ଗୋଳାବାରୁଦ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ଶିବିର

ବାଲେଶ୍ୱର ଅଫିସ,୨୦।୧୦-ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅଧୀନ ଖଡୁପାହି ବାତ୍ୟା ଆଶ୍ରୟସ୍ଥଳୀରେ ଶନିବାର ପ୍ରୁଫ୍‌ ଆଣ୍ଡ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିସମେଣ୍ଟ (ପିଏକ୍ସଇ) ପକ୍ଷରୁ ଗୋଳାବାରୁଦ ସମ୍ବନ୍ଧୀୟ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ପିଏକ୍ସଇର ନିର୍ଦ୍ଦେଶକ ତଥା ବୈଜ୍ଞାନିକ ଡି. କେ. ଯୋଶୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା ଶିବିରରେ ସହଯୋଗୀ ନିର୍ଦ୍ଦେଶକ ଡ. ପି. କେ. ଦାସମୁକ୍ତା, ଅତିରିକ୍ତ ନିର୍ଦ୍ଦେଶକ ଡ. କେ. କେ. ଚାନ୍ଦ, ଡା. ଏଚ. ଏସ୍‌. ପଣ୍ଡା, ଅତିରିକ୍ତ ନିର୍ଦ୍ଦେଶକ ତଥା ଓ.ସି. ଟ୍ରୁପ୍ସ କର୍ଣ୍ଣେଲ ସୁମନ ଦତ୍ତ, ନୀଳଗିରି ବ୍ଲକର ଏବିଇଓ ଯୋଗେନ୍ଦ୍ର ସେଠୀ, ପିଏକ୍ସଇର ପ୍ରମୁଖ ସୁରକ୍ଷା ଅଧିକାରୀ ତଥା ରେଞ୍ଜ୍‌ ସେପ୍ଟି ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ ଏ. ବି. ସିଂହ, ମିଲିଟାରୀ ୱିଙ୍ଗ୍‌ର ଯୁଗ୍ମ ନିର୍ଦ୍ଦେଶକ ଲେଫ୍ଟନାଣ୍ଟ କର୍ଣ୍ଣେଲ ଆର୍‌. କେ. ବଳ, ଏଆଇଜି ସବେଦାର ମେଜର ବଚ୍ଚୁ ସିଂହ, ରେଞ୍ଜ ସୁରକ୍ଷା ବିଭାଗର ଏଆରଏସ୍‌ଓ ଏବଂ ଅଫିସର ଇନଚାର୍ଜ ଇଂ. ଏସ୍‌. କେ. ପତି, ଏଆରଏସ୍‌ଓ ଇଂ. ଏସ. କେ. ଦାଶ, ଆର. କେ. ପ୍ରଧାନ, ଏନ. ସି. ମହାପାତ୍ର, ଟିଏସ୍‌ଓ ନିର୍ଦ୍ଦେଶକ ଏସ୍‌. କେ. ଜେନା, ଶେଖ୍‌ ଏସ. ଅଲ୍ଳୀ ଓ ୟୁ. କେ ଜେନା ପ୍ରମୁଖ ଯୋଗ ଦେଇଥିଲେ। ପିଏକ୍ସଇ ପକ୍ଷରୁ ହେଉଥିବା ଗୋଳାବାରୁଦ ପରୀକ୍ଷଣ ସମୟରେ ଖଡୁପାହି, କୁସୁମୁଳି ସମେତ ଆଖାପାଖ ଗଁାର ଲୋକମାନେ ସମୁଦ୍ର ଭିତରକୁ ଯାଇ ଗୋଳାବାରୁଦର ଅବଶିଷ୍ଟାଂଶ ସଂଗ୍ରହ କରିବାକୁ ଉଦ୍ୟମ କରିବା ଏକ ଧର୍ତ୍ତବ୍ୟ ଅପରାଧ ଅଟେ। ଏହାଦ୍ୱାରା ଜୀବନହାନି ମଧ୍ୟ ହେବାର ଆଶଙ୍କା ରହିଛି। ତେଣୁ ଲୋକମାନେ ନିଜ ପରିବାର ସଦସ୍ୟଙ୍କ ସୁରକ୍ଷା ସହ ନିଜର ସୁରକ୍ଷା ପାଇଁ ରେଞ୍ଜ ଫାୟାରିଂ ସମୟରେ ସମୁଦ୍ର ଭିତରକୁ ଯାଇ ତୋପ ଏବଂ ଟ୍ୟାଙ୍କର ଗୋଳାର ଅବଶିଷ୍ଟାଂଶ ନ ଆଣିବାକୁ ଅନୁରୋଧ କରିଥିଲେ। ଶିବିରରେ ତୁଣ୍ଡରା ପଞ୍ଚାୟତବାସୀ, ଖଡୁପାହି ୟୁଜିୟୁପି ସ୍କୁଲ ଓ କୁସୁମୁଳି ୟୁଜିୟୁପି ସ୍କୁଲର ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଚିତ୍ରପୁର ଜଙ୍ଗଲରେ ବିରଳ ପ୍ରଜାତିର ଜୀବ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୮।୯ (ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମୁଦ୍ରକୂଳକୁ ଲାଗିଥିବା ବିଚିତ୍ରପୁର ଜଙ୍ଗଲରୁ ୫ଟି ଅଜଣା ଜୀବ ଉଦ୍ଧାର ହୋଇଛି। ଏକାଥରେ ୫ଟି ବିରଳ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri