Posted inଜାତୀୟ

ଗୋଆ ମନ୍ତ୍ରିମଣ୍ଡଳରୁ ଉପମୁଖ୍ୟମନ୍ତ୍ରୀ ବିଦା: କଂଗ୍ରେସ ଛାଡ଼ିଥିବା ୩ ବିଧାୟକ ସାମିଲ

ପଣଜୀ,୧୪ା୭(ପି.ଟି.): ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଶନିବାର ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। କ୍ୟାବିନେଟରୁ ଉପମୁଖ୍ୟମନ୍ତ୍ରୀ ବିଜୟୀ ସରଦେଶାଇଙ୍କ ସମେତ ୪ ଜଣଙ୍କୁ ବାଦ୍‌ ଦିଆଯାଇ ସେମାନଙ୍କ ସ୍ଥାନରେ କଂଗ୍ରେସ ଛାଡ଼ିଥିବା ୩ ବିଧାୟକ ଏବଂ ଜଣେ ଭାଜପା ବିଧାୟକଙ୍କୁ ନିଆଯାଇଛି। ରାଜଭବନରେ ରାଜ୍ୟପାଳ ମୃଦୁଳା ସିହ୍ନା ନୂଆ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇଥିଲେ। ଗୋଆ ବିଧାନସଭାର ୧୫ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୦ ଜଣ ଦଳବଦଳ କରି ଭାଜପାରେ ସାମିଲ ହେବା ପରେ ସେମାନଙ୍କ ମଧ୍ୟରୁ ପୂର୍ବତନ ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କଭାଲେକର, ପୂବର୍ତନ ମନ୍ତ୍ରୀ ଫିଲିଫ୍‌ ନେରି ରଡ୍ରିଗ୍ସ ଏବଂ ଜେନିଫର ମନସେରାତେଟ୍‌ଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। କଭାଲେକରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ଜଣାପଡିଛି। ତାଙ୍କ ନେତୃତ୍ୱରେ ୧୦ କଂଗ୍ରେସ ବିଧାୟକ ଦଳବଦଳ କରିଥିଲେ।
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଲାଗି ଭାଜପା ସହଯୋଗୀ ଗୋଆ ଫରଓ୍ବାର୍ଡ ପାର୍ଟି (ଜିଏଫ୍‌ପି)ର ୩ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ଲାଗି କୁହାଯାଇଥିଲା। ମନ୍ତ୍ରିମଣ୍ଡଳରୁ ଉପମୁଖ୍ୟମନ୍ତ୍ରୀ ବିଜୟୀ ସରଦେଶାଇ, ମତ୍ସ୍ୟସମ୍ପଦ ମନ୍ତ୍ରୀ ବିନ୍ଦୋ ପଲିଏନକର, ଗୃହନିର୍ମାଣ ମନ୍ତ୍ରୀ ଜୟେଶ ସଲଗାଓଁକର ଏବଂ ସ୍ବାଧୀନ ବିଧାୟକ ରୋହନ ଖୌନ୍ତେ ବାଦ୍‌ ପଡିଛନ୍ତି। ଫଳରେ ସରକାରରୁ ଜିଏଫ୍‌ପି ସମର୍ଥନ ପ୍ରତ୍ୟାହାର କରିନେବ ବୋଲି ଦଳ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ଦେଶ ସବୁଠୁ ଅଧିକ କିଣନ୍ତି ଅସ୍ତ୍ରଶସ୍ତ୍ର, ଜାଣନ୍ତୁ କେତେ ନମ୍ବରରେ ରହିଛି ଭାରତ

ନୂଆଦିଲ୍ଲୀ,୨ା୧: ଷ୍ଟକ୍‌ହୋମ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ (SIPRI)ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ବିଶ୍ୱ ଅସ୍ତ୍ରଶସ୍ତ୍ର ବାଣିଜ୍ୟ ଉପରେ ଆଲୋକପାତ କରିଛି। ରିପୋର୍ଟ ଅନୁଯାୟୀ, ୨୦୨୦ରୁ...

ଶ୍ରୀମନ୍ଦିର ନୀତିକ୍ରାନ୍ତିରେ ବିଭ୍ରାଟ, ସକାଳ ୯ଟା ୪୫ରେ ହେଲା ପତିତପାବନଙ୍କ ଆଳତି

ପୁରୀ ୨/୨( ଅଜିତ୍ କୁମାର ମହାନ୍ତି ):  ପୁରୀ ଶ୍ରୀମନ୍ଦିର ନୀତିକ୍ରାନ୍ତିରେ ପୁଣି ବିଭ୍ରାଟ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ନୀତିକୁ ଗୁରୁତ୍ଵ ଦେଇ...

‘ମୁଁ ନୁହେଁ, ସେ ମୋତେ ଭେଟିବାକୁ ଆସିଥିଲେ…’ ଜୟଶଙ୍କରଙ୍କ କରମର୍ଦ୍ଦନକୁ ନେଇ ଗର୍ବ କଲା ପାକିସ୍ତାନ, କଲା ଏମିତି ଦାବି

ନୂଆଦିଲ୍ଲୀ/ଇସଲାମାବାଦ,୨।୧: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନା ମଧ୍ୟରେ, ଢାକାରୁ ଆସିଥିବା ଏକ ଫଟୋ ପାକିସ୍ତାନରେ ଆଲୋଚନାର ବିଷୟ ପାଲଟିଛି।...

ଶୋଇଥିଲେ ବି ବିକାଶ କଥା ଚିନ୍ତା କରେ: ଭାବବିହ୍ବଳ କଲେ ନରସିଂହ

ଲୋଇସିଂହା,୨।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଜନକଲ୍ୟାଣ ଯୁବ ସାମ୍ମୁଖ୍ୟ କ୍ଲବ ପକ୍ଷରୁ ଅଭିନନ୍ଦନ-୨୦୨୬ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବକୁ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର...

ନିଜ IPL ଟିମ୍‌ KKRରୁ କେତେ ରୋଜଗାର କରନ୍ତି କିଙ୍ଗ୍‌ ଖାନ? ଜାଣିଲେ…

ନୂଆଦିଲ୍ଲୀ,୨।୧: ବଲିଉଡର କିଙ୍ଗ ଖାନ ସବୁବେଳେ ଖବରର ଶିରୋନାମାରେ ରହିଥାନ୍ତି। ସେ ତାଙ୍କ ଫିଲ୍ମ ମାଧ୍ୟମରେ ପ୍ରଶଂସକମାନଙ୍କୁ ମୋହିତ କରନ୍ତି। ବର୍ତ୍ତମାନ, ପ୍ରଶଂସକମାନେ ଶାହରୁଖ ଖାନଙ୍କ...

ପ୍ରିୟଙ୍କା ଗାନ୍ଧୀଙ୍କ ଜିପ୍‌ ସାମ୍ନାକୁ ଚାଲିଆସିଲା ବାଘ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨।୧: କଂଗ୍ରେସ ମହାସଚିବ ଏବଂ ଏମପି ପ୍ରିୟଙ୍କା ଗାନ୍ଧୀ ତାଙ୍କ ପୁଅର ନିର୍ବନ୍ଧ ପାଳନ କରିବା ଏବଂ ଏକ ବ୍ୟକ୍ତିଗତ ଯାତ୍ରାରେ ନୂତନ ବର୍ଷ ଛୁଟି...

ଗଜପତି ଜିଲାର ନୂଆ ଜିଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ

ଗଜପତି(ଗିରିଧାରୀ ପରିଛା):୦୨/୦୧- ଗଜପତି ଜିଲ୍ଲାର ନୂଆ ଜିଲ୍ଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ । ନୂଆବର୍ଷରେ ନିଯୁକ୍ତି ଦେଇଛନ୍ତି ସରକାର । ଗତ କିଛି ଦିନ...

ଭାରତରେ ବ୍ୟାପିଲା ବାର୍ଡ ଫ୍ଲୁ ସଂକ୍ରମଣ; ଏହିସବୁ ରାଜ୍ୟରେ ଜାରି ହେଲା ସତର୍କତା

ନୂଆଦିଲ୍ଲୀ,୨।୧: କେରଳର ଆଲପୁଜା ଏବଂ କୋଟାୟମ ସମେତ କିଛି ଅଞ୍ଚଳରେ ବାର୍ଡ ଫ୍ଲୁ ବା ପକ୍ଷୀ ଜ୍ୱର ମାମଲା ଚିହ୍ନଟ ହୋଇଛି। ଏହାକୁ ଦୃଷ୍ଟିରେ ରଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri