ଗୁରୁତର ସଙ୍କଟରେ ଆମେରିକାର ଖବରକାଗଜ ଶିଳ୍ପ

ନ୍ୟୁୟର୍କ,୧୧ା୪: କରୋନା ଭାଇରସ୍‌ ସଂକ୍ରମଣ ଖବର ସାଉଁଟିବାକୁ ପ୍ରବଳ ଆଗ୍ରହ ଦେଖାଉଥିବା ଆମେରିକା ସାମ୍ବାଦିକଙ୍କ ପାଇଁ ଏବେ ବିପଦ ଘନେଇ ଆସିଛି। ଏହା ଖବରକାଗଜ ଶିଳ୍ପ ପ୍ରତି ଏକ ବଡ଼ ବିଡ଼ମ୍ବନା ବୋଲି କୁହାଗଲାଣି। ବର୍ତ୍ତମାନ ପରିପ୍ରେକ୍ଷୀରେ ପାଠିକାପାଠକଙ୍କ ନିକଟରେ ଖବରଦାତାଙ୍କ ରିପୋର୍ଟ ପଢ଼ିବାର ଚାହିଦା ବଢ଼ିଯାଇଥିଲେ ହେଁ ଖବରକାଗଜ ଶିଳ୍ପ ଆର୍ଥିକ ଦୁର୍ଦ୍ଦିନରେ ପଡ଼ିଯାଇଛି। ଗଣମାଧ୍ୟମର ମୁଖ୍ୟ ଆୟର ଉତ୍ସ ବିଜ୍ଞାପନ କମିଯାଇଥିବାରୁ ଏଭଳି ଅବସ୍ଥା ଦେଖାଦେଇଛି ବୋଲି ରିପୋର୍ଟ ପ୍ରକାଶ ପାଇଛି।
କରୋନା ଭୂତାଣୁ ସମଗ୍ର ବିଶ୍ୱକୁ କବଳିତ କରିଥିବାରୁ ପାଠିକାପାଠକ ଏ ସଂକ୍ରାନ୍ତ ଖବର ଜାଣିବା ସକାଶେ ଖବରକାଗଜ ଓ ନ୍ୟୁଜ୍‌ ସାଇଟ୍‌ ଉପରେ ନିର୍ଭର କରୁଛନ୍ତି। ହେଲେ ଗଣମାଧ୍ୟମର ଆର୍ଥିକ ଅବସ୍ଥା ଦୁର୍ବଳ ହୋଇପଡ଼ିଥିବାରୁ ସଂସ୍ଥାଗୁଡ଼ିକ ସାମ୍ବାଦିକଙ୍କୁ ଛଟେଇ କରୁଛନ୍ତି, ଫଳରେ ସେମାନଙ୍କ ଜୀବିକା ପ୍ରତି ବିପଦ ଦେଖାଦେଇଛି। ଏପରି କି ନାମକରା ଖବରକାଗଜଗୁଡ଼ିକ ସେମାନଙ୍କ ପ୍ରିଣ୍ଟିଂ ବନ୍ଦ କରିଦେଇ ଡିଜିଟାଲ ମଞ୍ଚକୁ ଆବୋରି ନେଲେଣି। ଖର୍ଚ୍ଚ ଅସମ୍ଭାଳ ହୋଇପଡ଼ିଛି। କାରଣ ବିଜ୍ଞାପନ ଦ୍ରୁତଗତିରେ କମିଯାଇଛି। ମୁଦ୍ରଣ କରିବା ଲାଗି ପର୍ଯ୍ୟାପ୍ତ ଅର୍ଥ ବ୍ୟୟ ହେଉଥିବାରୁ ପ୍ରିଣ୍ଟ ମିଡିଆ ସଙ୍କଟ ଦେଇ ଗତିକଲାଣି।
କରୋନା ଭୂତାଣୁ ଆମେରିକାର ଲୁଇସିଆନା ପ୍ରଦେଶରେ ଘୋର ବିପତ୍ତି ଆଣିଥିବାରୁ ସେଠାକାର ‘ଦି ଟାଇମ୍ସ ପିକାୟୁନ୍‌’ ତା’ର ୪୦୦ କର୍ମଚାରୀଙ୍କ ମଧ୍ୟରୁ ୧୦ ପ୍ରତିଶତଙ୍କୁ ଛୁଟି ଦେଇଦେଇଛି। ଅନ୍ୟମାନଙ୍କୁ ସପ୍ତାହରେ ୪ ଦିନ କାମ କରିବାକୁ କହିଛି। ସେହିପରି ଓହିଓ ପ୍ରଦେଶର କ୍ଲେଭେଲାଣ୍ଡସ୍ଥିତ ଦୈନିକ ଖବରକାଗଜ ‘ଦି ପ୍ଲେନ୍‌ ଡିଲର’ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଖବର ସଂଗ୍ରହ କରୁଥିବା ଖବରଦାତାଙ୍କ ସମେତ ନ୍ୟୁଜରୁମ୍‌ରେ କାମ କରୁଥିବା ୨୨ ଜଣ କର୍ମଚାରୀଙ୍କୁ ଛଟେଇ କରିଦେଇଛି। ଅନୁରୂପ ଭାବେ ସିଆଟେଲ୍‌ର ‘ଦି ଉଇକ୍‌ଲି