ଗର୍ଭବତୀ ଥିବା ଭିନ୍ନକ୍ଷମ ଝିଅକୁ ଘରୁ ତଡ଼ିଦେଲେ ପରିବାର: ଅଳିଆଗଦାରେ ଶିଶୁପୁତ୍ର ପ୍ରସବ

କୋରାପୁଟ,୨୪ା୪(ସ୍ବ.ପ୍ର.)

ଗର୍ଭବତୀ ଥିବା ଜଣେ ମୂକ ବଧିର ମହିଳାଙ୍କ ପ୍ରସବ ବେଦନା ହେବା କ୍ଷଣି ପରିବାର ଲୋକେ ତାଙ୍କୁ ଘରୁ ତଡ଼ିଦେଲେ। ମହିଳା ଜଣକ ଘର ସାମ୍ନା ଅଳିଆଗଦାରେ ପଡ଼ିରହି ସନ୍ତାନ ଜନ୍ମ କଲେ। ଗାଁଲୋକେ ମଧ୍ୟ କିଛି ସହାୟତା କଲେନାହିଁ। କୋରାପୁଟ ଜିଲା ଲମତାପୁଟ ବ୍ଲକ ତୁସବା ପଞ୍ଚାୟତ ଆଉଡିଗୁଡ଼ା ଗ୍ରାମରେ ଅମାନବିକତାର ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି। ଜିଲା ଶିଶୁ ସୁରକ୍ଷା ବିଭାଗ ଏହି ଖବର ପାଇ ବୁଧବାର ପ୍ରସୂତି ଓ ନବଜାତ ଶିଶୁକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି।
ସୂଚନା ଅନୁଯାୟୀ, ଆଉଡିଗୁଡ଼ା ଗ୍ରାମର ଏହି ପୀଡ଼ିତା ମହିଳା (୨୯) ମୂକ ଓ ବଧିର ଅଟନ୍ତି। ଏହି ଅକ୍ଷମତାର ସୁଯୋଗ ନେଇ କେହି ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ତାଙ୍କୁ ଗର୍ଭବତୀ କରିଥିଲେ। ମଙ୍ଗଳବାର ରାତିରେ ତାଙ୍କର ପ୍ରସବ ବେଦନା ଆରମ୍ଭ ହେବାରୁ ଲୋକଲଜ୍ଜା ଭୟରେ ପରିବାର ଲୋକେ ତାଙ୍କୁ ଘରୁ ତଡ଼ିଦେଇଥିଲେ। ମହିଳା ଜଣକ ଘର ସମ୍ମୁଖ ଅଳିଆଗଦାରେ ଯାଇ ରହିଥିବା ବେଳେ ସେଠାରେ ସନ୍ତାନ ପ୍ରସବ ହୋଇଥିଲା। ଏପରି ଅବସ୍ଥାରେ ଗାଁଲୋକେ ମଧ୍ୟ ମାନବିକତା ଦେଖାଇ ନଥିଲେ। ପ୍ରସୂତି ଜଣକ ଅନ୍ୟ କିଛି ଉପାୟ ନପାଇ ସଦ୍ୟଜାତ ସନ୍ତାନର ନାହି ନିଜେ କାଟିବା ସହ ମୂର୍ମୁଷୁ ଅବସ୍ଥାରେ ସେଠାରେ ରାତିସାରା ପଡ଼ିରହିଥିଲେ। ବୁଧବାର ସକାଳୁ ଗ୍ରାମର ଜଣେ ସହୃଦୟ ବ୍ୟକ୍ତି ତାଙ୍କ ପାଖକୁ ଆସି ମଶାରୀ ଓ ଚାଦର ସହ କିଛି ଖାଦ୍ୟ ଦେଇଥିଲେ। ଗାଁର ଅଙ୍ଗନଓ୍ବାଡ଼ି କର୍ମୀ ଗୀତା ଜାନି ଏ ସମ୍ପର୍କରେ କୋରାପୁଟ ମେଡିକାଲରେ ଥିବା ସଖୀ କେନ୍ଦ୍ରକୁ ଫୋନରେ ଜଣାଇବା ପରେ ସେଠାକାର ଇନଚାର୍ଜ କୋରାପୁଟ ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସଙ୍କୁ ଏନେଇ ସୂଚନା ଦେଇଥିଲେ। ଡିସିପିଓ ଘଟଣାସ୍ଥଳରେ ପହଞ୍ଚତ୍ ଅସ୍ବାସ୍ଥ୍ୟକାର ପରିବେଶ ଓ ଅସହାୟ ଅବସ୍ଥାରେ ଥିବା ପ୍ରସୂତିଙ୍କ ସହ ତାଙ୍କର ନବଜାତ ଶିଶୁକୁ ଅଳିଆଗଦାରୁ ଉଦ୍ଧାର କରିଥିଲେ। ସେଠାରୁ ଉଭୟଙ୍କୁ କୋରାପୁଟ ସ୍ଥିତ ଡିସିପିଓ ଅଫିସ ଅଣାଯିବା ପରେ ଚିକିତ୍ସା ପାଇଁ ରାତି ୮ଟାରେ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳିଙ୍ଗ ମଡେଲ ସ୍କୁଲ ପରିସରରେ ନିମ୍ନମାନର ସିସି ରୋଡ୍‌

ବିଷମକଟକ,୨୯ା୮(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ସଦର ସ୍ଥିତ କଳିଙ୍ଗ ମଡେଲ ରେସିଡେନ୍ସିଆଲ ସ୍କୁଲ ପରିସରରେ ସିସି(ସିମେଣ୍ଟ କଂକ୍ରିଟ)ରୋଡ୍‌ କାମ ଅତି ନିମ୍ନମାନର କରାଯାଉଥିବା ଅଭିଯୋଗ...

ଘର ବାରିରୁ ୧୮ଟି ନାଗ ସାପ ଉଦ୍ଧାର

ପାପଡ଼ାହାଣ୍ଡି,୧୩।୬(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାର ଶୈଳବାଳା ପଟ୍ଟନାୟକଙ୍କ ବାରିରୁ ବୁଧବାର ସନ୍ଧ୍ୟାରେ ମା’ ସହ ୧୮ଟି ନାଗ ସାପ ଉଦ୍ଧାର କରାଯାଇଛି।...

ଘାଟିରେ ଓଲଟିଲା ଟ୍ରାକ୍ଟର: ୧୮ ଶ୍ରମିକ…

ରାୟଗଡ଼ା ଅଫିସ,୧୩।୧୧: ରାୟଗଡ଼ା ଜିଲା ଗୁଣୁପୁର ବ୍ଲକ ଟଲଣା ଘାଟିରେ ଅଘଟଣ ଘଟିଛି। ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ୧୮ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ...

ରାଜ୍ୟ ସରକାରଙ୍କ ଅପାରଗତା: ଗିରିଧର ଗମାଙ୍ଗ

ଗୁଣପୁର,୨୫ା୨(ଡି.ଏନ.ଏ)-ରାୟଗଡ଼ା ଜିଲା ଗୁଣପୁର, ରାମନାଗୁଡ଼ା ବ୍ଲକ୍‌ ସୀମାନ୍ତ ସଂରକ୍ଷିତ ଜଙ୍ଗଲ ଇରିଡ଼ି ଘାଟିରେ ଆନ୍ଧ୍ର ପକ୍ଷରୁ ରାସ୍ତା କାମ ଚାଲିଥିଲା। ଏଭଳି ଏକ ସମ୍ବେଦନଶୀଳ ଖବର...

ଶିକ୍ଷକଙ୍କୁ ଧାରୁଆ ଅସ୍ତ୍ରରେ ମାରିଲେ ମାନସିକ ବିକୃତ ବ୍ୟକ୍ତି

ରାୟଗଡ଼ା ଅଫିସ,୨୪।୧୨: ରାୟଗଡା ଜିଲା କାଶୀପୁର ବ୍ଲକ ଦୋରାଗୁଡ଼ା ଥାନା ଅନ୍ତର୍ଗତ ତୁରେଇଘାଟି ଗ୍ରାମରେ ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କ ଆକ୍ରମଣରେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି।...

ଖୋଲୁନି ମଣ୍ଡି: ଗାଁରେ ଦଲାଲଙ୍କ ରାଜ୍‌

ବିଷମକଟକ, ୩୧।୧(ଡ଼ି.ଏନ.ଏ) – ସରକାର କୃଷକମାନଙ୍କ ଆର୍ଥତ୍କ ଅଭିବୃଦ୍ଧିର ବିକାଶ ଦିଗରେ ଗୁରୁୁତ୍ୱାରୋପ କରି ବିଭିନ୍ନ କିସମର ଚାଷ କରିବା ନିମନ୍ତେ ଚାଷୀକୁ ପ୍ରୋତ୍ସାହନ ଦେଉଛନ୍ତି।...

ପାଣି ପାଇଁ ରାସ୍ତାରେ ବସିଲେ ମହିଳା

ରାୟଗଡ଼ା ଅଫିସ,୨୯ା୫: ରାୟଗଡ଼ା ଜିଲା ସଦର ବ୍ଲକ ଅନ୍ତର୍ଗତ କାରଲାକଣା ପଞ୍ଚାୟତର ଅଙ୍ଗୁର ଗ୍ରାମରେ ପାନୀୟ ଜଳ ସମସ୍ୟା ଯୋଗୁ ଦୀର୍ଘ ୨ ଘଣ୍ଟା ହେଲା...

ଜିଲା ପରିଷଦ ସଭ୍ୟ ହେଲେ ପରିବା ବିକାଳି

ରାୟଗଡ଼ା ଅଫିସ, ୧ା୩:ପରିବା ବିକାଳିରୁ ହେଲେ ଜିଲା ପରିଷଦ ସଭ୍ୟ। ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ ‘କ’ ଜୋନ୍‌ରୁ କଂଗ୍ରେସ ପ୍ରାର୍ଥୀ ଟାଙ୍ଗୁଡୁ ଶ୍ରୀଧର ବିଜୟୀ...

Advertisement
Archives

Model This Week