ଗର୍ଭିଣୀ ମଇଁଷିର ଜୀବନ ଭିକ୍ଷା

ବେଜିଂ: ଲୁହରେ ଲତପତ ଆଖି। ମୁହଁରେ ସ୍ପଷ୍ଟ ଭାବେ ବାରି ହୋଇପଡୁଛି ବଞ୍ଚତ୍ବାର ଅଭିଳାଷ। ସେଇଥିପାଇଁ ଗୋଡ଼ ଭାଙ୍ଗି ଜୀବନ ଫେରାଇ ଦେବାକୁ କଂସେଇଖାନାର କର୍ମଚାରୀଙ୍କୁ ନେହୁରା ହେଉଛି ଗର୍ଭିଣୀ ମଇଁଷିଟିଏ। ଦକ୍ଷିଣ ଚାଇନାରୁ ଏପରି ଏକ ହୃଦୟ ବିଦାରକ ଭିଡିଓ ଭାଇରାଲ ହୋଇଛି, ଯାହା ପୁଣି ଥରେ ମନେ ପକାଇଦେଇଛି ଭାରତୀୟ ସଂସ୍କୃତିର ମୂଳାଧାର ‘ଜୀବେ ଦୟା’କୁ।
ଗୁଆଙ୍ଗ୍‌ଡଙ୍ଗ୍‌ ଟିଭିର ରିପୋର୍ଟ ଅନୁଯାୟୀ, ଘଟଣାଟି ଘଟିଛି ରବିବାର। ଗୁଆଙ୍ଗଝୌ ପ୍ରାନ୍ତର ଏକ କଂସେଇଖାନା ଉକ୍ତ ମଇଁଷିକୁ କିଣିଥିଲା। ହେଲେ ଯେତେବେଳେ କଂସେଇଖାନାର କର୍ମଚାରୀମାନେ ମଇଁଷିକୁ ନେବାକୁ ପହଞ୍ଚତ୍ଥିଲେ, ସେତେବେଳେ ସୃଷ୍ଟି ହୋଇଥିଲା ଭାବାବେଗ ପରିବେଶ। ଗର୍ଭିଣୀ ମଇଁଷି ନିଜ ମାଲିକକୁ ଛାଡ଼ିଯିବାକୁ ପ୍ରସ୍ତୁତ ନ ଥିଲା। ଏପରି କି ତା’ ଆଖିରେ ଜକେଇ ଆସିଥିଲା ଲୁହ। କଥା ଏତିକିରେ ସରି ନ ଥିଲା। ଜୋରଜବରଦସ୍ତ ମଇଁଷିକୁ ଗାଡ଼ିରେ ଭର୍ତ୍ତି କରିବାକୁ ନେବା ବେଳକୁ ସେ ଥରକୁ ଥର ଆଗ ଦୁଇଗୋଡ଼ ଭାଙ୍ଗି ଅଟକି ଯାଉଥିଲା। ଏମିତି ଲାଗୁଥିଲା ମଇଁଷିଟି କଂସେଇଖାନା କର୍ମଚାରୀଙ୍କୁ ଜୀବନ ଫେରାଇ ଦେବାକୁ ଆକୁଳ ନିବେଦନ କରୁଛି। ଏହି ଦୃଶ୍ୟର ଭିଡିଓକୁ କେହିଜଣେ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରିଦେଇଥିଲେ। ଏହାପରେ ମଇଁଷି ପ୍ରତି ସୃଷ୍ଟି ହୋଇଥିଲା ସହାନୁଭୂତି। ତାକୁ ବଞ୍ଚାଇବାକୁ ସୋସିଆଲ ମଡିଆରେ ଆରମ୍ଭ ହେଲା ଅଭିଯାନ। ମାତ୍ର କେଇଘଣ୍ଟାରେ ସଂଗୃହୀତ ହୋଇଗଲା ୨ ଲକ୍ଷ ୫୦ ହଜାର ଟଙ୍କା। କେତେଜଣ ପ୍ରାଣୀପ୍ରେମୀ କଂସେଇଖାନା ମାଲିକକୁ ମଇଁଷିକୁ ନ ମାରିବାକୁ ଅନୁରୋଧ କରି ଫୋନ୍‌ ମଧ୍ୟ କଲେ। ସଂଗୃହୀତ ଟଙ୍କା କଂସେଇଖାନାର କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିଲା। ଫଳରେ ଗର୍ଭିଣୀ ମଇଁଷି ପାଇଥିଲା ଜୀବନଦାନ। ଘଟଣା ସମ୍ପର୍କରେ ସ୍ଲଟର ହାଉସ୍‌ କର୍ମଚାରୀ ଲିନ୍‌ ବାଙ୍ଗ୍‌ବୋ କୁହନ୍ତି, ଅନିଚ୍ଛା ସତ୍ତ୍ୱେ ତାକୁ କଂସେଇଖାନାକୁ ଅଣାଯାଇଥିଲା। ସେତେବେଳେ ସେ ବାରମ୍ବାର ଗୋଡ଼ ମାଡ଼ି ଅଟକି ଯାଉଥିଲା। ସ୍ଲଟର ହାଉସ୍‌କୁ ଅଣାଯିବା ପରେ ତାକୁ ମାରିବାକୁ ସମସ୍ତ ପ୍ରକ୍ରିୟା ସରିଥିଲା। କାନରେ ମାର୍କ କରା ସରିଥିଲା। ସ୍ଲଟର ପଏଣ୍ଟକୁ ନିଆଯିବା ସମୟରେ ସେ ଜୋର୍‌ରେ ବୋବାଇବା ଆରମ୍ଭ କରିଥିଲା। ଏଥିରୁ ମଇଁଷିର ଜିଇଁବାର ଇଚ୍ଛା ସ୍ପଷ୍ଟ ପ୍ରତିଫଳିତ ହେଉଥିଲା। ମଇଁଷିକୁ ସ୍ଥାନୀୟ ଗୋଲ୍‌ଡେନ ଟେମ୍ପଲ ବୌଦ୍ଧ ମନ୍ଦିରକୁ ପ୍ରଦାନ କରାଯାଇଛି। ଏଥିସହ ତା’ର ଦେଖାରଖା କରିବାକୁ ୪୦ ହଜାର ଟଙ୍କା ମଧ୍ୟ ଦିଆଯାଇଛି। ସ୍ଲଟର ହାଉସରୁ ଉଦ୍ଧାର ପରେ ପୁଣି ଏକ ଭିଡିଓ ରେକର୍ଡିଂ କରାଯାଇଛି, ସେଥିରେ ମଇଁଷିଟି ପୁଣିଥରେ ନିଜ ଗୋଡ଼ରେ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri