ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ: ଷ୍ଟ୍ରେଚରରେ ବୁହାହେଲେ ପ୍ରସୂତ

ଭାପୁର, ୧ା୮(ଡି.ଏନ.ଏ.) – ରାସ୍ତା ନ ଥିବାରୁ ଗାଁରେ ପଶି ପାରି ନ ଥିଲା ଆମ୍ବୁଲାନ୍ସ। ଫଳରେ ଯନ୍ତ୍ରଣାରେ ଛଟପଟ ହେଉଥିବା ପ୍ରସୂତିଙ୍କୁ ଷ୍ଟ୍ରେଚରରେ ବୋହି ପ୍ରାୟ ୨ କିମି ଚାଲିବା ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ଭାପୁର ସଦର ବ୍ଲକ କରଡାପଡା ଗ୍ରାମରେ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ରାସ୍ତାଟିଏ ଗ୍ରାମରେ ନିର୍ମାଣ ହେଉ ନ ଥିବାରୁ ଏପରି ଅସୁବିଧା ଉପୁଜିଥିବା ନେଇ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ବୁଧବାର ସକାଳେ ଗାଁର ପାତୁ ବେହେରାଙ୍କ ସ୍ତ୍ରୀଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ହେଲେ ଗ୍ରାମ ଭିତରକୁ ଯାଇ ନ ପାରି ଆମ୍ବୁଲାନ୍ସଟି ଭାପୁରଠାରୁ ବେଗୁନିଆଁପାଳ ରାସ୍ତାରେ ଅଟକି ରହିଥିଲା। ସେଠାରେ ଗାଡ଼ିର ଚକ ଦବିଯିବାରୁ ଏହା ଆଉ ଆଗକୁ ଗଡିପାରି ନ ଥିଲା। ସେପଟେ ପ୍ରସୂତିଙ୍କୁ ଏକ ଷ୍ଟ୍ରେଚରରେ ପ୍ରାୟ ୨ କିମି ବୋହି ସମ୍ପର୍କୀୟମାନେ ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ତେଣୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଲାବେଳକୁ ବହୁତ ବିଳମ୍ବ ହୋଇଥିଲା। ଏହି ଘଟଣାକୁ ନେଇ ପରିବାର ତଥା ଗ୍ରାମବାସୀଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୁରୁଣା କଟକ-ସମ୍ବଲପୁର ରାସ୍ତାଠାରୁ ମାତ୍ର ୬ କିମି ରାସ୍ତାକୁ ପ୍ରଶାସନ ପକ୍ଷରୁ ପୁନରୁଦ୍ଧାର କିମ୍ବା ନିର୍ମାଣ କରାଯାଉ ନ ଥିବାବେଳେ ଓଡ଼ାପଡା ବ୍ଲକର ଘଟିପିରି-କଳାଙ୍ଗ ରାସ୍ତାଠାରୁ ଗ୍ରାମକୁ ଯାଇଥିବା ମାତ୍ର ୨ କିମି ରାସ୍ତାରେ ଆଜି ପର୍ଯ୍ୟନ୍ତ ଥରୁଟିଏ ବି ମାଟି ପକାଯାଇ ନ ଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସରପଞ୍ଚ ପୁଷ୍ପଲତା ଭୋଇ କୁହନ୍ତି, ଗ୍ରାମ ରାସ୍ତା ପାଇଁ ପଞ୍ଚାୟତ ତରଫରୁ ଅଧିକ ଟଙ୍କା ମଞ୍ଜୁର ହୋଇପାରୁନାହିଁ। ୨୦୧୫ରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୂୁକ୍ତ ପାଇଁ ପ୍ରସ୍ତାବ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ ବିଭାଗକୁ ଦନ୍ତା ଚିନ୍ତା : ଅଧିକ ହିଂସ୍ର ହେଉଛି

ଢେଙ୍କାନାଳ ଅଫିସ, ୮ା୬ – ଢେଙ୍କାନାଳ-ଅନୁଗୋଳ ଜିଲା ସୀମାନ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତା ଅଧିକ ହିଂସ୍ର ହେବାରେ ଲାଗିଛି। ତାଳଚେରରେ ୫ଜଣଙ୍କୁ...

