ଗୋଚର ଜମିରେ ତିଆରି ହେଉଛି ଘର: ଶାଗମାଛ ଦରରେ ଜାଗା ବିକ୍ରି

ନୟାଗଡ଼ ଅଫିସ,୧୮।୧୨-ନୟାଗଡ଼ ସହରରେ ମାତିଛନ୍ତି ଜମି ମାଫିଆ। ସହରର ପାହାଡ଼ କଡ଼ରେ ଥିବା ଉଭୟ ଜଙ୍ଗଲ ଓ ଗୋଚର ଜମିକୁ ଶାଗମାଛ ଦରରେ ଏମାନେ ଲୋକମାନଙ୍କୁ ବିକ୍ରି କରୁଛନ୍ତି। ଏହି ମାଫିଆମାନେ ପାହାଡ଼କୁ ଫଟାଇ କାଟି ସଫା କରି ପ୍ଲଟିଂରେ ବିକ୍ରି କରୁଛନ୍ତି। ପ୍ରଶାସନିକ କର୍ମଚାରୀଙ୍କୁ ହାତ କରି ମାଫିଆମାନେ ନୟାଗଡ଼ ସହରରେ ନିର୍ଭୟରେ ଏହିଭଳି ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି।
ପୌରପାଳିକାର ୬ ନମ୍ବର ୱାର୍ଡ ନାଏକସାହିଠାରେ ଥିବା ବଳରାମ ପାହାଡ଼ ତଳେ ଏଭଳି ଘଟଣା ଦେଖିବାକୁ ମିଳିଛି। ବଳରାମ ପାହାଡ଼ ନିକଟରେ ଥିବା କିଛି ଗୋଚର ଜମି ଓ ପାହାଡ଼କୁ ଫଟାଇ ଜଙ୍ଗଲ ଜମିକୁ ପ୍ଲଟିଂ କରି ଉକ୍ତ ଜାଗାକୁ ବିକ୍ରି କରୁଛନ୍ତି । ଏପରିକି କେତେଜଣ ବ୍ୟକ୍ତି ସେମାନଙ୍କଠାରୁ ଜମି କିଣି ଘର ତିଆରି କରି ସେଠାରେ ରହିଲେଣି। ଉଭୟ ଜଙ୍ଗଲ ଓ ରାଜସ୍ବ ବିଭାଗର କର୍ମଚାରୀମାନଙ୍କୁ ହାତ କରି ଏମାନେ ଏହିଭଳି ବେଆଇନ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ସହରରେ ଖଣ୍ଡିଏ ଜାଗା ପାଇଁ ଲୋକଙ୍କ ନିଦ ହଜିଯାଉଥିବା ବେଳେ କମ୍‌ ଦାମରେ ଜାଗା ମିଳିଯାଉଥିବାରୁ ଏହା ମାଫିଆମାନଙ୍କୁ ସୁହାଉଛି। ସେମାନେ ଖୁବ୍‌ କମ୍‌ ଦରରେ ଲୋକମାନଙ୍କୁ ଜମି ବିକ୍ରି କରୁଛନ୍ତି। କିପରି ଗୋଚର ଜମିକୁ ପ୍‌ଲଟିଂ କରି ବିକ୍ରି କରାଯାଉଛି ତାହା ତଦନ୍ତ ସାପେକ୍ଷ। ସହର ନିକଟରେ ଏତେ ସବୁ ଘଟଣା ଘଟୁଥିଲେ ମଧ୍ୟ କିପରି ପ୍ରଶାସନିକ ଅଧିକାରୀମାନେ ଏହା ଜାଣିପାରୁନାହାନ୍ତି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ପ୍ରଶାସନ ସବୁ ଜାଣି ନୀରବ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏ ନେଇ ନୟାଗଡ଼ ତହସିଲଦାର କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କୁ ପଚାରିବାରୁ ସେ ଏହାର ତଦନ୍ତ କରିବେ ବୋଲି ପ୍ରକାଶ କରିଥିଲେ। ଏଥିପ୍ରତି ବିଭାଗ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri