ଗର୍ଭଗୃହରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ ମନା

ପୁରୁଣା ଭୁବନେଶ୍ୱର, ୧୭।୩(ଡି.ଏନ୍‌.ଏ.): ମହାମାରୀ କରୋନା ପାଇଁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କଟକଣା ଜାରି କରାଯାଇଛି। ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ଯାତ୍ରୀଙ୍କ ପାଇଁ ୭ଟି ଗାଇଡଲାଇନ ବ୍ୟବସ୍ଥା କରାଯାଇଛି। ସେହିପରି ଗର୍ଭଗୃହରେ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେନି ବୋଲି ସୋମବାର ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକଶ ପାଇଛି। ଯାତ୍ରୀମାନେ ସିଂହଦ୍ୱାରଠାରେ ଥିବା ସାନିଟାଇଜରରେ ହାତ, ଗୋଡ଼ ଧୋଇ ମନ୍ଦିରକୁ ପ୍ରବେଶ କରିବେ। ରେଜିଷ୍ଟରରେ ନାମ ଓ ଠିକଣା ଲେଖିବା, ସମସ୍ତ ସେବାୟତ ମାସ୍କ ପିନ୍ଧିବା, ସିଂହଦ୍ୱାରରେ ପ୍ରବେଶ କରିବା ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନ କରିବା, ଜ୍ୱର, କାଶ ଓ ଥଣ୍ଡା ହୋଇଥିବା ବ୍ୟକ୍ତି ପ୍ରବେଶ ନ କରିବା ବାରଣ କରାଯାଇଛି। ବିଏମ୍‌ସି ଓ କ୍ୟାପିଟାଲ ହସ୍ପିଟାଲ ଡାକ୍ତରମାନେ ମନ୍ଦିର ସିଂହଦ୍ୱାରଠାରେ ସଚେତନତା କ୍ୟାମ୍ପରେ ଯୋଗଦେଇ ଯାତ୍ରୀଙ୍କୁ ସଚେତନ କରାଇବା ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଏହାର ବ୍ୟତିକ୍ରମ ହୋଇଥିବା ଦେଖିବାକୁ ମିଳିଥିଲା।
ସର୍ତ୍ତାବଳୀ ମାନିଲେ ଉତ୍ତରପ୍ରଦେଶ ମନ୍ତ୍ରୀ
କରୋନା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଗାଇଡ ଲାଇନ ପ୍ରସ୍ତୁତ କରାଯାଇଛି। ସୋମବାର ଉପସ୍ଥିତ କର୍ମଚାରୀମାନେ ଯାତ୍ରୀଙ୍କ ଠାରୁ ରେଜିଷ୍ଟରରେ ନାମ ଓ ଠିକଣା ଲେଖି ରଖୁଥିବାବେଳେ ସାନିଟାଇଜର ବ୍ୟବହାର କରାଉଥିଲେ। କିନ୍ତୁ କେତେଜଣ ଯାତ୍ରୀ ସେଥିରୁ ନିବୃତ ରହୁଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ଉତ୍ତର ପ୍ରଦେଶର ମନ୍ତ୍ରୀ ଅନିଲ ରାଜଭାର ରେଜିଷ୍ଟରରେ ନାମ ଓ ଠିକଣା ଲେଖିବା ସହ ମାସ୍କ ପିନ୍ଧି ସାନିଟାଇଜରର ବ୍ୟବସ୍ଥା ଆପଣେଇଥିଲେ। ପରେ ସେ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିଥିଲେ। ଗାଇଡଲାଇନ ଅନୁସାରେ ପ୍ରସ୍ଥାନ ପଥ ଉତ୍ତର ଦ୍ୱାରା ଥିବାବେଳେ ଅନେକ ଶ୍ରଦ୍ଧାଳୁ ସିଂହଦ୍ୱାରରେ ପ୍ରବେଶ ଓ ସିଂହଦ୍ୱାରରେ ପ୍ରସ୍ଥାନ କରୁଥିବା ଦେଖିବାକୁ ମିଳିଥିଲା। ରେଜିଷ୍ଟର ମୁତାବକ ଅପରାହ୍ନ ୫ଟା ସୁଧା ୩୭୨ଜଣ ପର୍ଯ୍ୟଟକ ହୋଇଥିବା ଜଣାପଡ଼ିଛି।
ଖୋଲାରହିଲା ଶ୍ରୀଲିଙ୍ଗରାଜ ହାଟ
ଶ୍ରୀଲିଙ୍ଗରାଜ ମନ୍ଦିର ଦକ୍ଷିଣ ପାର୍ଶ୍ୱକୁ ଥିବା ଲିଙ୍ଗରାଜ ହାଟ ସୋମବାର ଖୋଲା ରହିଥିଲା। ଜନଗହଳି ପାଇଁ କଟକଣା ଥିବାବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ସେଭଳି କୌଣସି ସଚେତନତା ମୂଳକ ପଦକ୍ଷେପ ନିଆଯାଇଥିବା ଦେଖିବାକୁ ମିଳିଥିଲା।
ବିଏମ୍‌ସି ହସ୍ପିଟାଲରେ ସଚେତନତା ଠପ
ଶ୍ରୀଲିଙ୍ଗରାଜ ମନ୍ଦିର ପଶ୍ଚିମ ପାର୍ଶ୍ୱ ପାଚେରିକୁ ଲାଗିରହିଥିବା ବିଏମ୍‌ସି ହସ୍ପିଟାଲରେ କରୋନା ସମ୍ପର୍କିତ କୌଣସି ସଚେତନତା କାର୍ଯ୍ୟକ୍ରମ ଠପ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା। ସୋମବାର ହସ୍ପିଟାଲର କୌଣସି କର୍ମଚାରୀ ମାସ୍କ ପିନ୍ଧି ନ ଥିବା ବେଳେ ଆଉଟଡୋରରେ ରୋଗୀଙ୍କ ପାଇଁ କିଛି ବ୍ୟବସ୍ଥା କରାଯାଇ ନ ଥିଲା। କୌଣସି ସରକାରଙ୍କ ପକ୍ଷରୁ ସାନିଟାଇଜର ଯୋଗାଇ ଦିଆଯାଇ ନାହିଁ ବୋଲି କେତେଜଣ କର୍ମଚାରୀ ନାମ ଗୋପନ ରଖି କହିଛନ୍ତି।

