ଗୁଦୁରାପଡ଼ାରେ ଚେସ୍‌ ପ୍ରତିଯୋଗିତା: ବରିଷ୍ଠ ବିିଭାଗରେ ଅଭିଷେକ, କନିଷ୍ଠରେ ଚିରାଗ ବିଜେତା

ଜମନକିରା,୨୯।୭(ଡି.ଏନ୍‌.ଏ.):ସମ୍ବଲପୁର ଜିଲା ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତ ଗୁଦୁରାପଡ଼ା ଆବାସିକ ବିଦ୍ୟାଳୟ ପରିସରରେ ଏକଦିବସୀୟ ଚେସ୍‌ ପ୍ରତିଯୋଗିତା ରବିବାର ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଚେସ୍‌ ବା ଇନ୍‌ଡୋର ଖେଳ ପ୍ରତି ଆଗ୍ରହ ସୃଷ୍ଟି ସହ ପ୍ରୋତ୍ସାହନ ଦେବା ସକାଶେ ଭୋଜପୁର ସୁପର ସିନିୟର ଗ୍ରୁପ୍‌ ପକ୍ଷରୁ ଏହା ଆୟୋଜିତ ହୋଇଥିଲା। ଏଥିରେ ବରିଷ୍ଠ ବିିଭାଗରେ କୁଚିଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ଅଭିଷେକ ବେହେରା ବିଜେତା ହୋଇଥିବା ବେଳେ ଗୁଦୁରାପଡ଼ା ଆବାସିକ ମଧ୍ୟ ଇଂରାଜି ବିଦ୍ୟାଳୟର ପ୍ରବୀଣ ସୋରେନ ଉପବିଜେତା ହୋଇଥିଲେ। ସେହିପରି କନିଷ୍ଠ ବର୍ଗରେ ସେଣ୍ଟ ଥୋମାସ ଇଂରାଜି ବିଦ୍ୟାଳୟର ଚିରାଗ ପଟେଲ ବିଜେତା ଓ ବିଭୂତ ପାଣି ଉପବିଜେତା ହୋଇଛନ୍ତି। ଏହି ଉପଲକ୍ଷେ ସଭାପତି ତଥା ଆବାସିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲକ୍ଷପତି ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଡା. ହୃଦାନନ୍ଦ ନାୟକ ମୁଖ୍ୟଅତିଥିଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଖେଳାଳିଙ୍କୁ ପୁରସ୍କୃତ କରିଥିଲେ। ଉତ୍ସବରେ ପ୍ରତିଭା ବିକାଶ ଅଭିଯାନର ସୁଗତ ପଟେଲ, ରମାକାନ୍ତ ମହାକୁଳ, ଖବରଦାତା ପ୍ରଭାତ ବେହେରା ସମ୍ମାନନୀୟ ଅତିଥିଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଉଗ୍ରସେନ ରଞ୍ଜିତ, କୈଳାସ ଗୌଡ଼, କ୍ଷୀରୋଦ କିଷାନ, ନରେନ୍ଦ୍ର କିଷାନ, ପ୍ରଣବ ବେହେରା, ପ୍ରବୀଣ ବେହେରା ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମରଣଯନ୍ତା ପାଲଟିଛି ପୁରୀ ସମୁଦ୍ର: ବୁଡ଼ିଯିବାରୁ ଅଳ୍ପକେ ବର୍ତ୍ତିଲେ ୩ ବଙ୍ଗୀୟ ଯୁବକ

ପୁରୀ ଅଫିସ,୧୬।୧୦: ଏବେ ମରଣଯନ୍ତା ପାଲଟିଛି ପୁରୀ ସମୁଦ୍ର। ପ୍ରଶାସନର ଅବହେଳା ଯୋଗୁ ସମୁଦ୍ରରେ ଗାଧୋଇ ପର୍ଯ୍ୟଟକମାନେ ଅକାଳରେ ପ୍ରାଣ ହରାଉଛନ୍ତି। ଅନେକ ପର୍ଯ୍ୟଟକ ଆହତ...

ଜଳହସ୍ତୀ ଦେହରେ ଲାଗିଛି ସିରିଞ୍ଜ

ବାରଙ୍ଗ,୨୩।୫(ଡି.ଏନ.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଚିକିତ୍ସକଙ୍କ ଦାୟିତ୍ୱହୀନତା ଯୋଗୁ ୬୩ ନମ୍ବର ଏନକ୍ଲୋଜରରେ ଥିବା ଏକ ମାଈ ଜଳହସ୍ତୀକୁ ଦୁର୍ଦ୍ଦଶା ଭୋଗିବାକୁ ପଡିଛି। ୪ବର୍ଷର ଏହି...

ଖାଁ ଖାଁ ଶ୍ରୀମନ୍ଦିର: ଏକା ଏକା ବସିଛନ୍ତି ମହାପ୍ରଭୁ, ଶ୍ରୀଅଙ୍ଗକୁ ଅଣ୍ଟୁନି ତୁଳସୀ, ଫୁଲ

ପୁରୀ ଅଫିସ,୨୨।୩: ଶ୍ରୀଜଗନ୍ନାଥ ଭକ୍ତ ବତ୍ସଳ ପୁଣି ଭାବର ଠାକୁର। ହେଲେ ଆଜି ଭକ୍ତ ନାହାନ୍ତି, ଏକା ଏକା ରତ୍ନସିଂହାନରେ ବସିଛନ୍ତି ମହାପ୍ରଭୁ। ନୀତିକାନ୍ତି ଚାଲିଛି,...

ଅପେକ୍ଷାରେ ୨ ଦଶନ୍ଧି

ଯାଜପୁର ଅଫିସ,୯।୧୦: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀରେ ପ୍ରାୟ ପ୍ରତିବର୍ଷ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଏହାକୁ ନିୟନ୍ତ୍ରଣ କରିବାକୁ ନଦୀର ଉପରମୁଣ୍ଡ...

ଚିନ୍ତା ବଢ଼ାଉଛି ସଂକ୍ରମଣ: ଶ୍ରୀମନ୍ଦିର ସେବାରେ ଜଡ଼ିତ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ

ପୁରୀ ଅଫିସ,୧୫।୪: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ପୁରୀରେ ମଧ୍ୟ ଏହି ସଂଖ୍ୟା ବଢ଼ି ଚାଲିଛି। ଶ୍ରୀମନ୍ଦିର ସହ...

ନୂଆଖାଇ ପାଳନ ବେଳେ ବଚସା: ବନ୍ଧୁଙ୍କୁ ହତ୍ୟା କଲେ ଦୁଇ ସାଙ୍ଗ

କୋଟଗଡ଼,୧୨।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ବେନାରବାହାଲ ଗ୍ରାମରେ ବୁଧବାର ନୂଆଖାଇ ପର୍ବ ପାଳନ ବେଳେ କୌଣସି କାରଣକୁ ନେଇ ତିନି ବନ୍ଧୁଙ୍କ ମଧ୍ୟରେ ବଚସା...

ଶିକ୍ଷକ ପଦବୀ ପୂରଣ ଦାବିରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ

ଦାରିଙ୍ଗବାଡ଼ି,୫।୨(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ହାତୀମୁଣ୍ଡାର ତାମାଙ୍ଗି ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ସହ ବିଭିନ୍ନ ସମସ୍ୟାର...

ଘୁଙ୍ଗିନାଳ ପୋଲ ଉପରେ ୪ ଫୁଟର ବନ୍ୟାଜଳ

ଅମରପାଲି,୨୯ା୭(ପୀତାମ୍ବର ସାହୁ): ଲଗାଣବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଭୁତିଆପାଲି ଓ ଲୁତୁରପଙ୍କ ମଝିରେ ଥିବା ଘୁଙ୍ଗିନାଳ ପୋଲ ଉପରେ ଚଳିତବର୍ଷର ପ୍ରଥମ...

Advertisement
Archives

Model This Week