ଗୋଟିଏ ରାତିରେ ୩ ଘରୁ ଚୋରି

ବଇଣ୍ଡା,୧୨।୮(ଡି.ଏନ.ଏ.)-ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ସଙ୍ଗେ ୩ଟି ଘରୁ ଟଙ୍କା, ସୁନା ଗହଣା, ରୂପା ସହ ଆସବାବପତ୍ର ଚୋରି ହୋଇଥିବା ସୋମବାର ଠାକୁରଗଡ଼ ଥାନାରେ ଅଭିଯୋଗ ହୋଇଛି। ଠାକୁରଗଡ଼ ଗ୍ରାମରେ ଧଣ୍ଡାତୋପା ଗ୍ରାମର ବିନୋଦ ମିଶ୍ରଙ୍କ ଘରୁ ଦୁର୍ବୃତ୍ତମାନେ ଘରେ ପଶି ୩ଟି ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ରୂପା ଓ ନଗଦ ୧୨ ହଜାର ଟଙ୍କା ଚୋରି ହୋଇଥିବା ତାଙ୍କ ଭାଇ କୁମୁଦ ମିଶ୍ର ସୋମବାର ଥାନାରେ ଅଭିଯୋଗ କରିଛନ୍ତି।
ବିନୋଦଙ୍କ ଦେହ ଅସୁସ୍ଥ ଥିବାବେଳେ ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଚୋରି କରି ନେଇଯାଇଥିବା ସେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି।
ସେହିପରି ନିର୍ମଳ ନାୟକ ଓ ତାଙ୍କ ଘରେ ଭଡ଼ା ଥିବା କୋରାବ ଗ୍ରାମର ନିରଞ୍ଜନ ଦେହୁରିଙ୍କ ଘରୁ ଦୁର୍ବୃତ୍ତମାନେ ୧୨ ହଜାର ଟଙ୍କା ସହ ୫ ଭରି ସୁନା ଓ ରୂପା ଚୋରି କରି ନେଇଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ ମଧ୍ୟ ଲୁଟେରାଙ୍କ ପତ୍ତା ପାଇ ପାରି ନାହିଁ। ପୋଲିସ ରାତ୍ରି ପାଟ୍ରୋଲିଂ ହେଉ ନ ଥିବା ଯୋଗୁ ଚୋରି ବଢୁଥିବା ଠାକୁରଗଡ଼ ଗ୍ରାମବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ଯୋଗୁ ସ୍ଥଗିତ ରହିଲା ଗୋଷାଣି ଯାତ୍ରା

ପୁରୀ ଅଫିସ,୬।୧୦: ଶ୍ରୀକ୍ଷେତ୍ରରେ ପ୍ରସିଦ୍ଧ ଗୋଷାଣି ଯାତ୍ରା ପ୍ରବଳ ବର୍ଷା ପାଇଁ ଗୁରୁବାର ସ୍ଥଗିତ ରହିଛି। ସିଂହଦାର ପାଖରେ ସାତ ସାହି ୪୨କନ୍ଦିର ପ୍ରାୟ ୬୦...

ଯୁବତୀଙ୍କୁ ପ୍ରତାରଣା କରି ଜେଲ୍‌ ଗଲେ ପ୍ରେମିକ

କୋକସରା,୫ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ରୋଜଗାର ପାଇଁ ତାମିଲନାଡୁ ଯାଇଥିଲେ କଳାହାଣ୍ଡି ଜିଲା କୋକସରା ଥାନା ଅଞ୍ଚଳ ଝାର କୁଣ୍ଡାମାଲ ଗାଁର ଜଣେ ଯୁବତୀ ଓ ସେହି...

୨ ଅଭିଯୁ୍‌କ୍ତଙ୍କୁ ଆଜୀବନ ଜେଲ

ଢେଙ୍କାନାଳ ଅଫିସ,୧୯।୭ ୨୦୨୦ ସେପ୍ଟେମ୍ବରରେ ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ନିମବାହାଳି ଛକରେ ରହୁଥିବା ଜରି ଗୋଟାଳି ରାଜୁ ଓରଫ୍‌ ବିଜୁଙ୍କ ହତ୍ୟା ମାମଲାର ରାୟ...

ଶହୀଦ୍‌ଙ୍କ ଅନ୍ତିମ ଦର୍ଶନ କରୁଛନ୍ତି ପରିବାର ଲୋକେ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି କଟାପାଲି ଗାଁ

ବରଗଡ଼ ଅଫିସ୍‌,୮।୪: ଚନ୍ଦକାସ୍ଥିତ ଏସ୍‌ଓଜି(ସ୍ପେଶାଲ ଅପରେଶନ ଗ୍ରୁପ) ଟ୍ରେନିଂ ସେଣ୍ଟରରେ ମଙ୍ଗଳବାର ଶହୀଦ୍‌ ହୋଇଥିବା କ୍ୟାଡର ଟ୍ରେନର ତଥା ଏସ୍‌ଓଜି ହାବିଲଦାର ପ୍ରକାଶ ସାହୁଙ୍କ ମରଶରୀର...

୮ ମାସର ଗର୍ଭବତୀ ବୋହୂଙ୍କୁ ବଞ୍ଚାଇବାକୁ ଯାଇ ଶ୍ୱଶୁରଙ୍କ ଜୀବନ ଗଲା

ରାୟଗଡା ଅଫିସ,୧୦।୧୦: ରାୟଗଡ଼ା ଜିଲା ବିଷମ କଟକ ଥାନା ଅନ୍ତର୍ଗତ ଡଙ୍ଗପଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି...

ଗୁଳି ଫୁଟି ଆଇଆଇସିଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ/ଆସ୍କା, ୨୫।୩: ଗୁଳି ଫୁଟି ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ଶୁକ୍ରବାର ମୃତ୍ୟୁ ହୋଇଛି । ଏ ନେଇ...

ଟେଲିସ୍କୋପ୍‌ରେ ସୂର୍ଯ୍ୟୋପରାଗ ଦେଖିଲେ

ବ୍ରହ୍ମପୁର ଅଫିସ,୨୭ା୧୨-ବ୍ରହ୍ମପୁରରେ ସୂର୍ଯ୍ୟୋପରାଗର ପ୍ରଭାବ ଭୟକୁ ଦୂରେଇବା ପାଇଁ ବିଜ୍ଞାନ ଚେତନା ମଞ୍ଚ ବ୍ରହ୍ମପୁର ଶାଖା ପକ୍ଷରୁ ଟେଲିସ୍କୋପ ମାଧ୍ୟମରେ ସୂର୍ଯ୍ୟୋପରାଗ ଦେଖିବା ନେଇ ଏକ...

ନୟାଗଡ ଜିଲାରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲିବ ଦୋକାନ ବଜାର

ନୟାଗଡ ଅଫିସ, ୨୬।୫: ନୟାଗଡ ଜିଲାରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଏକ...

Advertisement
Archives

Model This Week