ଗୁଡ ବାୟ କହିବା ଏତେ ସହଜ ନୁହେଁ: ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ନାୟିକା ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ୍‌ ବିରାଟ କୋହଲିଙ୍କ ଯୋଡି ଅଧିକାଂଶ ସମୟରେ ଥାଆନ୍ତି ଚର୍ଚ୍ଚାରେ। ବିବାହ ପରେ ଅନୁଷ୍କା ଏକ ପ୍ରକାର ଅଭିନୟଠାରୁ ଦୂରେଇ ରହିଥିବା ବେଳେ ସେ ବିରାଟଙ୍କ ସହ କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ କରୁଛନ୍ତି ବୋଲି କୁହାଯାଏ। ଅନେକ ସମୟରେ ଅନୁଷ୍କା ବିରାଟଙ୍କ ସହ ବିଦେଶ ଭ୍ରମଣ କରୁଥିଲେ ବି କେବେ କେବେ ଯାଇ ପାରନ୍ତି ନାହିଁ। ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଥିବା ଏହି ନାୟିକା ନିକଟରେ ଏମିତି ଏକ ପୋଷ୍ଟ କରିଛନ୍ତି ଯାହା ତାଙ୍କ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି। ଅନୁଷ୍କା ଲେଖିଛନ୍ତି ସମୟ ସହ ତାଳ ଦେଇ ଗୁଡବାୟ କହିବା ଆପଣମାନେ ଭାବୁଥିବେ ସହଜ କଥା। ହେଲେ ଏହା ଏତେଟା ସହଜ ନୁହେଁ ବୋଲି ସେ କହିଛନ୍ତି। ଅବଶ୍ୟ ଏମିତି କେବେ ହୋଇନି ବୋଲି ବି ସେ ଲେଖିଛନ୍ତି। ଅର୍ଥାତ୍‌ କେବେ କେବେ ବିରାଟଙ୍କଠାରୁ ଦୂରରେ ରହିବା ତାଙ୍କୁ କଷ୍ଟ ଦିଏ ବୋଲି ସେ ପରୋକ୍ଷରେ କହିଛନ୍ତି ବୋଲି କୁହାଯାଉଛି। ଏହି ମେସେଜ୍‌ ସହ ସେ ଯେଉଁ ଫଟୋ ଶେୟାର କରିଛନ୍ତି ତାହା ମଧ୍ୟ ଅନେକଙ୍କୁ ପସନ୍ଦ ଆସିଛି। କାରଣ ମାତ୍ର କେଇ ଘଣ୍ଟା ମଧ୍ୟରେ ପାଖାପାଖି ୧୭ ଲକ୍ଷ ୟୁଜର୍ସ ଏହାକୁ ଲାଇକ୍‌ କରିବା ସହ ଶେୟାର ମଧ୍ୟ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପା ହେବେ କପିଲ, ସ୍ତ୍ରୀ ଗିନ୍ନିଙ୍କ ସହ ‘ବେବିମୁନ୍‌’ରେ ଗଲେ କାନାଡ଼ା

ମୁମ୍ବାଇ: ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି କମେଡିକିଙ୍ଗ କପିଲ ଶର୍ମା। ଗତ କିଛି ଦିନ ଧରି ଏନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ନିଜେ କପିଲ...

ଖବରଦାତା ଭୂମିକାରେ ନଜର ଆସିବେ କିଙ୍ଗ୍‌ଖାନ୍‌

ମୁମ୍ବାଇ: ବଲିଉଡ୍‌ର କିଙ୍ଗ୍‌ଖାନ୍‌ ଶାହାରୁଖ୍‌ ଖାଁ ଦୀର୍ଘଦିନ ଧରି ବଡ଼ପରଦାରୁ ଦୂରେଇ ରହିଛନ୍ତି। ୨୦୧୮ରେ ‘ଜିରୋ’ ପରଠାରୁ ସେ କୌଣସି ଫିଲ୍ମରେ ଏ ପର୍ଯ୍ୟନ୍ତ ଅଭିନୟ...

‘ମିଶନ ମଙ୍ଗଲ’କୁ ମହାରାଷ୍ଟ୍ର ସରକାରଙ୍କ ଉପହାର

ମୁମ୍ବାଇ: ବଲିଉଡ୍‌ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଛି ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’। ଏହା ଏବେ ୧୫୦ କୋଟି...

କରିସ୍ମା କପୁରଙ୍କ ପ୍ରେମରେ ପାଗଳ ଥିଲେ ଏହି ଲୋକପ୍ରିୟ ଅଭିନେତା

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ କରିସ୍ମା କପୁରଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ଗୋଟିଏ ସମୟରେ ଚର୍ଚ୍ଚା ଜୋର୍‌ ଧରିଥିଲା। ଏହି ୨...

ଟ୍ରମ୍ପଙ୍କ ସହ ଡିନର୍‌ କଲେ ଏହି ସେଲିବ୍ରିଟି, ଭାଇରାଲ ହେଉଛି ଫଟୋ

ବମ୍ବେ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଭବନରେ ମଙ୍ଗଳବାର ଡିନର୍‌(ରାତ୍ରଭୋଜନ)ର ଆୟୋଜନ କରାଯାଇଥିଲା। ଏଥିରେ ସାମିଲ ହୋଇଥିଲେ କିଛି ସେଲିବ୍ରିଟି। ସେମାନଙ୍କ ମଧ୍ୟରେ...

ବଲିଉଡ୍‌ ଖାଁଙ୍କୁ ଟାର୍ଗେଟ କଲେ ସୁବ୍ରମଣ୍ୟମ

ମୁମ୍ବାଇ,୧୧।୭: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଏବେବି ସସପେନ୍ସ ଜାରି ରହିଥିବା ବେଳେ ପ୍ରତିଦିନ ଏହାକୁ ନେଇ ସୋସିଆଲ ମିଡିଆରେ ଆଲୋଚନା...

ସୁଇମିଂକୁ ଡରନ୍ତି ତାପସୀ!

ମୁମ୍ବାଇ: ବଲିଉଡ୍‌ର ଚୁଲବୁଲି ନାୟିକା ତାପସୀ ପନ୍ନୁ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ନିକଟରେ ସେ ତାଙ୍କର ଏକ ଫଟୋ ଶେୟାର କରି ବିଗତ ଦିନର...

କିଛି ବର୍ଷ ପରେ ସଲମାନ୍‌ଙ୍କ ଇଦ୍‌ ରିଲିଜରେ ଲାଗିଲା ବ୍ରେକ୍‌

ମୁମ୍ବାଇ: ଲଗାତାର କିଛି ବର୍ଷ ହେବ ଇଦ୍‌ରେ ରିଲିଜ୍‌ ହୋଇ ଆସୁଥିଲା ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁଙ୍କ ଫିଲ୍ମ। ଏହା ବକ୍ସ ଅଫିସରେ ହିଟ୍‌ ବି...

Coronavirus Update


Archives

Model This Week

Why Dharitri