ଷ୍ଟ୍ରେଞ୍ଜର’ ପତ୍ରିକା ତା’ର ୧୮ ଜଣ କର୍ମଚାରୀଙ୍କୁ ସାମୟିକ ଭାବେ ବିଦା କରିଦେବା ପରେ ପ୍ରକାଶନକୁ ବନ୍ଦ କରିଦେଇଛି। କେତେକ ସ୍ଥାନୀୟ ଖବରକାଗଜ ସଂସ୍ଥାର ମାଲିକମାନେ କହିଲେଣି ଯେ, କରୋନା ଯୋଗୁ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଆହୁରି ଭାଙ୍ଗିପଡ଼ିଛି। ସେମାନେ ଖବରକାଗଜ କିମ୍ବା ପତ୍ରିକା ବାହାର କରିବାକୁ ଅସମର୍ଥ ହୋଇପଡ଼ିଛନ୍ତି। ଏପରି କି କେତେକ ବିଶେଷଜ୍ଞ ମତ ଦେଲେଣି ଯେ, ଆଗକୁ ପରିସ୍ଥିତିରେ ସୁଧାର ଆସିବ ବୋଲି ସେମାନେ ଅନୁମାନ ଲଗାଇପାରୁ ନାହାନ୍ତି। ଆସନ୍ତା ଦିନଗୁଡ଼ିକରେ ପ୍ରିଣ୍ଟମିଡିଆ ଡଜନ୍‌ ନୁହେଁ, ଶହ ଶହ ସଂଖ୍ୟାରେ ବନ୍ଦ ହେବ ବୋଲି ଆଶଙ୍କା ଉପୁଜିଲାଣି। ପ୍ରଖ୍ୟାତ ସାମ୍ବାଦିକ, ଲେଖିକା ତଥା ୟୁନିଭର୍ସିଟି ଅଫ୍‌ ନର୍ଥ କରୋଲିନାର ଜର୍ନାଲିଜିମ୍‌ ଆଣ୍ଡ୍‌ ଡିଜିଟାଲ ମିଡିଆ ଇକୋନମିକ୍ସର ନାଇଟ୍‌ ଚେୟାର ଥିବା ପେନି ଏବର୍ନାଥି ଭବିଷ୍ୟବାଣୀ କଲେଣି ଯେ, ମିଡିଆ ଉପରେ ଘୋର କଳାବାଦଲ ଦେଖାଦେଲାଣି ଏବଂ ଆଗକୁ ଅନେକ ଖବରକାଗଜ ଓ ଓ୍ବେବ୍‌ସାଇଟ୍‌ ବନ୍ଦ ହୋଇଯିବ।
ବିଶେଷଜ୍ଞମାନେ ଆକଳନ କଲେଣି ଯେ ଆର୍ଥିକ ବୋଝରେ ନଇଁପଡ଼ିଥିବା ଛୋଟ ମିଡିଆ ହାଉସ୍‌ ପ୍ରଥମେ ଲୋପ ପାଇଯିବେ। କରୋନା ଭାଇରସ୍‌ର ପ୍ରଭାବ ପଡ଼ିବା ପୂର୍ବରୁ ମଧ୍ୟ ଗଣମାଧ୍ୟମ ଶିଳ୍ପ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରିଆସୁଛି। ଆମେରିକାରେ ୨୦୦୪ରୁ ୨୦୧୮ ମଧ୍ୟରେ ପ୍ରାୟ ୧,୮୦୦ ଖବରକାଗଜ ବନ୍ଦ ହୋଇଯାଇଥିଲା। କାରଣ ପାଠିକାପାଠକମାନେ ଏସବୁ କିଣିବା ଲାଗି ଆଗ୍ରହ ଦେଖାଉନାହାନ୍ତି। ଅନ୍ୟପକ୍ଷରେ ଡିଜିଟାଲ ଯୁଗରେ ସମସ୍ତେ ଅନ୍‌ଲାଇନ୍‌, ଗୁଗଲ୍‌, ଫେସ୍‌ବୁକ୍‌ ପ୍ରତି ଆକୃଷ୍ଟ ହେଉଛନ୍ତି। ତେଣୁ ବିଜ୍ଞାପନଦାତାମାନେ ଏସବୁ ମାଧ୍ୟମ ବା ମଞ୍ଚ ପ୍ରତି ଆଗ୍ରହ ଦେଖାଇବା ସ୍ବାଭାବିକ। ଏମିତି ଦେଖିଲେ ଗଣମାଧ୍ୟମକୁ ଏକ ଶକ୍ତିଶାଳୀ ଶିଳ୍ପ ଭାବେ ଗଣାଯାଇ ନ ଥାଏ। ଏଭଳି ସ୍ଥଳେ କରୋନା ଭାଇରସ୍‌ର ପ୍ରଭାବ ଏହାକୁ ମୋଡିମକଚି ଦେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri