Posted inଖେଳ

ଗୁଆହାଟିରେ ଦୁଇଟି ମ୍ୟାଚ୍‌ ଖେଳିବ ରାଜସ୍ଥାନ ରୟାଲ୍ସ

ଗୁଆହାଟି,୨୭ା୨- ସ୍ଥାନୀୟ ବର୍ସାପାରା ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଆଇପିଏଲ ମ୍ୟାଚ୍‌ ଖେଳାଯିବ। ଆଇପିଏଲ ଗଭର୍ନିଂ କାଉନ୍ସିଲ ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜକୁ ୭ଟି ଘରୋଇ ମ୍ୟାଚ୍‌ ମଧ୍ୟରୁ ପ୍ରଥମ ଦୁଇଟି ମ୍ୟାଚ୍‌ ଗୁଆହାଟିଠାରେ ଆୟୋଜନ କରିବାକୁ ଅନୁମତି ଦେଇଛି। ରାଜସ୍ଥାନ ଏପ୍ରିଲ ୫ ଓ ୮ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ସହ ମ୍ୟାଚ୍‌ ଖେଳିବ। ଉଭୟ ମ୍ୟାଚ୍‌ ରାତି ୮ଟାରେ ଆରମ୍ଭ ହେବ। ଜୟପୁରସ୍ଥିତ ସଓ୍ବାଇ ମାନସିଂ ଷ୍ଟାଡିୟମ ରାଜସ୍ଥାନ ରୟାଲ୍ସର ମୁଖ୍ୟ ହୋମ ଭେନ୍ୟୁ। କିନ୍ତୁ ୨୦୧୦ରେ ଅହମ୍ମଦାବାଦ ଓ ୨୦୧୫ରେ ଅହମ୍ମଦାବଦ ଓ ମୁମ୍ବାଇ ବ୍ରାବୋର୍ନେ ଷ୍ଟାଡିୟମଠାରେ କିଛି ଘରୋଇ ମ୍ୟାଚ୍‌ ଖେଳିଥିଲା। ଚଳିତ ସିଜନରେ ଗୁଆହାଟିକୁ ତା’ର ବିକଳ୍ପ ଭେନ୍ୟୁ ରୂପେ ଚୟନ କରିବା ପୂର୍ବରୁ ଲକ୍ଷ୍ନୌ, ଅମ୍ମଦାବାଦ ଓ ମୁମ୍ବାଇର ଷ୍ଟାଡିୟମ ଉପରେ ନଜର ରଖିଥିଲା। ଆମେ ଏକ ଦଳ ଓ ପରିବାର ଭାବେ ଐତିହାସିକ ନିଷ୍ପତ୍ତି ଯୋଗୁ ଖୁବ୍‌ ଉତ୍ସାହିତ ଅଛୁ। ଯେଉଁଠାରେ କ୍ରିକେଟର ଉନ୍ନତି ହୋଇନାହିଁ, ସେଠାରେ ଆମେ ମିଳିତ ଉଦ୍ୟମ କରିଛୁ। ଉକ୍ତ ଷ୍ଟାଡିୟମରେ ମ୍ୟାଚ୍‌ ଆୟୋଜନ କରିବାର ଉଦ୍ଦେଶ୍ୟ ଦେଶର ବିଭିନ୍ନ ଅନ୍ତରରୁ ପ୍ରଶଂସକଙ୍କୁ ଆକୃଷ୍ଟ କରିବା ବୋଲି ଫ୍ରାଞ୍ଚାଇଜର କାର୍ଯ୍ୟକାରୀ ମୁଖ୍ୟ ରଣଜିତ ବାର୍ଥକର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଛେତ୍ରୀ ପ୍ଲେୟର ଅଫ୍‌ ଦି ଇୟର

ନୂଆଦିଲ୍ଲୀ, ୧୦ା୭ (ପି.ଟି.)-ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଅଧିନାୟକ ସୁନୀଲ ଛେତ୍ରୀଙ୍କୁ ବର୍ଷର ଶ୍ରେଷ୍ଠ ପୁରୁଷ ଫୁଟ୍‌ବଲର ଭାବେ ମନୋନୀତ କରିଛି। ସେ ରେକର୍ଡ ୬ଷ୍ଠ...

