ଗଳିତ ପାଦକୁ ନେଇ ପୋଲିସର ତନଘନା; ନିଖୋଜ ଶିଶୁର ପାଦ ବୋଲି ଦାବି କଲେ ମହିଳା

ଯୋଡ଼ା, ୨୦।୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ବାଂଶପାଣି ଟୋଲଗେଟ୍‌ ନିକଟସ୍ଥ ବସ୍ତି ପାଖରେ ପୋଲିସ ଜଣେ ୩ ବର୍ଷର ଶିଶୁର ଗଳିତ ପାଦ ରବିବାର ଉଦ୍ଧାର କରିଛି ା ପୋଲିସ ସୂଚନାନୁଯାୟୀ, ରବିବାର ସକାଳ ସମୟରେ ଉକ୍ତ ବସ୍ତିର ଛୋଟ ପିଲାମାନେ ଖେଳୁଥିବା ବେଳେ ଏକ ଗଳିତ ପାଦ ଦେଖିବାକୁ ପାଇଥିଲେ ା ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ କେନ୍ଦୁଝର ଡିଏସ୍‌ପି ପ୍ରକାଶ ଜେମ୍‌ସ ଟପୋ, ବଡବିଲ୍‌ ଏସ୍‌ଡିପିଓ ସତ୍ୟବିକାଶ ଭୂୟାଁ, ଯୋଡା ଥାନା ଆଇଆଇସି ରାଇସେନ୍‌ ମୁର୍ମୁ ସଦଳବଳ ସହ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସହିତ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଥିଲେ। ତେବେ ଉକ୍ତ ଗଳିତ ପାଦଟି ସ୍ଥାନୀୟ ଅଞ୍ଚଳରେ ରହୁଥିବା ରୋହିତ ଓରାମ୍‌(୩) ଙ୍କର ବୋଲି ତାଙ୍କ ମା’ ଶଶୀ ଓରାମ୍‌ ଦାବି କରିଛନ୍ତି। ଏ ନେଇ ଶଶୀ କହିଛନ୍ତି , ସ୍ବାମୀଙ୍କ ମୃତ୍ୟୁ ପରେ ସେ ହୋଟେଲରେ କାମ କରି ତାଙ୍କର ଦୁଇ ଝିଅ ଓ ସାନ ପୁଅ ରୋହିତର ଲାଳନପାଳନ କରିଆସୁଥିଲେ। ଗତ ୧ ମାସ ପୂର୍ବେ ଛୁଆ ମାନଙ୍କୁ ଖାଇବାକୁ ଦେଇ ସେ କାମକୁ ଚାଲିଯାଇଥିଲେ। ମାତ୍ର ଘରକୁ ଫେରିବା ପରେ ସାନ ପୁଅ ରୋହିତ ଘରେ ନ ଥିବା ଜାଣିବାକୁ ପାଇଥିଲେ। ବହୁ ଖୋଜାଖୋଜି ପରେ ରୋହିତଙ୍କୁ ନ ପାଇବାରୁ ଏ ସମ୍ପର୍କରେ ପରିବାର ଲୋକେ ଯୋଡା ଥାନାରେ ଜଣାଇଥିଲେ। ତେବେ ରବିବାର ଏହି ଗଳିତ ପାଦକୁ ଦେଖି ଏହା ତାଙ୍କ ପୁଅ ରୋହିତଙ୍କର ବୋଲି ତାଙ୍କ ମା’ ଦୃଢୋକ୍ତି ପ୍ରକାଶ କରିବା ସହିତ ତାଙ୍କ ପୁଅଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ପୋଲିସକୁ ଜଣାଇଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ା ଏହି ଘଟଣାରେ ଜଣେ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି। ଅତିଶୀଘ୍ର ଏହି ଘଟଣାର ପର୍ଦ୍ଦାଫାଶ କରାଯିବ ବୋଲି ଯୋଡା ଥାନା ଆଇଆଇସି ରାଇସେନ୍‌ ମୁର୍ମୁ କହିଛନ୍ତି। ତେବେ ଏହି ଘଟଣାକୁ କେହି ତନ୍ତ୍ରପୂଜା ଓ ବଳି କହୁଥିବା ବେଳେ ପାରିବାରିକ କଳହରୁ ଶିଶୁଟିକୁ ହତ୍ୟା କରାଯାଇ ଥାଇପାରେ ବୋଲି ଲୋକେ କହିଛନ୍ତି। ଅନ୍ୟପକ୍ଷେ ଗଳିତ ପାଦ ମିଳିଥିଲେ ମଧ୍ୟ ସେହି ଶିଶୁର ଅବଶିଷ୍ଟ ଅଂଶ ପୋଲିସ ଠାବ କରିପାରିନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ…

ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…

ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍

ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?