Posted inଫୁରସତ

ଗୋଟିଏ ଗଛରେ ଫଳିଛି ୪୦ ପ୍ରକାର ଫଳ, ଜାଣନ୍ତୁ ଏହାର ବିଶେଷତ୍ୱ

ସାଧାରଣତଃ ଗୋଟିଏ ଗଛରେ ହିଁ ଗୋଟିଏ ପ୍ରକାର ଫଳ ଫଳିଥାଏ। ଆମ୍ବ ଗଛରେ ଆମ୍ବ ଫଳୁଥିବାବେଳେ ପିଜୁଳି ଗଛରେ ପିଜୁଳି ଫଳିଥାଏ। ମାତ୍ର ବିଶ୍ୱରେ ଏମିତି ଏକ ଗଛ ଅଛି, ଯେଉଁ ଗଛରେ ୪୦ ପ୍ରକାର ଫଳ ଫଳିଛି। ଏହି ଗଛ ‘ଟ୍ରିଫ୍‌ ଅଫ୍‌ ୪୦’ନାମରେ ଚର୍ଚ୍ଚା ହେଉଛି। ଯାହାକୁ ଆମେରିକାର ଏକ ଭିଜୁଆଲ୍‌ ଆର୍ଟସର ଫ୍ରଫେସର ପ୍ରସ୍ତୁତ କରିଛନ୍ତି। ଏହି ଗଛର ବିଶେଷତ୍ୱ ହେଲା ଏଥିରେ ସେଓ, କମଳା, ଚେରି,ବରକୋଳି, ଜାମୁରୋଳ ଆଦି ୪୦ ପ୍ରକାର ଫଳ ଫଳିଛି।

ଆମେରିକାସ୍ଥିତ ସେରାକ୍ୟୁଜ୍‌ ୟୁନିଭର୍‌ସିଟିରେ ଭିଜୁଆଲ୍‌ ଆର୍ଟସର ପ୍ରଫେସର ସୈମ୍‌ ବନ୍‌ ଏକେନ୍‌ ଏହି ଗଛର ସୃଷ୍ଟିକର୍ତ୍ତା। ଗୋଟିଏ ଗଛରେ ଏକାସଙ୍ଗରେ ଏତେ ପ୍ରକାର ଫଳ ଫଳାଇବା ପାଇଁ ସେ ବୈଜ୍ଞାନିକମାନଙ୍କ ସହାୟତା ନେଇଥିଲେ। ଏହି କାର୍ଯ୍ୟ ସେ ୨୦୦୮ ମସିହାରେ ଆରମ୍ଭ କରିଥିଲେ। ନ୍ୟୁୟର୍କର ରାଜ୍ୟ କୃଷି ପ୍ରୟୋଗର ଏକ ବଗିଚାକୁ ବୁଲିବାକୁ ଯାଇଥିଲେ, ଯେଉଁଠି ପ୍ରାୟ ୨୦୦ ପ୍ରକାର ବରକୋଳି ଏବଂ ଚେରି ଗଛ ଲାଗିଥିଲା। ଏହି ବଗିଚା ଏବେ ବନ୍ଦ ହୋଇଗଲାଣି। ଏକେନ୍‌ ଏହି ବଗିଚା ଦେଖିବା ପରେ ନିଜେ କିଛି ଭିନ୍ନ କରି ଦେଖାଇବାକୁ ଚିନ୍ତା କରିଥିଲେ। ଯାହା ଆଜି ପୂରଣ ହୋଇଛି।
‘ଟ୍ରି ଅଫ୍‌ ୪୦’ଗଛର ଦାମ୍‌ ମଧ୍ୟ ବେଶ୍‌ ଅଧିକ। ଏହାର ଦାମ୍‌ ରହିଛି ୧୯ ଲକ୍ଷ ଟଙ୍କା। ଏକେନ୍‌ ମୁଖ୍ୟଗଛକୁ କାଟି ଗୋଟିଏ ପରେ ଗୋଟିଏ ଚାରା ସୃଷ୍ଟି କରିଥାନ୍ତି। ଏହିପରି ଭାବେ କରି ଗୋଟିଏ ଗଛରେ ସେ ୪୦ ପ୍ରକାର ଫଳ ଫଳାଇବାରେ ସକ୍ଷମ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରିୟାନୀ ଦାମ ୨୦,୦୦୦ଟଙ୍କା

ବିରିୟାନୀ କଥା ଉଠିଲେ ପାଟିରୁ ଲାଳ ଗଡିଆସେ। ପ୍ରାୟ ସମସ୍ତଙ୍କୁ ଭଲ ଲାଗେ ଏହାର ସ୍ବାଦ। ଭଲ ଓ ଫେମସ୍‌ ବିରିୟାନୀ ଖାଇବା ପାଇଁ ତ...

