ଗୋନାସିକା କେନ୍ଦୁଝର ମହୋତ୍ସବ ଉଦ୍‌ଘାଟିତ: ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ରାସ୍ତାଘାଟ

କେନ୍ଦୁଝର,୨୧।୧୨(ସ୍ବ.ପ୍ର./ଡି.ଏନ.ଏ.)-ଗୋନସିକା-କେନ୍ଦୁଝର ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଶୁକ୍ରବାର ସ୍ଥାନୀୟ କାଳୀ ପଡିଆଠାରେ ରଙ୍ଗାରଙ୍ଗ ପରିବେଶରେ ଉଦ୍‌ଘାଟିତ ହୋଇଯାଇଛି ା ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିିକ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଏମପି ଚନ୍ଦ୍ରାଣୀ ମୁର୍ମୁ , ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ, ପାଟଣା ବିଧାୟକ ଜଗନ୍ନାଥ ନାଏକ, ଜିଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, ଜିଲାପାଳ ଆଶିଷ ଥାକ୍‌ରେ ଅତିଥି ଭାବେ ଯୋଗ ଦେଇଥିଲେ। ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରୀନାରାୟଣ ପାତ୍ର ଏଥିରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ା
ପ୍ରଥମେ ଗାନ୍ଧୀ ମୂର୍ତ୍ତିରେ ମାଲ୍ୟାର୍ପଣ କରି ଅତିଥିିମାନେ ମଞ୍ଚକୁ ଯାଇଥିଲେ ା ସେଠାରେ ମା’ ତାରିଣୀ ଓ ଶ୍ରୀ ବଳଦେବଜୀଉଙ୍କ ଫଟୋରେ ପୁଷ୍ପପ୍ରଦାନ ସହ ଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ ା ଆବାହନୀ ସଙ୍ଗୀତ ଗାନ ପରେ ଅତିଥିମାନେ ଏଭଳି ମହୋତ୍ସବ ଓ ମେଳା ଆୟୋଜନ କଳାକାର, ଶିଳ୍ପୀ ତଥା ଉଦ୍ୟୋଗୀଙ୍କ ମିଳିନ କ୍ଷେତ୍ର ବୋଲି ବର୍ଣ୍ଣନା କରି କେନ୍ଦୁଝରର କଳା ସଂସ୍କୃତିକୁ ଏହା ଅଧିକ ସମୃଦ୍ଧ କରିବ ବୋଲି କହିଥିଲେ ା ପରେ ଅତିଥିମାନେ ମେଳାରେ ପଡିଥିବା ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ ା
ଜିଲା ସଂସ୍କୃତି ପରିଷଦ, କେନ୍ଦୁଝର ଓ ଓରମାସର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଏହି ମେଳା ୨୬ ତାରିଖ ଯାଏ ଚାଲିବ ା ଏଥିରେ ଜିଲା, ରାଜ୍ୟ ଓ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ହସ୍ତଶିଳ୍ପ ସାଙ୍ଗକୁ ବିଭିନ୍ନ କାରୁକାର୍ଯ୍ୟ ପ୍ରଦର୍ଶନ କରାଯାଉଛି। ପୁସ୍ତକ ମେଳା, ବାଲୁକା କଳା ପ୍ରଦର୍ଶନୀ, ଖାଦ୍ୟ ମେଳା ମହୋତ୍ସବରେ ଭିନ୍ନ ଆକର୍ଷଣ ଭରି ଦେଇଛି। ସମୁଦାୟ ଖୋଲିଛି ୨୦୦ ଷ୍ଟଲ । ସେହିପରି ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି ା ଜିଲାର ବଛା ବଛା ସାଂସ୍କୃତିକ ଦଳ ଲୋକ ନୃତ୍ୟ ସମେତ କଣ୍ଢେଇ ନାଚ, ଛଉ ନାଚ ଆଦି ପ୍ରଦର୍ଶନ କରିବେ ା ରାଜ୍ୟ ଓ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା କଳାକାର ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଏହି ଅବସରରେ ଆୟୋଜିତ ପୁସ୍ତକ ମେଳାକୁ ଜିଲାପାଳ ଉଦ୍‌ଘାଟନ କରିଥିଲେ ା
ଏଥିପୂର୍ବରୁ ପୁଣ୍ୟତୋୟା ବୈତରଣୀ ନଦୀର ଉପତ୍ତି ସ୍ଥଳ ଗୋନାସିକାର ଗୁପ୍ତଗଙ୍ଗାରୁ ଏକ ଜ୍ୟୋତି ବାହାରି ଶୁକ୍ରବାର ଅପରାହ୍ନରେ ସିଦ୍ଧମଠ ଦେଇ କେନ୍ଦୁଝରର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରରେ ପହଞ୍ଚିଥିଲା ା ସେଠାରେ ପୂଜାର୍ଚ୍ଚନା ପରେ ଅପରାହ୍ନରେ ଗାନ୍ଧୀଛକଠାରୁ ସାଂସ୍କୃତିକ ଶୋଭାଯାତ୍ରା ବାହାରି କାଳୀପଡିଆରେ ପହଞ୍ଚିଥିଲା । ଏଥିରେ ଦୁଲିକି ଉଠିଥିଲା ରାସ୍ତା ଘାଟ। ଏହାକୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରେ କଳା ଓ ସଂସ୍କୃତି ପ୍ରେମୀ ଦର୍ଶକଙ୍କ ଭିଡ ଜମିଥିଲା ା ଗୋନାସିକା ମହୋତ୍ସବ ପାଇଁ ଆସିଥିବା ମଶାଲ ଜ୍ୟୋତି ସହିତ ମହୋତ୍ସବ ଷ୍ଟେଜ ନିକଟରେ ସେଲଫି ଉଠାଇବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ତେବେ ମହୋତ୍ସବ ମଞ୍ଚରେ ମହାନ ବିଳ୍ପବୀ ଧରଣୀଧର ଭୂୟାଁ ଙ୍କର ଫଟୋ ନ ଥିବାରୁ ବିଧାୟକ ସେଠୀଉଦ୍‌ବେଗ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ, ଏହାସହ…

କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍‌ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri