ଗାଡ଼ିର ଥାର୍ଡ ପାର୍ଟି ବୀମା ପ୍ରିମିୟମ ବଢ଼ିବ

ନୂଆଦିଲ୍ଲୀ,୨୧-୫: ବୀମା ନିୟାମକ ଆଇଆର୍‌ଡିଏଆଇ ଚଳିତ ଆର୍ଥିକ ବର୍ଷରେ କାର୍‌,ଦୁଇ ଚକିଆ ଏବଂ ବାଣିଜି୍ୟକ ଯାନର ଥାର୍ଡ ପାର୍ଟି ବୀମା ପ୍ରିମିୟମ ବୃଦ୍ଧି କରିବାକୁ ଯାଉଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ, ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ୧୦୦୦ ସିସିରୁ କମ୍‌ କାର୍‌ ପାଇଁ ଥାର୍ଡ ପାର୍ଟି ବୀମା ପ୍ରିମିୟମକୁ ୧୮୫୦ ଟଙ୍କାରୁ ୨୧୨୦ ଟଙ୍କାକୁ ବୃଦ୍ଧି କରିବାକୁ ଯାଉଛି। ସେହିପରି ୧୦୦୦ସିସିରୁ ଊର୍ଦ୍ଧ୍ୱ ଏବଂ ୧୫୦୦ ସିସିରୁ ମଧ୍ୟରେ କାର୍‌ ପାଇଁ ପ୍ରିମିୟମ ୨୮୬୩ ଟଙ୍କାରୁ ୩୩୦୦ ଟଙ୍କାକୁ ବୃଦ୍ଧି ପାଇବ। ତେବେ ୧୫୦୦ ସିସିର ଲକ୍‌ଜରୀ କାର୍‌ ପାଇଁ ଥାର୍ଡ ପାର୍ଟି ବୀମା ପ୍ରିମିୟମରେ କୌଣସି ପରିବର୍ତ୍ତନ କର ନ ଯାଇ ବର୍ତ୍ତମାନର ୭୮୯୦ ଟଙ୍କାରେ ସ୍ଥିର ରଖିବାକୁ ନିଷ୍ପତ୍ତି ହୋଇଛି। ସାଧାରଣତଃ ଏପ୍ରିଲ ପହିଲାରୁ ଥାର୍ଡ ପାର୍ଟି ବୀମା ପ୍ରିମିୟମ ସମ୍ପର୍କରେ ଆଇଆର୍‌ଡିଏଆଇ ନିଷ୍ପତ୍ତି ନେଇଥାଏ। ତେବେ ଚଳିତବର୍ଷର ପୁରୁଣା ହାରକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଜାରି ରଖିବାକୁ କୁହାଯାଇଛି। ବର୍ତ୍ତମାନ ବୀମା ନିୟାମକ ଥାର୍ଡ ପାର୍ଟି ବୀମା ପ୍ରିମିୟମ ବୃଦ୍ଧି ନେଇ ଏକ ଚିଠାପ୍ରସ୍ତାବ ଜାରି କରିଛି। ଚଳିତ ମାସ ୨୯ତାରିଖ ସୁଦ୍ଧା ଏ ସମ୍ପର୍କରେ ନିଜର ମତ ପ୍ରକାଶ କରିବାକୁ ସମ୍ବନ୍ଧିତ ପକ୍ଷଙ୍କୁ କୁହାଯାଇଛି। ଚିଠା ପ୍ରସ୍ତାବ ଅନୁଯାୟୀ, ୭୫ସିସିର ଦୁଇଚକିଆ ଗାଡ଼ି ପାଇଁ ବୀମା ପ୍ରିମିୟମକୁ ୪୨୭ ଟଙ୍କାରୁ ୪୮୨ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ୭୫ସିସିରୁ ୩୫୦ସିସି ମଧ୍ୟରେ ଥିବା ଗାଡ଼ି ପାଇଁ ମଧ୍ୟ ପ୍ରିମିୟମ ବଢ଼ାଯିବାର ପ୍ରସ୍ତାବ ଦିଆଯାଇଛି। କିନ୍ତୁ ୩୫୦ସିସିରୁ ଅଧିକ ସୁପରବାଇକ ପାଇଁ ପ୍ରିମିୟମ ଯଥାସ୍ଥିତି ରଖାଯାଇଛି। ଅପରପକ୍ଷରେ ଘରୋଇ ଇଲେକ୍ଟ୍ରିକ କାର୍‌ ଓ ଦୁଇ ଚକିଆ ଯାନ ପାଇଁ ପ୍ରିମିୟମକୁ ୧୫% ହ୍ରାସ କରାଯିବାକୁ ପ୍ରସ୍ତାବ ଦିଆଯାଇଛି। ଅନୁରୂପ ଭାବେ ଇ-ରିକ୍ସାର ପ୍ରିମିୟମ ଅପରିବର୍ତ୍ତିତ ରଖାଯାଇଥିବା ବେଳେ ସ୍କୁଲ ବସ୍‌ ପାଇଁ ଏହା ବୃଦ୍ଧି କରାଯିବାର ପ୍ରସ୍ତାବ ଦିଆଯାଇଛି। ସେହିପରି ଟ୍ୟାକ୍ସି, ବସ୍‌ ଓ ଟ୍ରକ୍‌, ଟ୍ରାକ୍ଟର ପାଇଁ ଥାର୍ଡ ପାର୍ଟି ପ୍ରିମିୟମ ବୃଦ୍ଧି କରାଯିବାର ପ୍ରସ୍ତାବ ରହିଛି। ଏଥିସହିତ ନୂଆ କାର୍‌ ମାମଲାରେ ଗୋଟିଏ ଥର ୩ ବର୍ଷ ପାଇଁ ପ୍ରିମିୟମ ହାର ଏବଂ ନୂଆ ଦୁଇଚକିଆ ଗାଡ଼ି ପାଇଁ ୫ ବର୍ଷର ପ୍ରିମିୟମ ହାର ଆଦାୟ କରିବାକୁ ପ୍ରସ୍ତାବ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri