ଗୃହୀତ ପ୍ରସ୍ତାବ ପୂରଣ କରିନାହାନ୍ତି ସରକାର

ବ୍ରହ୍ମପୁର ଅଫିସ,୧୭ା୬-ବୃହତ୍ତମ ଜିଲା ଗଞ୍ଜାମରେ ଅନେକ ସମସ୍ୟା ରହିଛି। ସମାଧାନ ହେଉ ନ ଥିବାରୁ ଏହା ବଢ଼ି ଚାଲିଛି। ବିଭିନ୍ନ ସମୟରେ ବିରୋଧୀ ଦଳ ଦାବିକୁ ସରକାର ପୂରଣ କରି ନ ଥିବା ନଜିର ରହିଛି। ତେବେ ଶାସକ ଦଳର ନାଯ୍ୟ ଦାବିଗୁଡ଼ିକ ମଧ୍ୟ ପୂରଣ କରାଯାଇ ନ ଥିବା ଅଧିକ ଉଦ୍‌ବେଗର କାରଣ ହୋଇଛି।
୨୦୧୮ ଜୁନ ୨୨ରେ ଜିଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଗୋପାଳପୁରରେ ଅନୁଷ୍ଠିତ ହୋଇଥିଲା। ଆଗତ ରାଜନୈତିକ ଚିଠା ପ୍ରସ୍ତାବରେ ଗଞ୍ଜାମର ସମୂହ ସ୍ବାର୍ଥ ସମ୍ବଳିତ ଲମ୍ବା ଦାବି ଉପସ୍ଥାପିତ କରାଯାଇଥିଲା। ଅନୁମୋଦନ ସହ କାର୍ଯ୍ୟକାରୀ କରିବାକୁ ତାହା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠା ଯାଇଥିଲା।
ଆସନ୍ତା ୨୨ରେ ବୈଠକକୁ ବର୍ଷେ ପୂରିବାକୁ ଯାଉଛି। ତେବେ ଅଦ୍ୟାବଧି କାର୍ଯ୍ୟକାରୀ ହୋଇ ନ ଥିବାରୁ ଶାସକ ଦଳର ଦାବି ପ୍ରତି ସରକାର ଉପେକ୍ଷା କରୁଥିବା ସ୍ପଷ୍ଟ ହୋଇଛି।
ଦାବି ଗୁଡ଼ିକ ମଧ୍ୟରେ ଏମ୍‌କେସିଜି ମେଡିକାଲ କଲେଜକୁ ସ୍ବୟଂଶାସିତ ବା ଡିମଡି ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ସହ ଖାଲି ପଡ଼ିଥିବା ଡ଼ାକ୍ତର ଓ ଅନ୍ୟ କର୍ମଚାରୀ ପଦବୀ ପୂରଣ ଏବଂ ଗଞ୍ଜାମ ଜିଲାରେ ସରକାର ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପ୍ରସଙ୍ଗ ଥିଲା। ଜିଲାରେ କ୍ରୀଡ଼ା କମ୍ପ୍ଲେକ୍ସ ପ୍ରତିଷ୍ଠା, ପ୍ରତ୍ୟେକ ବ୍ଲକରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ସହ ଅଧିକ ନିଯୁକ୍ତି ସୃଷ୍ଟି କରିବା, କୃଷିଜାତ ପଦାର୍ଥର ସଂରକ୍ଷଣ ପାଇଁ ଜିଲାରେ ଅଧିକ ସଂଖ୍ୟକ ଶୀତଳ ଭଣ୍ଡାର ନିର୍ମାଣ, ପଶ୍ଚିମ ଓଡ଼ିଶା ଢ଼ାଞ୍ଚାରେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ, ରଙ୍ଗେଇଲୁଣ୍ଡାରେ ଏୟାରଷ୍ଟ୍ରିପ୍‌ ସମ୍ପ୍ରସାରଣ ନ ଚେତ ବିମାନ ବନ୍ଦର କରାଯିବା ଆଦି ଦାବି ପ୍ରସ୍ତାବ ଗୃହୀତ ହୋଇଥିଲା।
କେନ୍ଦ୍ର ଅବହେଳାକୁ ମଧ୍ୟ ପ୍ରସଙ୍ଗ କରାଯାଇଥିଲା। ଏହି ଦାବିଗୁଡ଼ିକ ମଧ୍ୟରୁ ଗୋଟିଏ ବି କାର୍ଯ୍ୟକାରୀ ହୋଇନାହିଁ।
କୃଷି ବହୁଳ ଏହି ଜିଲାରେ ଜଳସେଚନ ବ୍ୟବସ୍ଥାର ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲାର ଜୀବନରେଖା ଋଷିକୁଲ୍ୟା ନଦୀର ବହୁବିଧ ଉନ୍ନତି ଲାଗି ସ୍ବତନ୍ତ୍ର ପରିଷଦ ଗଠନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏହା ସହ ବ୍ରିଟିଶ ଅମଳର ରସୁଲକୋଣ୍ଡା ଘାଇ ଓ ବର୍ତ୍ତମାନର ଭଞ୍ଜନଗର ଜଳ ଭଣ୍ଡାର ଉନ୍ନତୀକରଣ, ପ୍ରସ୍ତାବିତ ଘଟକେଶ୍ୱର ସେଚ ପ୍ରକଳ୍ପ ସମ୍ପୂର୍ଣ୍ଣ କରଣ ଓ ସୋରଡ଼ା ନିକଟରେ ପ୍ରସ୍ତାବିତ ପିପଳପଙ୍କା ଜଳ ଭଣ୍ଡାର ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଶାଳିଆ ଓ ଧନେଇ ପ୍ରକଳ୍ପର ଉନ୍ନତୀକରଣ, କଂସାରିଗଣ୍ଡରେ ବ୍ରିଜ୍‌ ନିର୍ମାଣ, ଭଞ୍ଜନଗର ନିକଟ ଦହ ସେଚ ପ୍ରକଳ୍ପର ସମ୍ପ୍ରସାରଣ, ବାଘଲଟି ଜଳ ସେଚନ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ଦାବି ପ୍ରସ୍ତାବରେ ଦର୍ଶାଯାଇଥିଲା।
ଏଥିପ୍ରତି ମଧ୍ୟ ସରକାର ଅଣଦେଖା କରିଛନ୍ତି।
ବର୍ଷେ ବିତିବାକୁ ଯାଉଥିବା ବେଳେ ନାଯ୍ୟ ଦାବିଗୁଡ଼ିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇନାହାନ୍ତି। ଜିଲା ବିଜେଡି ସଭାପତିଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ନ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳି ନ ଥିଲେ ମଧ୍ୟ ସାଧାରଣ ସମ୍ପାଦକ ତଥା ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା କହିଛନ୍ତି, ଦାବି ପୂରଣ ପାଇଁ ସରକାରଙ୍କ ଆନ୍ତରିକତା ରହିଛି। ଗତ ନିର୍ବାଚନରେ ସମସ୍ତେ ବ୍ୟସ୍ତ ରହିବାରୁ ବିଳମ୍ବ ହୋଇଛି। ମୁଖ୍ୟମନ୍ତ୍ରୀଙ୍କୁ ଦଳର ବିଧାୟକମାନେ ଭେଟି ସମସ୍ୟା ସମାଧାନ ପାଇଁ ଅନୁରୋଧ କରାଯିବ। କେତେକ ପ୍ରସଙ୍ଗ ନେଇ ବିଧାନସଭାରେ ଉପସ୍ଥାପିତ କରାଯିବାର ସେ ସୂଚାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri