ଗର୍ଭାବସ୍ଥାରେ କରନ୍ତୁ ନାହିଁ ଏସବୁ ଭୁଲ

ଗର୍ଭାବସ୍ଥାରେ ମହିଳାମାନେ କିଛି ଛୋଟ ଛୋଟ ଭୁଲ କରିଥାନ୍ତି। ସେମାନେ ଜାଣି ନ ଥାନ୍ତି ଏହା ଦ୍ୱାରା ଗର୍ଭସ୍ଥ ଶିଶୁର କ’ଣ କ୍ଷତି ଘଟିବ। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ…


ଗର୍ଭବତୀ ଚିନ୍ତା ବା ଦୁଃଖରେ ରହିଲେ ଏହାର କୁପ୍ରଭାବ ଗର୍ଭସ୍ଥ ସନ୍ତାନ ଉପରେ ପଡ଼ିଥାଏ। ବେଳେବେଳେ ଏହା ପିଲାର ଜୀବନ ପ୍ରତି ମଧ୍ୟ ବିପଦ ଆଣିଥାଏ। ଆମେରିକାର ନ୍ୟାଶନାଲ ଏକାଡେମୀ ଅଫ୍‌ ସାଇନ୍ସର ଅଧ୍ୟୟନରୁ ଜଣାପଡ଼ିଛି, ଯେଉଁ ମହିଳାମାନେ ଗର୍ଭାବସ୍ଥାରେ ଅଧିକ ଚିନ୍ତିତ ରୁହନ୍ତି ସେମାନେ ଅପରିପକ୍ୱ ସନ୍ତାନ୍ତ ଜନ୍ମ ଦେଇଥାନ୍ତି। ଏହା ବ୍ୟତୀତ ଗର୍ଭସ୍ଥ ଶିଶୁ ପ୍ରତି ମଧ୍ୟ ଏହା ଖରାପ ପ୍ରଭାବ ପକାଇଥାଏ। ଗର୍ଭାବସ୍ଥାରେ ଅତ୍ୟଧିକ ଶାରୀରିକ ପରିଶ୍ରମ କଲେ ଗର୍ଭସ୍ଥ ଶିଶୁ ପାଇଁ ଏହା ଘାତକ ହୋଇଥାଏ। ଯେଉଁ ମହିଳାମାନଙ୍କର ଗର୍ଭାବସ୍ଥା ସମୟରେ ଉଚ୍ଚ ରକ୍ତଚାପ ଥାଏ ଶିଶୁ ପ୍ରତି ମଧ୍ୟ ଏହା ବିପଦ ସୃଷ୍ଟି କରେ।

କିଛି ମହିଳା ଧୂମମାନରେ ଅଭ୍ୟସ୍ତ ଥା’ନ୍ତି। କିନ୍ତୁ ଗର୍ଭାବସ୍ଥା ସମୟରେ ଏଥିରୁ ଦୂରେଇ ରୁହନ୍ତୁ। ନଚେତ୍‌ ଏହାର କୁପରିଣାମ ପିଲାକୁ ଭୋଗିବାକୁ ପଡ଼ିଥାଏ। ପିଲାର ବିକାଶରେ ଏହା ପ୍ରତିବନ୍ଧକ ସାଜେ। ଏଥିସହ ଶ୍ୱାସରୋଗ ମଧ୍ୟ ଦେଖାଦେବ। ତେଣୁ ଏମିତି କିଛି ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦେଲେ ଗର୍ଭବତୀ ମହିଳା ଏକ ସୁସ୍ଥ ସନ୍ତାନକୁ ଜନ୍ମ ଦେଇପାରିବେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାୟାମ ପରେ ଖାଆନ୍ତୁ ଏହିସବୁ ଖାଦ୍ୟ, ମିଳିବ ଅନେକ ଫାଇଦା

ବ୍ୟାୟାମ କରି ଆମେ ନିଜକୁ ଫିଟ୍‌ ରଖିଥାଉ। ଏଥିପାଇଁ ଓ୍ବାକିଂ, ଓ୍ବେଟ୍‌ ଟ୍ରେନିଂ, ଏରୋବିକ୍ସ, ଫୁଟ୍‌ବଲ, ରନିଂ ଆଦି ବିଭିନ୍ନ ପ୍ରକାରର ବ୍ୟାୟାମ କରିଥାଉ। ଏପରି...

ଓଜନ ହ୍ରାସ ପାଇଁ ଖାଆନ୍ତୁ ରୁଟି

ଓଜନ ବୃଦ୍ଧି ହେଲେ ସଭିଏଁ ସାଧାରଣତଃ ବ୍ୟସ୍ତ ଓ ଚିନ୍ତିତ ହୋଇଯାଆନ୍ତି। ତେଣୁ ଓଜନ ହ୍ରାସ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିବାକୁ ପଡ଼ିଥାଏ। ଶରୀରରେ...

ଏହି ବ୍ଲଡ୍‌ ଗ୍ରୁପ୍‌ ଲୋକଙ୍କୁ ଡାଇବେଟିସ୍‌ ହେବା ଆଶଙ୍କା ଅଧିକ…

ଡାଇବେଟିସ୍‌ ପରିବର୍ତ୍ତିତ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ ହୋଇଥାଏ। ତେବେ କେତେକଙ୍କଠାରେ ଏହା ଦେଖାଯାଇ ନ ଥାଏ। ଅପରପକ୍ଷରେ କେତେକଙ୍କ ଠାରେ ଏହା ଗୁରୁତର...

ସୁସ୍ଥ ରହିବା ଅନ୍ତରାଳେ…

ଆଜିକାଲିର ବ୍ୟସ୍ତମୟ ଜୀବନରେ ନିଜକୁ ସୁସ୍ଥ ରଖିବା ଅପରିହାର୍ଯ୍ୟ। ତେଣୁ ଆମକୁ କେତୋଟି ଦିଗ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ। ଜାଣନ୍ତୁ ସେ ସମ୍ପର୍କରେ.....

କୋଲୋରେକ୍ଟାଲ୍‌ କ୍ୟାନସର୍‌ ଆଶଙ୍କାକୁ ହ୍ରାସ କରାଏ ଭିଟାମିନ୍‌-ଡି

ଏକ ଅନ୍ତଃରାଷ୍ଟ୍ରୀୟ ଗବେଷଣାରୁ ଜଣାପଡ଼ିଛି ଯେ, ଶରୀରରେ ଭିଟାମିନ୍‌-ଡି’ର ଉଚ୍ଚସ୍ତର କୋଲୋରେକ୍ଟାଲ୍‌ କ୍ୟାନସର୍‌ ଆଶଙ୍କାକୁ ହ୍ରାସ କରିଥାଏ। ଏହାର ଗବେଷଣା ହାର୍ଭାର୍ଡ ଟିଏଚ୍‌ ଚାନ୍‌ ସ୍କୁଲ୍‌...

କରୋନା ଭାଇରସ୍‌ରୁ ବର୍ତ୍ତିବା ପାଇଁ କେବଳ ମାସ୍କ କି ହ୍ୟାଣ୍ଡ୍‌ ସାନିଟାରି ନୁହେଁ, ଏସବୁ ସତର୍କତା ଅବଲମ୍ବନ ଜରୁରୀ

କରୋନା ଭାଇରସ୍‌କୁ ନେଇ ସମଗ୍ର ବିଶ୍ୱବାସୀ ଭୟଭୀତ। ଚାଇନାରୁ ଆସିଥିବା ଏହି ଭାଇରସ୍‌ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮୪ଟି ଦେଶକୁ କବଳିତ କରିସାରିଲାଣି। ଏଥିରୁ ବି...

କର୍ମଜୀବୀ ଓ ଫିଟ୍‌ନେସ୍‌

ଆଜିକାଲି ଅନେକ ମହିଳା ନିଜକୁ ସ୍ବାବଲମ୍ବୀ କରିବାକୁ ଆଗେଇ ଆସୁଛନ୍ତି। କେତେକେ ନିଜେ କିଛି ରୋଜଗାର କରିବା ସହ ଅନ୍ୟମାନଙ୍କୁ ରୋଜଗାରକ୍ଷମ କରାଇବାରେ ମଧ୍ୟ ସକ୍ଷମ...

ବୁଦ୍ଧିମତ୍ତା ବଢ଼ାଏ ବ୍ରେକ୍‌ଫାଷ୍ଟ

ଆମେ ସକାଳୁ ଯେତେ ବ୍ୟସ୍ତ ରହିଲେ ମଧ୍ୟ ବ୍ରେକ୍‌ଫାଷ୍ଟ ବା ସକାଳ ଜଳଖିଆ ଖାଇବା ନିହାତି ଦରକାର। କାରଣ ଏହା ଆମ ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ...

Play 250+ Trending Games
Archives

Model This Week

Why Dharitri