ଏମାନେ ଯାହା କୁହନ୍ତି

କରୋନା ପାଇଁ ସରକାରଙ୍କ ସଚେତନତା ପଦକ୍ଷେପ ସ୍ବାଗତ ଯୋଗ୍ୟ। ଯାତ୍ରୀ କମିଲେ ମଧ୍ୟ ଏଭଳି ମହାମାରୀ କବଳରୁ ହୁଏତ ଆମେ ସମସ୍ତେ ବର୍ତ୍ତି ଯାଇପାରିବା।
– ନରସିଂହ ଖୁଣ୍ଟିଆ, ବରିଷ୍ଠ ସେବାୟତ
ଶ୍ରୀଲିଙ୍ଗରାଜ ମନ୍ଦିରରେ ସରକାର ଏଭଳି କଟକଣା ଜାରି କରିଥିବାରୁ ସ୍ବାଗତଯୋଗ୍ୟ। ଧୀରେ ଧୀରେ ସେବାୟତଙ୍କ ସମେତ ଯାତ୍ରୀ, ଭକ୍ତମାନେ ଅଭ୍ୟାସରେ ପଡ଼ିିଲେ କରୋନାରୁ ମୁକ୍ତିପାଇପାରିବେ। ଠାକୁରଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା ରହିଛି।
– ମଣ୍ଟୁ ପଣ୍ଡା, ସେବାୟତ
ପଦକ୍ଷେପ ସ୍ବାଗତ ଯୋଗ୍ୟ। ସମସ୍ତ ଯାତ୍ରୀଙ୍କ ପାଇଁ ସାନିଟାଇଜର ବ୍ୟବସ୍ଥା ଉପଲବ୍ଧ କରାଯାଇଛି। ଯାତ୍ରୀ ସଂଖ୍ୟା କମିଲେ ବି ସତକର୍ତ୍ତାମୂଳକଭାବେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ।
– ଶିବପ୍ରସାଦ ବେହେରା,
ସ୍ଥାନୀୟ ବାସିନ୍ଦା


