ଗାଁ ଦାଣ୍ଡରେ ଶାଶୁଙ୍କୁ ଘୋଷାଡ଼ି ପିଟିଲେ ବୋହୂ

ପରଜଙ୍ଗ, ୯।୮(ଡି.ଏନ.ଏ.)-ଢେଙ୍କାନାଳ ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ଗେହ୍ଲେଇକାଟେଣୀ ଗ୍ରାମର ଜଣେ ମହିଳା ତାଙ୍କ ବୃଦ୍ଧା ଶାଶୁଙ୍କୁ ଗଁା ଦାଣ୍ଡରେ ଘୋଷାଡ଼ି ନିସ୍ତୁକ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ ହୋଇଛି। ଏ ନେଇ ଥାନାରେ ବିଧିବଦ୍ଧ ଭାବେ ଅଭିଯୋଗ ହୋଇନାହିଁ। ଅନ୍ୟପଟେ ଭିଡ଼ିଓରେ ସ୍ପଷ୍ଟ ଭାବେ ବୋହୂ ମାଡ଼ ମାରୁଥିବା ଜଣାପଡୁଥିଲେ ମଧ୍ୟ ପୋଲିସ ନିଜ ଆଡୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଇଛି। ମହିଳାଙ୍କୁ ସାମାନ୍ୟ ଚିକିତ୍ସା କରାଇ ନିଜ ଦାୟିତ୍ୱ ସାରିଦେଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ପୀଡ଼ିତା ବୃଦ୍ଧା ପାରେଇ ନାୟକ (୮୨) କହିଛନ୍ତି, ପୁଅ ଲଛମନ ନାୟକ ଏବଂ ବୋହୂ ସବିତା ତାଙ୍କୁ ଅକଥନୀୟ ନିର୍ଯାତନା ଦେଉଛନ୍ତି। ଏପରି କି ଭଲରେ ଖାଇବାକୁ ଗଣ୍ଡେ ଦେଉନାହାନ୍ତି। ବୋହୂ ଅଧିକାଂଶ ଦିନ ମାରପିଟ କରୁଛନ୍ତି। ସେ ଦୟନୀୟ ଅବସ୍ଥାରେ ରହୁଛନ୍ତି। ମିଳୁଥିବା ଭତ୍ତା ଟଙ୍କାରେ ବହୁ କଷ୍ଟରେ ଚଳୁଛନ୍ତି। ତାଙ୍କୁ ନ୍ୟାୟ ଦେବାକୁ ସେ ଗଣମାଧ୍ୟମ ମାଧ୍ୟମରେ ପ୍ରଶାସନକୁ ନିବେଦନ କରିଛନ୍ତି।
ଏ ନେଇ ଥାନାଧିକାରୀ ଆନନ୍ଦ ଡୁଙ୍ଗ୍‌ଡୁଙ୍ଗ କୁହନ୍ତି, ସୂଚନା ମିଳିବା ପରେ ପୋଲିସ କର୍ମଚାରୀ ପହଞ୍ଚତ୍ ବୃଦ୍ଧାଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇଥିଲେ। ଏହାପରେ ତାଙ୍କୁ ଘରେ ଛାଡ଼ି ଦିଆଯାଇଛି। ବୃଦ୍ଧା ଜଣକ ଅଭିଯୋଗ କରିନାହାନ୍ତି। ଥାନାରେ ବିଧିବଦ୍ଧ ଭାବେ ଲିଖିତ ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରମାଣ ଥିବା ସତ୍ତ୍ୱେ ପୋଲିସ କାହିଁକି ନିଜଆଡ଼ୁ ମାମଲା ରୁଜୁ କରୁନାହିଁ ବୋଲି ପଚାରିବାରୁ ସେ ପ୍ରସଙ୍ଗ ଏଡ଼ାଇ ଯାଇଥିଲେ। ନିର୍ଯାତନାର ଶିକାର ହୋଇଥିବା ଜଣେ ବୟସ୍କ ମହିଳାଙ୍କୁ ପୋଲିସ ନ୍ୟାୟ ଦେଇ ନ ପାରିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛୁଟିରେ ଥାଇ ଦରମା ଆସୁଛି

ନବରଙ୍ଗପୁର,୭।୧୧(ବି.ପ୍ର.):ନିୟମ ଏଠି ବାଟବଣା। ବିନା ଦରଖାସ୍ତରେ ୬ ମାସ ଛୁଟିରେ ରହିଲେ ମଧ୍ୟ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନବରଙ୍ଗପୁର ଜିଲାରେ ଦରମା ମିଳିଯାଉଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କଠାରୁ...

ଚାନ୍ଦବାଲିରେ ଶ୍ରମିକ, କୃଷକ ସମାବେଶ

ଚାନ୍ଦବାଲି,୧୭ା୧୧(ଡି.ଏନ.ଏ.)-ଶୋଷଣମୁକ୍ତ ଭାରତ ଗଠନ ଦିଗରେ କମ୍ୟୁନିଷ୍ଟମାନଙ୍କ ସଂଗ୍ରାମର ଶତବାର୍ଷିକୀ ପାଳନ ଅବସରରେ ରବିବାର ଭଦ୍ରକ ଜିଲା ଚାନ୍ଦବାଲି ବିଜୁସ୍ମୃତି ଭବନରେ ଶ୍ରମିକ ଓ କୃଷକଙ୍କ ସମାବେଶ...

ଖଣିଖାଦାନ ଅଞ୍ଚଳରେ ବନ୍ଦ ପଡ଼ିଛି ଶିଳ୍ପ, ଫିକା ପଡ଼ିଲା ବିଶ୍ୱକର୍ମା ପୂଜା

କେନ୍ଦୁଝର,୧୭ା୯(ସ୍ବ.ପ୍ର.): ଖଣିଖାଦାନ ଓ ଶିଳ୍ପ ବହୁଳ କେନ୍ଦୁଝର ଜିଲାରେ ବିଶ୍ୱକର୍ମା ପୂଜା ଫିକା ପଡ଼ିଛି। କରୋନା ପରେ ଚଳିତ ବର୍ଷ ଧୂମ୍‌ଧାମରେ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା...

ବେପରୁଆ ଗାଡ଼ି ଚଳାଇ ମାସକରେ ଗିରଫ ହେଲେଣି ୧୭

ଆନନ୍ଦପୁର,୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ ୨୦ ନଂ. ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମାସକ ମଧ୍ୟରେ ୧୭ଜଣ ମଦୁଆ ଗାଡ଼ି...

ଡିଜିଟାଲ ଇଣ୍ଡିଆ ଆନିଭର୍ସାରୀ ପାଳିତ

ଢେଙ୍କାନାଳ ଅଫିସ, ୨ା୭ ଢେଙ୍କାନାଳ ଡାକମଣ୍ଡଳ ପକ୍ଷରୁ ମୁଖ୍ୟ ଡାକଘର ପରିସରରେ ସୋମବାର ଡିଜିଟାଲ ଇଣ୍ଡିଆ ଆନିଭର୍ସାରୀ ପାଳିତ ହୋଇଯାଇଛି। ଡାକମଣ୍ଡଳ ଅଧୀକ୍ଷକ ବିପିନ ବିହାରୀ...

ନାବାଳିକାଙ୍କୁ ଘରୁ ଉଠାଇ ନେଇ ବଳାତ୍କାର  

ସୋନପୁର,୩।୮(ନି.ପ୍ର.)-ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଘରୁ ଉଠାଇ ନେଇ ବଳାତ୍କାର କରାଯାଇଛି। ପୀଡିତାଙ୍କ ବାପା ଏ ସମ୍ପର୍କରେ ବୀରମହାରାଜପୁର ଥାନାରେ ସୋମବାର...

ଧରିତ୍ରୀ ପ୍ରଭାବ: ଯୋରାଡବରାଠାରେ ବିଦ୍ୟୁତ୍‌ ସଂଯୋଗ କାମ ଆରମ୍ଭ

କର୍ଲାମୁଣ୍ଡା,୧୬।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବ୍ରାବସ୍ତିଠାତେ ଗତ ଜୁନ ୧୫ ତାରିଖରେ ହୋଇଥିବା ଝଡତୋଫାନ ଯୋଗୁ ଟ୍ରାନ୍ସଫର୍ମର ପଡିଯାଇଥିଲା। ଦୀର୍ଘ ୨୮ ଦିନ ବିତିଥିଲେ...

ବସ୍‌ରୁ ୨୨କେଜି ଗଞ୍ଜେଇ ଜବତ, ୨ଗିରଫ

ଯାଜପୁର ଟାଉନ,୧୫।୩(ଡିଏନଏ): ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୨ କେଜି ଗଞ୍ଜେଇ ଜବତ କରାଯିବା ସହ ୨ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ କଲିକତାର...

Advertisement
Archives

Model This Week