ଧୋନୀଙ୍କ ସହ ସମକକ୍ଷ ରୋହିତ

ବାଙ୍ଗାଲୋର,୨୨।୯: ଭାରତୀୟ ଓପନର ରୋହିତ ଶର୍ମା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସମକକ୍ଷ ହୋଇଛନ୍ତି। ଉଭୟେ ଏପର୍ଯ୍ୟନ୍ତ ଟି୨୦ ଫର୍ମାଟରେ ଦେଶ ପାଇଁ ସର୍ବାଧିକ...

ଓ୍ବିମ୍ବେଲଡନ ଓପନ୍‌ ଟେନିସ୍‌: ପ୍ରଜନେଶ ପ୍ରଥମ ରାଉଣ୍ଡରେ ରାଓନିକ୍‌ଙ୍କୁ ଭେଟିବେ

ଲଣ୍ଡନ, ୨୮ା୬ (ପି.ଟି.)-ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ସୋମବାରଠାରୁ ଆରମ୍ଭ ହେବ। ଏଥିପାଇଁ ଶୁକ୍ରବାର ଡ୍ର’ ଅନୁଷ୍ଠିତ ହୋଇଯାଇଛି। ତଦନୁସାରେ ଭାରତ ଟପ୍‌ ସିଙ୍ଗଲ୍ସ...

ଫେଡରରଙ୍କୁ ୧୦ମ ସୁଇସ୍‌ ଇନ୍‌ଡୋର୍ସ ଟାଇଟଲ

ବାସେଲ(ସୁଇଜରଲାଣ୍ଡ), ୨୮।୧୦- କିମ୍ବଦନ୍ତୀ ଟେନିସ ଖେଳାଳି ରୋଜର ଫେଡରର ରେକର୍ଡ ୧୦ମ ଥର ପାଇଁ ସୁଇସ୍‌ ଇନ୍‌ଡୋର୍ସ ଟାଇଟଲ ହାତେଇଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲରେ ଫେଡରର...

ଜାପାନ ଓପନ୍‌: ସାଇ ପ୍ରଣୀଥ୍‌ଙ୍କ ବିଜୟ ଅଭିଯାନ

ଟୋକିଓ, ୨୩।୭ (ପି.ଟି.)- ଭାରତୀୟ ଶଟ୍‌ଲର ବି. ସାଇ ପ୍ରଣୀଥ୍‌ ଏଠାରେ ଚାଲିଥିବା ଜାପାନ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ...

ସଚିନଙ୍କ ରେକର୍ଡ ଭାଙ୍ଗିଲେ ଶୁଭମନ

ପୋର୍ଟ ଅଫ୍‌ ସ୍ପେନ୍‌,୨୨।୭: ଟିମ୍‌ ଇଣ୍ଡିଆର ଯୁବ ଓପନର୍‌ ଶୁଭମନ ଗିଲ ଶୁକ୍ରବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ରେକର୍ଡ କରିଛନ୍ତି। ସେ ନିଜର ଦିନିକିଆ...

ବାବର ଆଜମ ପାକିସ୍ତାନ ଦିନିକିଆ ଅଧିନାୟକ

କରାଚୀ, ୧୪ା୫ (ପି.ଟି.)-ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜମ ବୁଧବାର ପାକିସ୍ତାନ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଦଳର ଅଧିନାୟକ ଭାବେ ନିଯୁକ୍ତି ପାଇଥିବାବେଳେ ଆଝାର ଅଲି ପୂର୍ବଭଳି...

କ୍ରିକେଟ ଇତିହାସରେ ପ୍ରଥମ

ଆଇସିସିର ନୂଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଏହା ହେଉଛି ପ୍ରଥମ ଟେଷ୍ଟ। ଫଳରେ ଟେଷ୍ଟ କ୍ରିକେଟର ୧୪୨ ବର୍ଷ ଇତିହାସରେ ପ୍ରଥମଥରପାଇଁ ଖେଳାଳିମାନେ ସେମାନଙ୍କ ନାମ...

Advertisement
Archives

Model This Week