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ରେ ଆସି ବାଇକ୍‌ ଚୋରି

ଭୁବନେଶ୍ୱର,୫।୧୨(ସୂର୍ଯ୍ୟକାନ୍ତ ବେହେରା):ବସ୍‌ରେ ଆସି ଭୁବନେଶ୍ୱରର ବିଭିନ୍ନ ଥାନା ଅଞ୍ଚଳରୁ ବାଇକ ଚୋରି କରି ଚମ୍ପଟ ମାରୁଥିବା ଏକ ୩ଜଣିଆ ଗ୍ୟାଙ୍ଗକୁ ଖଣ୍ଡଗିରି ଥାନା ପୋଲିସ ଧରିଛି।...

ବିନା ବ୍ରେକ୍‌ରେ ୪୮ଘଣ୍ଟା ନାଟକ ପ୍ରଦର୍ଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ):ବିନା ବ୍ରେକ୍‌ରେ ଲଗାତର ୪୮ ଘଣ୍ଟାରୁ ଅଧିକ ସମୟ ନାଟକ ପରିବେଷଣ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛି ନାଟ୍ୟ ସଂସ୍ଥା ମିରର ଥିଏଟର।...

ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ ସିରିଜ। ‘ଜୟ ଜଗନ୍ନାଥ’ ନାଁରେ ନାମିତ ଏହି ବିବିଧ ବିଭାଗର ସିରିଜ ବିଶେଷ...

ବ୍ୟାଙ୍କିଙ୍ଗ୍‌ ଠକେଇ ରୋକିବ ‘ରାପିଡ୍‌ ଆଲର୍ଟ ସିଷ୍ଟମ’

ଭୁବନେଶ୍ୱର,୫।୧୨(ଅନୁରାଧା ମହାରଣା):ଡିଜିଟାଲ ବ୍ୟାଙ୍କିଂର ବ୍ୟବହାର ବୃଦ୍ଧି ସହିତ ବ୍ୟାଙ୍କିଙ୍ଗ ଠକେଇ ଘଟଣା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ତେବେ ଏପରି ଠକେଇ ମାମଲାକୁ ନିୟନ୍ତ୍ରଣ...

ନାରୀ ନିର୍ଯାତନାରେ ଓଡ଼ିଶା ୪ର୍ଥ

ଭୁବନେଶ୍ୱର,୫ା୧୨(ସତ୍ୟଜିତ୍‌ ରାଉତ):ଦେଶବ୍ୟାପୀ ମହିଳା ଓ ଶିଶୁ ବିରୋଧୀ ହିଂସା, ଅପରାଧ ବୃଦ୍ଧି ଚିନ୍ତାଜନକ ରହିଛି। ଅଧିକାଂଶ ମହିଳା ଘରୋଇ ହିଂସାର ଶିକାର ହେଉଛନ୍ତି। ଦେଶରେ ମହିଳା...

ଆଜି ଉପକୂଳରେ ମାଡ଼ହେବ ‘ମିଗ୍‌ଜୋମ୍‌’: ଓଡ଼ିଶାର ୫ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୫ା୧୨ (ଅନିଲଦାସ):ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର...

ବାତ୍ୟା ‘ମିଗଜୋମ’ର ପ୍ରଭାବ: ଆସନ୍ତାକାଲି ଗଜପତିରେ ସବୁ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୫।୧୨: ବାତ୍ୟା ‘ମିଗଜୋମ’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଛି। ଏହାସହ କିଛି ସ୍ଥାନରେ ବର୍ଷା ମଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି...

ଓଲଟିଲା ପିକଅପ୍‌ ଭ୍ୟାନ: ୧୫ ଗୁରୁତର

ବଲାଙ୍ଗୀର,୫।୧୨: ବଲାଙ୍ଗୀର ଜିଲା ଟିଟିଲାଗଡ଼ କତରକେଲା ରେଲ ଫାଟକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ୍‌ ଯାଉଥିବା ଏକ ପିକଅପ୍‌ ଭ୍ୟାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri