବର୍ଷର ଶିଶୁକନ୍ୟା କରୋନା ଆକ୍ରାନ୍ତ ଚିହ୍ନଟ: ଆରମ୍ଭ ହେଲା ସ୍ବତନ୍ତ୍ର ନମୁନା ପରୀକ୍ଷା ଶିବିର, ବିଶୁଦ୍ଧୀକରଣ

ସଜନାଗଡ଼, ୨୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମ୍‌ପୁର ଥାନା ଅଞ୍ଚଳରେ ସୋମବାର ଏକ ୨ ବର୍ଷର ଶିଶୁକନ୍ୟା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ପ୍ରଶାସନ...

ପ୍ରକଳ୍ପ ଭବିଷ୍ୟତ ଅନ୍ଧାରରେ : ୪ ବର୍ଷ ହେଲା ମତ୍ସ୍ୟ ଯାଅଁ।ଳ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦୁଝର, ୧।୬(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ମତ୍ସ୍ୟଚାଷର ବିକାଶ ଲାଗି ଭିତ୍ତିଭୂମି ଥିଲେ ମଧ୍ୟ ଏହାର ସଦୁପଯୋଗ କରାଯାଉ ନାହିଁ ା ଜିଲାରେ ଚାଷୀଙ୍କୁ ପ୍ରୋତ୍ସାହନ ଓ ସୁବିଧା...

ଆଜି ଦେବଦମ୍ପତିଙ୍କ ବିବାହ:ବୈଦିକ ରୀତିରେ ସରିଲା ମଙ୍ଗଳକୃତ୍ୟ

ଆରଡ଼ି, ୭।୬ (ଡି.ଏନ.ଏ.)- ଶୁକ୍ରବାର ଦେବଦମ୍ପତିଙ୍କ ବିବାହ। ଦେବ ଦେବ ମହାଦେବ ସାଜିବେ ବର ଆଉ ମାତା ପାର୍ବତୀ କନିଆ। ବାଣ ରୋଶଣି ସାଙ୍ଗକୁ ଯୋଡ଼ି...

ପୋଲ ବାଡ଼ା ସହ ୨୦ଫୁଟ ତଳକୁ ଖସିଲା ଅତଡ଼ା

ସଜନାଗଡ, ୨୪।୧(ଡି.ଏନ.ଏ.) ବାଲେଶ୍ୱରରୁ ମୟୂରଭଞ୍ଜ ଜିଲାକୁ ସଂଯୋଗ କରିଥିବା ଶେରଗଡ଼-ନୀଳଗିରି-ଝରଣାଘାଟି ୧୯ନଂ. ରାଜ୍ୟ ରାଜପଥ ନୀଳଗିରି ନିକଟ ସଜନାଗଡ଼ ଦେଇ ଯାଇଥିବା ବଡ଼ ପୋଲ ବାଡା...

ଖାଦ୍ୟ ବାଣ୍ଟିଲେ ଖଇରା ଥାନା ଆଇଆଇସି

ଖଇରା, ୩।୪(ଡି.ଏନ.ଏ.)-ଖଇରା ଥାନା ଆଇଆଇସି ସୁବ୍ରତ ବେହେରା ଗୁରୁବାର ବିଭିନ୍ନ ଗ୍ରାମକୁ ଯାଇ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିଛନ୍ତି ା ନନ୍ଦୁର ଗ୍ରମ ଆଦିବାସୀ...

ଲିଭିନି ପୁରୁଣା ପରମ୍ପରା: ରଜ ପାଇଁ ଆରମ୍ଭ ହେଲାଣି ସଜବାଜ

ଆନନ୍ଦପୁର,୧୧।୬(ସ୍ବ.ପ୍ର.): ଓଡ଼ିିଆମାନଙ୍କ ଗଣପର୍ବ ରଜ। ଏଥିପାଇଁ ରଜ ତିନି ଦିନ ଯାକ ଘରେ ପିଠାପଣା ଓ ମିଠାର ଆସର ଜମିଥିବାବେଳେ ବନ୍ଧୁ ପ୍ରିୟଜନଙ୍କ ଭେଟଘାଟ ହେବାର...

ପଶ୍ଚିମବଙ୍ଗ ଗଲେ ଅଗ୍ନିଶମ ବିଭାଗ, ଓଡ୍ରାଫର ୪୦ ଟିମ୍‌

ବାଲେଶ୍ୱର ଅଫିସ, ୨୫।୫-ମହାବାତ୍ୟା ଅମ୍ପନ ଯୋଗୁ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେଠାରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସହଯୋଗର ହାତ ବଢାଇଛି । ମୁଖ୍ୟମନ୍ତ୍ରୀ ନବୀନ...

Advertisement
Archives

Model This Week