ମିସ ୟୁନିଭର୍ସ ବିଜେତାଙ୍କୁ ମିଳିଥାଏ ଏସବୁ ସୁବିଧା

ନୂଆଦିଲ୍ଲୀ,୧୩।୧୧: ଭାରତର ହର୍‌ନାଜ୍‌ ସାନ୍ଧୁ ମିସ ୟୁନିଭର୍ସ ୨୦୨୧ ମୁକୁଟ ପିନ୍ଧିଛନ୍ତ। ପଞ୍ଜାବର ହର୍‌ନାଜ୍‌ ୨୧ ବର୍ଷ ପରେ ମିସ ୟୁନିଭର୍ସ ଟାଇଟେଲ ଜିତିବାରେ ସଫଳ...

ପ୍ଲାଷ୍ଟିକ୍‌ ଷ୍ଟ୍ରରେ ତିଆରି ସମୁଦ୍ର ଜୁଆର

ପ୍ଲାଷ୍ଟିକ ଆବର୍ଜନା ଦିନକୁ ଦିନ ବଢିବାକୁ ଲାଗିଛି। କେବଳ ସ୍ଥଳ ଭାଗରେ ନୁହେଁ ସମୁଦ୍ରରେ ବି ଏହାର ପରିମାଣ ବଢିବାକୁ ଲାଗିଲାଣି। ତେବେ କାନାଡାର ସ୍ଥପତି...

ଯୁବତୀଙ୍କୁ ଆଲିଙ୍ଗନ କଲା ହାତୀ: ଭିଡିଓ ଦେଖିଲେ ହୋଇଯିବେ ଚକିତ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ଜଣେ ଯୁବତୀଙ୍କୁ ଏକ...

ଏମିତି ଗାଁ: ଯେଉଁଠି ରହିବାକୁ ହେଲେ କାଟିବାକୁ ପଡ଼େ ଏହି ଅଙ୍ଗ

ଦୁନିଆରେ ଏମିତି କିଛି ସ୍ଥାନ ଅଛି ଯେଉଁଠି ରହିବାକୁ ହେଲେ କିଛି ନା କିଛି ନିୟମ ମାନିବାକୁ ପଡ଼ିଥାଏ। ମାତ୍ର ଥରେ ଭାବିଲେ ଏମିତି ଏକ...

ବର ‘କବୁଲ ହୈ’ କହିବା ମାତ୍ରକେ ଖୁସିରେ ଆତ୍ମବିଭୋର ହୋଇଗଲେ ବଧୂ; ସର୍ବସମ୍ମୁଖରେ କଲେ ଏମିତି ଯେ…

ନୂଆଦିଲ୍ଲୀ: ବିବାହ ସମସ୍ତଙ୍କ ଜୀବନର ଖାସ୍‌ ଦିନ ଭିତରୁ ଗୋଟିଏ। ସେଥିରୁ କିଛି ଯୋଡ଼ି ସବୁକିଛି ଠିକ୍‌ ଭାବେ ହୋଇଯାଉ ବୋଲି ଚିନ୍ତାରେ ରହୁଥିବା ବେଳେ...

ମୁସଲମାନ୍‌ ଯୁବକ କଲେ ହିନ୍ଦୁ ବୃଦ୍ଧଙ୍କ ଅନ୍ତିମ ସଂସ୍କାର: ମୃତଦେହ ଛୁଇଁଲେନି ପରିବାର ଲୋକେ

ହାଇଦ୍ରାବାଦ୍‌, ୨୬।୮: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ କେତେକ ଅଞ୍ଚଳରେ ଅଭାବନୀୟ ଘଟଣାମାନ ଘଟୁଛି। ସମ୍ପ୍ରତି ତେଲଙ୍ଗାନାରେ ଏଭଳି...

ୟୁଟ୍ୟୁବ୍‌ ଦେଖି ସାନ ଭାଇଙ୍କ ଜୀବନ ରକ୍ଷାକଲେ ୯ ବର୍ଷ ବାଳକ

ଓ୍ବାଶିଂଟନ,୫।୨: ଆମେରିକାରେ ଜଣେ ୯ ବର୍ଷ ବୟସ୍କ ବାଳକ ୟୁଟ୍ୟୁବ୍‌ ଦେଖି ତାଙ୍କ ୩ ବର୍ଷର ସାନ ଭାଇଙ୍କ ଜୀବନ ରକ୍ଷା କରିଛନ୍ତି। ଟିମୋଥି ପ୍ରଥରଙ୍କ...

Advertisement
Archives

Model This Week