ଗର୍ଲଫ୍ରେଣ୍ଡ ଚକ୍କରରେ ସବ୍ୟସାଚୀ

ସବ୍ୟସାଚୀ ଏବେ ଗର୍ଲଫ୍ରେଣ୍ଡ ଚକ୍କରରେ ଅଛନ୍ତି। ଖୋଲା ମିଜାଜ, ବିନ୍‌ଦାସ ଲାଇଫ। ହେଲେ କ’ଣ ହେବ, ମନଲାଖି ସୁନ୍ଦରୀଟିଏ ମିଳିଲେ ସେ ତାକୁ ହୃଦୟର ଏପରି ଜାଗାରେ ସାଇତି ରଖନ୍ତେ ଯେମିତି ଯେ କେହି ତାକୁ ତାଙ୍କଠାରୁ ଅଲଗା କରିପାରିବ ନାହିଁ। ସବ୍ୟସାଚୀଙ୍କ ଏହି ଗର୍ଲଫ୍ରେଣ୍ଡ ମିଶନ ବିଷୟରେ ଶୁଣି ଅନେକେ ନିଶ୍ଚୟ ଚମକି ଉଠିବେଣି। ହେଲେ ଏଭଳି ରୋଚକ କଥାକୁ ନେଇ କେହି ତର୍ଜମା କରିବା ପୂର୍ବରୁ ତା’ ଉପରେ ଥିବା ପରଦା ହଟାଇଦେବା ଭଲ ହେବ। ଏହି କଥାଟି ସତ, ହେଲେ ତାହାର ଶତ ପ୍ରତିଶତ ସଂଯୋଗ ରହିଛି ଓଲିଉଡ୍‌ର ପାଗଳପ୍ରେମୀ ଭାବରେ ପରିଚିତ ସବ୍ୟସାଚୀ ଓରଫ ସବ୍ୟଙ୍କର ରିଲ୍‌ ଲାଇଫ ସହ। ଅସଲ କଥା ହେଲା, ରିଲିଜ ଅପେକ୍ଷାରେ ଥିବା ଓଡ଼ିଆ ସିନେମା ‘ମାଲ୍‌ ମହୁ ଜୀବନ ମାଟି-ଭାଗ୍ୟର ନୋ ଗ୍ୟାରେଣ୍ଟି’ରେ ତାଙ୍କୁ ଏପରି ଏକ ରୋମାଣ୍ଟିକ, କମେଡି ଏବଂ ଇମୋଶନାଲ ଭୂମିକା(ମାଇକେଲ୍‌) ମିଳିଛି। ଏ ସମ୍ପର୍କରେ ସବ୍ୟ କହନ୍ତି, ‘ମାଇକେଲ ଖନା, ତେଣୁ ତାକୁ ସମସ୍ତେ ଥଟ୍ଟା କରନ୍ତି। ତାହାର ଦୁଇ ବର୍ଷରେ ଦାନ୍ତ ଉଠିଲା, ୧୫ବର୍ଷରେ ନିଶ ଦାଢ଼ି ଉଠିଲା, ହେଲେ ୨୫ବର୍ଷ ହୋଇଗଲାଣି ଗର୍ଲଫ୍ରେଣ୍ଡଟିଏ ମିଳୁନାହିଁ। କିନ୍ତୁ ସେ ଏପରି ଏକ ଚମତ୍କାର କରୁଛି ଯାହା ଚକକୁ ପୂରା ଓଲଟାଇ ଦେଉଛି। ଗୋଟିଏ ପ୍ରେମିକା ଖୋଜୁ ଖୋଜୁ ଏକାଥରେ ୪-୫ଟି ପ୍ରେମିକା ମିଳିଯାଇଛନ୍ତି। ହେଲେ ସେହି ଚମତ୍କାର କ’ଣ ତାହା ସିନେମା ଦେଖିଲେ ହିଁ ଜାଣିପାରିବେ। ଯଦି ମାଇକେଲ ରାଗିଯାଏ, ତେବେ ତା’ ପାଟିରୁ ଗାଳି ଆଉ ହାତରୁ ମାଡ଼ ବନ୍ଧୁକରୁ ଗୁଳି ବାହାରିଲା ପରି ଚାଲେ। ମୋଟ ଉପରେ କହିବାକୁ ଗଲେ ଏହି ଦ୍ୱିଭାଷୀ (ଓଡ଼ିଆ, ଛତିଶଗଡି) ଫିଲ୍ମରେ କମେଡି ରହିଛି, ହେଲେ ଏହା ଅନେକଙ୍କ ପାଇଁ ଏକ ପ୍ରେରଣାଦାୟକ ସିନେମା ହେବ।’ ଆମରା ଷ୍ଟୁଡିଓ ଏବଂ ଭେକ୍ଟର ଇନ୍‌ଫିନିଟି ବ୍ୟାନରରେ ଏହାର ପ୍ରଯୋଜନା କରିଛନ୍ତି ନବୀନ ଭଣ୍ଡାରୀ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ। ସବ୍ୟସାଚୀଙ୍କ ବ୍ୟତୀତ ଏଥିରେ ଏଲିନା ସାମନ୍ତରାୟ, ବିଦୁସ୍ମିତା, ସ୍ବପ୍ନା ପତି, ବିଜୁ ବଡଜେନା, କେକେ ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିବ। ନଭେମ୍ବର ୮ରେ ପରଦା ଉପରକୁ ଆସୁଥିବା ଏହି ସିନେମାରେ ମାଇକେଲ ଭୂମିକାରେ ସବ୍ୟସାଚୀ କେତେ ବାଜିମାତ କରୁଛନ୍ତି ତାହାକୁ ହିଁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?