ବାଟବଣା ବୃତ୍ତିହରା ବୁଣାକାର

ଭାପୁର, ୨୯।୫ – ତନ୍ତକୁ ସାହାରା କରି ଗଡ଼ିଚାଲିଥିଲା ଜୀବନ। ଦିନରାତି କଷ୍ଟ କରି ଯାହା ମିଳୁଥିଲା ସେଥିରେ ହସଖୁସିରେ ପରିବାର ଚଳୁଥିଲା। ଅନେକ ସମସ୍ୟା...

ମାଈ ହାତୀର ଗଳିତ ମୃତଦେହ ଠାବ

ପରଜଙ୍ଗ ୧।୯(ଡି.ଏନ୍‌.ଏ.) – ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ସାଆନ୍ଦା ବିଟ୍‌ ଅଧୀନ ବସନ୍ତପଡ଼ା ଗ୍ରାମ ନିକଟ ବାଙ୍କଧରା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଉପରମୁଣ୍ଡରେ ଥିବା...

ବାଉଁଶକଣରେ ଭୟାବହ ଅଗ୍ନିକାଣ୍ଡ

ଭୁବନ, ୧।୩(ଡି.ଏନ.ଏ.) – ଢେଙ୍କାନାଳ ଜିଲା ଭୁବନ ବ୍ଲକ ବାଲିବୋ ପଞ୍ଚାୟତର ବାଉଁଶକଣ ଗ୍ରାମ ମାଟିଆ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।...

ଦେଢ଼ମାସ ହେଲା ନଳକୂପ ଅଚଳ

ପରଜଙ୍ଗ, ୭।୩(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ମାଣିକମରା ପଞ୍ଚାୟତ ଅଧୀନ ସରକିଶୋରପାଳ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ନଳକୂପ ଦେଢ଼ମାସ ହେଲା ଅଚଳ...

ମା’ଙ୍କୁ ମେଲାଣି: ବାଜାବାଣରେ ଦୁଲୁକିଲା କାମାକ୍ଷାନଗର

କାମାକ୍ଷାନଗର, ୯।୧୦(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ଦଶହରାର ଅନ୍ତିମପର୍ବ ଭସାଣି ବୁଧବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ମିଳିତ ଭସାଣି ଶୋଭାଯାତ୍ରାରେ ୧୫ଟି ମେଢ଼ ମଧ୍ୟରୁ ୧୪ଟି...

୭ରେ ତପୋବନ ମହିମା ମେଳା

ଢେଙ୍କାନାଳ ଅଫିସ, ୧୪।୧୦: ନଭେମ୍ବର ୭ରେ କପିଳାସସ୍ଥିତ ତପୋବନ ମହିମା ପୀଠର ବାର୍ଷିକ ମେଳା ଅନୁଷ୍ଠିତ ହେବ। ଏହାକୁ ବିଧି ବ୍ୟବସ୍ଥିତ କରିବାକୁ କାଦୁଆ ତପୋବନ ତଳ...

କଟର ମେଶିନ ଛଡ଼ାଇନେଲେ

ଢେଙ୍କାନାଳ ଅଫିସ, ୮ା୬:  ଢେଙ୍କାନାଳ ଜିଲାରେ ପଥର ମାଫିଆଙ୍କ ଦାଦାଗିରି ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି। ବେଆଇନ ଖାଦାନରେ ଚଢ଼ାଉବେଳେ କେତେବେଳେ ସେମାନେ ଆକ୍ରମଣ କରୁଛନ୍ତି...

Coronavirus Update


Archives

Model This Week

Why Dharitri