ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ପ୍ରସଙ୍ଗ:ବିବାଦୀୟ ହେବାକୁ ଚାହୁଁନି ପ୍ରଶାସନ

ପୁରୀ ଅଫିସ, ୨୩ା୮:ମେଘନାଦ ପାଚେରିକୁ ଲାଗି ରହିଥିବା ସରକାରୀ ଓ ବେସରକାରୀ ନିର୍ମାଣ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଛି। କେବଳ କେତେକ ମନ୍ଦିର ଓ ମଠକୁ ଛାଡ଼ି ବାକି ସମସ୍ତ ନିର୍ମାଣକୁ ଭାଙ୍ଗିଦେଇଛି ପ୍ରଶାସନ। ଉତ୍ତର ପାର୍ଶ୍ୱରେ ଗୋଟିଏ, ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ୱରେ ୨ଟି ଲେଖାଏ ମନ୍ଦିର ରହିଥିବାବେଳେ ପୂର୍ବ ପାର୍ଶ୍ୱରେ ରାମଦୟା ପରିଷଦ, ବଡ଼ଛତା ମଠ ଏବଂ ଛାଉଣୀ ମଠକୁ ଛାଡ଼ି ଦିଆଯାଇଛି। ଧର୍ମୀୟ ଭାବନା ଓ ମହାପ୍ରଭୁଙ୍କ ନୀତିକାନ୍ତି ସହ ଜଡ଼ିତ ମଠ, ମନ୍ଦିରକୁ ନ ଭାଙ୍ଗି ଏଗୁଡ଼ିକର ସଂରକ୍ଷଣ ଏବଂ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। କିନ୍ତୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର ଓ ସ୍ଥାପନ କରାଯିବା ନେଇ ଏ ପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତରେ ପହଞ୍ଚତ୍ ପାରିନି ପ୍ରଶାସନ। ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଯେଉଁଠି ଅଛି (ସୂଚନାକେନ୍ଦ୍ର ଛାତ ଉପରେ) ସେଠାରୁ ସ୍ଥାନାନ୍ତର ନ କରିବା ଲାଗି ଗୋପବନ୍ଧୁପ୍ରେମୀ ଅଡ଼ିି ବସିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଅନ୍ୟତ୍ର ସ୍ଥାନାନ୍ତର ଲାଗି ପ୍ରଶାସନ ଯେଉଁ ଯୋଜନା କରୁଥିଲା ସେଥିରୁ ଓହରି ଯିବାକୁ ସ୍ଥିର କରିଛି। କାରଣ ବର୍ତ୍ତମାନ ପରିସ୍ଥିତିରେ କୌଣସି ବିବାଦରେ ପଶିବାକୁ ପ୍ରଶାସନ ଚାହୁଁ ନ ଥିବା ଜଣାପଡ଼ିଛି।
ସୁରକ୍ଷା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୌନ୍ଦର୍ଯ୍ୟକରଣ ପାଇଁ ମୁକ୍ତ ହୋଇଛି ମେଘନାଦ ପାଚେରି। ପାଚେରିକୁ ଲାଗି ରହିଥିବା ସରକାରୀ ଓ ବେସରକାରୀ ନିର୍ମାଣକୁ ଉଚ୍ଛେଦ କରିଛି ପ୍ରଶାସନ। ସୋମବାର ଆରମ୍ଭ ହୋଇଥିବା ଏହି ଉଚ୍ଛେଦ ଅଭିଯାନ ଚତୁର୍ଥ ଦିନରେ ବି ଚାଲିଥିଲା। ବଳକା ରହିଥିବା କିଛି ନିର୍ମାଣକୁ ଗୁରୁବାର ଭଙ୍ଗା ଯାଇଥିଲା। ବିଶେଷକରି ରାମଦୟା ପରିଷଦ ପଛ ପାର୍ଶ୍ୱରେ ତିଆରି ହୋଇଥିବା ଘରକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦିଆଯାଇ ମେଘନାଦ ପାଚେରିଠାରୁ ଛଡ଼ାଇ ଦିଆଯାଇଥିଲା। ତେବେ ରାମଦୟା ପରିଷଦ ପଛ ପାର୍ଶ୍ୱରେ ଥିବା ବରଗଛ ମୂଳ ଏବଂ ରୋଷେଇ ଘରକୁ ନେଇ ଦିନତମାମ୍‌ ଚର୍ଚ୍ଚା ଚାଲିଥିଲା। ରୋଷେଇ ଘରକୁ କେହି ଗୁପ୍ତ କୋଠରି ବୋଲି କହୁଥିବା ବେଳେ ବରଗଛକୁ ତଡ଼ାଯିବା ପରେ ତା’ ମୂଳରୁ ଶ୍ରୀମନ୍ଦିରକୁ ଗୁପ୍ତ ସୁଡ଼ଙ୍ଗ ରହିଥିବା କହୁଥିଲେ। ତେବେ ପ୍ରଶାସନିକ ଅଧିକାରୀ, ଏଏସ୍‌ଆଇ ଏବଂ ରାମଦୟା ପରିଷଦର ସମ୍ପାଦକ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ।
ପରିଷଦର ସମ୍ପାଦକ ତଥା ବଡ଼ଛତା ମଠ ମହନ୍ତ ଜଗନ୍ନାଥ ଦାସ ମହାରାଜ କହିଛନ୍ତି, ଏହା ଗୁପ୍ତ କୋଠରୀ ନୁହେଁ। ବିଭିନ୍ନ ସମୟରେ ସାଧୁସନ୍ଥ ଆସିଲେ ସେମାନଙ୍କ ପାଇଁ ଏହି ଘରେ ରୋଷେଇ କରାଯାଉଥିଲା। ଏହାର ଛାତ ଉପରେ ଥିବା ଘରେ ସେମାନେ ବିଶ୍ରାମ ନେଉଥିଲେ। ସେହିପରି ସୁଡ଼ଙ୍ଗ ପ୍ରସଙ୍ଗରେ କହିଥିଲେ, ଶତାୟୁ ବରଗଛ ଉପାଡ଼ି ଦେବା ପରେ ତା’ ମୂଳରେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଏହାକୁ ସୁଡ଼ଙ୍ଗ କହି ଭ୍ରାନ୍ତ ଧାରଣା ସୃଷ୍ଟି କରାଯାଉଛି। ସେହିପରି ଏଏସ୍‌ଆଇ ପକ୍ଷରୁ ମଧ୍ୟ ଗୁପ୍ତ କୋଠରି ଚର୍ଚ୍ଚାକୁ ଖଣ୍ଡନ କରାଯାଇଛି। ଏହା ପୁରୁଣା ନୁହେଁ, ନୂଆ ନିର୍ମାଣ ବୋଲି କୁହାଯାଇଥିବା ବେଳେ ଉପଜିଲାପାଳ ଭବତାରଣ ସାହୁ ମଧ୍ୟ ଗୁପ୍ତ କୋଠରି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି। ଗୁପ୍ତ କୋଠରି କିମ୍ବା ସୁଡ଼ଙ୍ଗ ନାହିଁ ବୋଲି ସେ କହିଛନ୍ତି। ତେବେ ଏଏସ୍‌ଆଇ ଓ ଶ୍ରୀମନ୍ଦିର ପ୍ରଶାସନ ଅଜ୍ଞାତରେ କିପରି ମେଘନାଦ ପାଚେରିକୁ ଲାଗି କୋଠରି ତିଆରି ହୋଇଥିଲା ବୋଲି ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଶାସନ ଯେଉଁ କେତେକ ମଠ, ମନ୍ଦିରକୁ ବାଦ୍‌ ଦେଇଛି ସେଗୁଡ଼ିକ ମଧ୍ୟରୁ କିଛି ଭାଙ୍ଗିବାକୁ ଯୋଜନା କରାଯାଇଛି। ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ପାଇଁ ଏଥିମଧ୍ୟରୁ କେତେକକୁ ଭାଙ୍ଗି ସାଇଜ୍‌ କରାଯିବ। କେବଳ ଠାକୁରଙ୍କ ବିଜେସ୍ଥଳୀକୁ ସମ୍ମାନର ସହ ସୁରକ୍ଷିତ ରଖାଯାଇ ବଳକା ଅଂଶକୁ ଉଚ୍ଛେଦ କରାଯିବ ବୋଲି ଶୁଣିବାକୁ ମିଳୁଛି। ମାତ୍ର ଏ ନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା : ଶେଷ ପର୍ଯ୍ୟାୟରେ ରଥଚକ କାମ

ଭୁବନେଶ୍ୱର,୩୦।୩(ବ୍ୟୁରୋ): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରାକୁ ଆଉ ମାତ୍ର ୧୦ ଦିନ ରହିଛି । ଏବେ ରଥ ଖଳାରେ କାମ ଜାରି ରହିଛି। ରଥର...

ଦିବ୍ୟାଙ୍ଗ ଲକ୍ଷ୍ମୀଧର ବାଣ୍ଟୁଛନ୍ତି ଖାଦ୍ୟ

ନରାଜ,୧୯।୪ (ଡି.ଏନ.ଏ.): କରୋନା ମୁକାବିଲାରେ ସାମିଲ ହୋଇଛନ୍ତି କଟକ ଜିଲା ବାରଙ୍ଗ ବ୍ଲକ ଅଧୀନ ଦାଢ଼ାପାଟଣା ଗ୍ରାମର ଦିବ୍ୟାଙ୍ଗ ଲକ୍ଷ୍ମୀଧର ସାହୁ। ସେ ଉକ୍ତ ଅଞ୍ଚଳରେ...

ହଳ କରିବା ବେଳେ ଓଲଟିଲା ଟ୍ରାକ୍ଟର, ଚାପିହୋଇ ଚାଳକ ମୃତ

ମାଥିଲି, ୧୭ା୭: ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଚାଉଳମେନ୍ଦି ପଞ୍ଚାୟତ ଅଧୀନ ମଇଲିଗୁଡା ଗ୍ରାମରେ ଜଣେ ବ୍ୟକ୍ତି ଟ୍ରାକ୍ଟର ଦ୍ୱାରା ଚାଷ ଜମିରେ ହଳ...

ପରୀକ୍ଷା ଫି’ ବୃଦ୍ଧିକୁ ନେଇ ବୈସିଙ୍ଗା ମହାତ୍ମା ଗାନ୍ଧୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି: ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା

ବୈସିଙ୍ଗା, ୧୮।୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବୈସିଙ୍ଗା ମହାତ୍ମା ଗାନ୍ଧୀ ମହାବିଦ୍ୟାଳୟରେ ଯୁକ୍ତ ୩ କଳା ଓ ବିଜ୍ଞାନ ପାଠ୍ୟକ୍ରମ ଶେଷ ବର୍ଷ ବା ଷଷ୍ଠ ସେମିଷ୍ଟର...

ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ଆରମ୍ଭ: ପ୍ରତ୍ୟକ୍ଷ ଜମି କିଣିଲେ ସରକାର

ପୁରୀ ଅଫିସ,୨୨ା୧୦: ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ଆରମ୍ଭ ହୋଇଛି । ସୋମବାର ବାସେଳିସାହି ଓ ମଣିକର୍ଣ୍ଣିକା ସାହିର ୫ ପରିବାରଠୁ ପ୍ରତ୍ୟକ୍ଷ ଜମି...

ଗଜପତିରେ ଅନ୍ତିମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ

ପାରଳାଖେମୁଣ୍ଡି,୨୪ା୨(ଡି.ଏନ୍‌.ଏ.): ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ l ପଞ୍ଚମ ପର୍ଯ୍ୟାୟରେ ଗଜପତି ଜିଲାର ଗୋଷାଣୀ ବ୍ଲକର ଦୁଇଟି...

‘ ମୋ ସ୍ବାମୀଙ୍କୁ ଖୋଜିକି ଆଣନ୍ତୁ’

ଆସିକା,୧୧।୧୨(ଡି.ଏନ.ଏ): ଗଞ୍ଜାମ ଜିଲା ଆସିକା ଚିନିଶିଳ୍ପ ଅତିଥି ଭବନରେ ସ୍ତ୍ରୀ ତପସ୍ବିନୀ ଦାସଙ୍କୁ ଏକାକୀ ଛାଡ଼ି ଡାକ୍ତର ସ୍ବାମୀ ସୁମିତ ସାହୁ କେଉଁଆଡ଼େ ପଳାଇଛନ୍ତି। ବ୍ରହ୍ମପୁର...

ବାକି ଟଙ୍କା ମାଗିବାରୁ ମହିଳାଙ୍କୁ ମାଡ଼ ଅଭିଯୋଗ

ଖଣ୍ଡପଡ଼ା,୧ା୮(ସ୍ବ.ପ୍ର.): ଖଣ୍ଡପଡ଼ା ଥାନା ଅଧୀନ କଇଁଥପଲ୍ଲୀ ଗ୍ରାମର ଜଣେ ବିଧବା ମହିଳା ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବାକି ଟଙ୍କା ମାଗିବାରୁ ସେ ଓ ତାଙ୍କ...

Advertisement
Archives

Model This Week