ଗାଡ଼ି ସ୍ପିଡରେ କଟକଣା ଲଗାଇଲେ ଜିଲାପାଳ

ଛତ୍ରପୁର,୧୩ା୨(ଡି.ଏନ.ଏ)-ଗଞ୍ଜାମ ଜିଲାରେ ସଡ଼କ ଦୁର୍ଘଟଣା ସଂଖ୍ୟା ହ୍ରାସ କରିବାରୁ ବିଭିନ୍ନ ଗାଡ଼ିର ସ୍ପିଡ୍‌ ଉପରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜିଲା ସଡ଼କ ସୁରକ୍ଷା କମିଟିର ଅଧ୍ୟକ୍ଷ ତଥା ଜିଲାପାଳ ମୋଟର ଭେହିକିଲ୍‌ ଆକ୍ଟ ୧୯୮୮ର ସେକ୍ସନ ୧୧୨(୨), ଓଡିଶା ମୋଟର ଭେହିକିଲ ରୁଲ୍ସ ୧୯୯୩ର ରୁଲ୍‌ ୧୭୩ରେ ଥିବା ନିଜର କ୍ଷମତାର ପ୍ରୟୋଗ କରି ନୂଆ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଧାରରେ କେଉଁ ଗାଡ଼ି କେଉଁ ରାସ୍ତାରେ କେତେ ବେଗରେ ଚଳାଚଳ କରିବ ସେ ସମ୍ପର୍କରେ ଉକ୍ତ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । କେବଳ ଗଞ୍ଜାମ ଜିଲା ମଧ୍ୟରେ ଏହି କଟକଣା ଜାରି କରାଯାଇଛି । ଅନ୍ୟପକ୍ଷରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗର ଗାଡ଼ି ନିମନ୍ତେ ଏହି କଟକଣା ଲାଗୁ ହେବନି ବୋଲି ସ୍ପଷ୍ଟ କରାଯାଇଛି ।
ଜିଲାରେ ବିଭିନ୍ନ ସମୟରେ ଜାତୀୟ ରାଜପଥଠାରୁ ଆରମ୍ଭ କରି ରାଜ୍ୟ ରାଜପଥ ଓ ବିଭିନ୍ନ ରାସ୍ତାରେ ଦୁର୍ଘଟଣା ବଢୁଛି ା ଏଥିରେ ବହୁ ଧନଜୀବନ ନଷ୍ଟ ହେଉଛି ା ପ୍ରତି ମାସରେ ଜିଲା ସଡ଼କ ସୁରକ୍ଷା କମିଟି ବୈଠକରେ ଏହାର ସମୀକ୍ଷା କରାଯିବା ସହ ଦୁର୍ଘଟଣା ନେଇ ଚିନ୍ତା ପ୍ରକଟ କରାଯାଉଛି ା ତଥାପି ସ୍ଥିତିରେ ସୁଧାର ଆସୁନି ା ତେଣୁ ଜିଲାପାଳ ତଥା ସଡକ ସୁରକ୍ଷା କମିଟିର ଅଧ୍ୟକ୍ଷ ଭାବେ ବିଭିନ୍ନ ଆଇନ୍‌ର କ୍ଷମତା ପ୍ରୟୋଗ କରି ଏହି ପଦକ୍ଷେପ ନେଇଛନ୍ତି। ଏଣିକି ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଦୁଇ ଚକିଆଯାନର ଘଣ୍ଟାପ୍ରତି ବେଗ ୫୦ କି.ମି., ସହରାଞ୍ଚଳ ଅଧୀନ ରାସ୍ତାରେ ୩୦ କି.ମି. ଏବଂ ଅନ୍ୟ ରାସ୍ତାଗୁଡ଼ିକରେ ଘଣ୍ଟାପ୍ରତି ୪୦ କି.ମି. ବେଗରେ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜାତୀୟ ରାଜପଥରେ ଚାରି ଚକିଆ ଯାନର ଘଣ୍ଟାପ୍ରତି ବେଗ ୮୦ କି.ମି., ରାଜ୍ୟ ରାଜପଥରେ ୭୦ କି.ମି., ସହରାଞ୍ଚଳ ରାସ୍ତାରେ ୩୦ କି.ମି. ଓ ଅନ୍ୟ ରାସ୍ତାରେ ବେଗ ୪୦ କି.ମି. ରଖିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଭାରିଯାନ (ଯାତ୍ରୀବାହୀ ଓ ମାଲ ପରିବହନ) ଜାତୀୟ ରାଜପଥରେ ୬୦ କି.ମି., ରାଜ୍ୟ ରାଜପଥରେ ୫୦ କି.ମି., ସହରାଞ୍ଚଳ ରାସ୍ତାରେ ୨୫ କି.ମି. ଏବଂ ଅନ୍ୟ ରାସ୍ତାଗୁଡ଼ିକରେ ଘଣ୍ଟାପ୍ରତି ୩୦ କି.ମି. ବେଗରେ ଚଳାଇବା ବାଧ୍ୟତାମୂଳକ କରାଯାଇଛି ା ଏହି ନିର୍ଦ୍ଦେନାମାକୁ କାର୍ଯ୍ୟକାରୀ ଓ ମନିଟରିଂ କରିବାକୁ ଗଞ୍ଜାମ ଓ ବ୍ରହ୍ମପୁର ଏସ୍‌ପି, ବ୍ରହ୍ମପୁର, ଭଞ୍ଜନଗର ଓ ଛତ୍ରପୁର ଉପଜିଲାପାଳ, ଏନଏଚ୍‌ଏଆଇ, ଆର୍‌ଡି, ରାସ୍ତା ଓ କେଠାବାଡି ବିଭାଗ ଏବଂ ଆରଟିଓଙ୍କୁ ପଠାଯାଇଛି। ଏଥିସହ ଆଗାମୀ ଓଡିଶା ଗେଜେଟ୍‌ରେ ଏହି ନୋଟିଫିକେଶନକୁ ପ୍ରକାଶନ କରିବା ପାଇଁ ଚିଠି ଦ୍ୱାରା ବାଣିଜ୍ୟ ଓ ପରିବହନ ବିଭାଗୀୟ କମିଶନର ତଥା ସଚିବଙ୍କୁ ଜିଲାପାଳ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ୨୦୧୯ରେ ଗଞ୍ଜାମ ଜିଲାର ବିଭିନ୍ନ ରାସ୍ତାରେ ୭୮୩ଟି ଦୁର୍ଘଟଣା ଘଟି ୩୮୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୬୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେଥିମଧ୍ୟରୁ ଜାତୀୟ ରାଜପଥରେ ଦୁର୍ଘଟଣାରେ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟ ରାଜପଥରେ ୨୪୦ ଜଣଙ୍କର ଜୀବନ ଯାଇଥିଲା ା ସେହିପରି ୨୦୧୮ରେ ଜିଲାର ବିଭିନ୍ନ ରାସ୍ତାରେ ୭୩୮ ଦୁର୍ଘଟଣା ଘଟି ୩୮୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୮୯ ଜଣ ଗୁରୁତର ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

ଫୁଲବାଣୀରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ କରୁଥିଲେ ଭାଇ-ଭଉଣୀ, ଅଚାନକ ପହଞ୍ଚିଗଲା ପୋଲିସ, ତା’ପରେ…

ଛତ୍ରପୁର, ୧୦।୪(ଦିଲ୍ଲୀପ ସାମଲ): ବେଆଇନ ଭାବେ ଫୁଲବାଣୀରୁ ବେଙ୍ଗାଲୁରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ଥାନା । ଗୁରୁବାର ଅପରାହ୍ନରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri