ଗଳୁଛି ପାଣି, ଛତାଧରି ପଢ଼ିଲେ ଛାତ୍ରୀଛାତ୍ର

ଫୁଲବାଣୀ ଅଫିସ, ୯ା୮- କନ୍ଧମାଳ ଜିଲା କ. ନୂଆଗଁ। ବ୍ଲକ ସାଇନପଡ଼ା ପଞ୍ଚାୟତର ତିଲକପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବେ ଅସୁରକ୍ଷିତ। ସାମାନ୍ୟ ବର୍ଷା ହେଲେ ଶ୍ରେଶୀ ଗୃହରେ ପାଣି ଗଳୁଛି। ପିଲାମାନେ ପଢ଼ିବାକୁ ହଇରାଣ ହେଉଛନ୍ତି। ପ୍ରାୟ ୬ ବର୍ଷ ପୂର୍ବେ ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ପ୍ରାୟ ୫୦ ଲକ୍ଷ ଟଙ୍କାର ଟେଣ୍ଡର ହୋଇଥିଲା। ହେଲେ କିଛି କାରଣ ଯୋଗୁ କାମ ହୋଇ ପାରିଲା ନାହିଁ। ଏବେ ସେତିକି ଟଙ୍କାରେ ସ୍କୁଲ ଗୃହ ନିର୍ମାଣ ସମ୍ଭବପର ନୁହେଁ ବୋଲି କାମ ନେଇଥିବା ଠିକାଦାର ବିଦ୍ୟାଳୟ କତ୍ତୃର୍ର୍ପକ୍ଷଙ୍କୁ କହୁଛନ୍ତି। ଫଳରେ ଛାତ୍ରୀଛାତ୍ରମାନେ ବର୍ଷାରେ ଓଦା ହୋଇ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ପାନୀୟଜଳ ସମସ୍ୟା ରହିଥିବାବେଳେ ନୂତନ ଭାବେ ନିର୍ମିତ ରୋଷେଇ ଘର ଛାତରୁ ପାଣି ଗଳୁଛି। ଫଳରେ ଅନ୍ୟ ଏକ ସ୍ଥାନରେ ରୋଷେଇ କରାଯାଉଛି। ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ୧୦ମ ପର୍ଯ୍ୟନ୍ତ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପଢ଼ୁଛନ୍ତି। ପ୍ରଥମରୁ ୮ମ ପର୍ଯ୍ୟନ୍ତ ୬ଜଣ ଓ ୯ମରୁ ୧୦ମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ୪ଜଣ ଶିକ୍ଷକ ପାଠ ପଢାଉଛନ୍ତି। ୬ଟି ଶେଣ୍ରୀ ଗୃହରେ ସମସ୍ତ ପିଲା ପାଠ ପଢ଼ୁଛନ୍ତି। ବର୍ଷା ଆସିଲେ ଛାତ୍ରୀଛାତ୍ରଙ୍କ ସମସ୍ୟା ବଢିଯାଉଛି କିପରି ପାଠ ପଢିବେ। ହେଲେ ଉପାୟ ନ ପାଇ ସେଭଳି ଅବସ୍ଥାରେ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଏବେ ୬ଟି ଶ୍ରେଣୀ ଗୃହରୁ ୪ଟିରେ ଛାତରୁ ବର୍ଷା ପାଣି ଗଳୁଛି। ଶ୍ରେଣୀ ଗୃହରେ ପିଲାମାନେ ଛତା ଧରି ବସୁ ଥିବାବେଳେ ଶିକ୍ଷକ ବି ଛତା ଧରି ପଢ଼ାଉଛନ୍ତି। ବିଦ୍ୟାଳୟରେ ଗୋଟିଏ ମାତ୍ର ନଳକୂପ ରହିଛି। ହେଲେ ସେଥିରୁ ନାଲି ପାଣି ବାହାରୁଛି। ଯାହା ପିଇବାତ ଦୂରର କଥା ରୋଷେଇ ଯୋଗ୍ୟ ନୁହେଁ। କିଛି ଉପାୟ ନ ଥିବାରୁ ପିଲାମାନେ ବାଧ୍ୟ ହୋଇ ଏହି ପାଣି ପିଉଛନ୍ତି। ପରିମଳ ଅବସ୍ଥା ବି ସେହିପରି। ଗୋଟିଏ ପାଇଖାନାକୁ ସମସ୍ତେ ବ୍ୟବହାର କରୁଛନ୍ତି। ଅନ୍ୟପକ୍ଷରେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଏକ ରୋଷେଇ ଘର ନିର୍ମାଣ ହୋଇଛି, କିନ୍ତୁ ନିମ୍ନମାନର କାମ ଯୋଗୁ ଛାତରୁ ପାଣି ଗଳୁଛି। ଘର ଭୁଶୁଡିବା ସ୍ଥିତିରେ ଥିବାରୁ ଏହାକୁ ତାଲା ପକାଇ ରଖାଯାଇଛି। ବାହାରେ ଏକ ଭଙ୍ଗା ଆଜବେଷ୍ଟସ୍‌ ତଳେ ରୋଷେଇ ହେଉଛି। ଏ ନେଇ ବାଲିଗୁଡ଼ା ବିଇଓ ପ୍ରମୋଦ କୁମାର ମଲିକ କୁହନ୍ତି, ଆମେ ଏ ବିଷୟରେ ଡ଼ିପିସିଙ୍କୁ ଜଣାଇଛୁ। ଡ଼ିପିସି ଦାୟିତ୍ୱରେ ଥିବା ଜିଲା ଶିକ୍ଷାଧିକାରୀ ବିକାଶ ଚନ୍ଦ୍ର ପ୍ରଧାନଙ୍କୁ ପଚାରିବାରୁ ଆମେ କିଛି କାମ କରି ପାରିବୁ ନାହିଁ। ପଞ୍ଚାୟତ ନିର୍ମାଣ କାମ କରିବ ବୋଲି କହିଛନ୍ତି। ହେଲେ ପୂର୍ବରୁ ଟେଣ୍ଡର ହୋଇଥିବା ସମ୍ପର୍କରେ ଅଧିକ ତଥ୍ୟ ହସ୍ତଗତ ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri