ଗରିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ସ୍କୁଲ କିଟ୍‌ ପ୍ରଦାନ

ଖଣ୍ଡପଡ଼ା,୨୨ା୮(ସ୍ବ.ପ୍ର.): ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ପଞ୍ଚାୟତ ଅଞ୍ଚଳସ୍ଥିତ ବିଭିନ୍ନ ଶିକ୍ଷାନୁଷ୍ଠାନର ଗରିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ନୀଳମାଧବ ଘରୋଇ ମୋଟର କର୍ମଚାରୀ ସଂଘ ପକ୍ଷରୁ ମଙ୍ଗଳବାର ସ୍କୁଲ କିଟ୍‌ ପ୍ରଦାନ କରାଯାଇଛି । ପ୍ରକାଶ ଯେ, ଦୀର୍ଘ ୧୫ ବର୍ଷ ହେଲା ସ୍ବାଧୀନତା ଦିବସରେ ଅନୁଷ୍ଠିତ ପରେଡ୍‌ବେଳେ ସଂଘ ପକ୍ଷରୁ ସ୍କୁଲ୍‌ କିଟ୍‌ ଏବଂ ଆନୁଷଙ୍ଗିକ ଜିନିଷ ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ପଲ୍‌ଟନ ପଡିଆ ବନ୍ୟାଜଳରେ ବୁଡ଼ି ରହିଥିବା ଯୋଗୁ ପରେଡ଼ ବନ୍ଦ ହୋଇଥିଲା । ତେଣୁ କଣ୍ଟିିଲୋ ଅଞ୍ଚଳସ୍ଥିତ ନୀଳମାଧବ ଭଗବାନ ନୋଡ଼ାଲ ହାଇସ୍କୁଲ, କୁଞ୍ଜବିହାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପାଣୁ ସାହୁ ପାଟଣା ମଧ୍ୟ ଇଂରାଜୀ ଓ ପ୍ରାଥମିକ ବିଦ୍ୟାଳୟ, କଣ୍ଟିଲୋ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସରସ୍ବତୀ ଶିଶୁବିଦ୍ୟା ମନ୍ଦିରରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଶୁଭ ସୌରଭ ସାହୁ, ସୁବ୍ରତ ନାୟକ, ଜ୍ୟୋତି ରଞ୍ଜନ ସାହୁ, କିରଣ କୁମାର ସାହୁ, ପ୍ରିୟଙ୍କା ସାହୁ, ସସ୍ମିତା ମହାକୁଡ଼, ସରସ୍ବତୀ ମହାରଣା ଓ ନେହାରାଣୀ ସାହୁଙ୍କୁ ଏହି କିଟ୍‌ ପ୍ରଦାନ କରାଯାଇଥିବା ଜଣାପଡିଛିା ମୋଟର କର୍ମଚାରୀ ସଂଘର ସଭାପତି ଶରତ ଚନ୍ଦ୍ର ମହାରଣା, ସମ୍ପାଦକ ଅଜୟ କୁମାର ସାହୁଙ୍କ ସମେତ କିଶୋର ଚନ୍ଦ୍ର ସାହୁ, ବିରଞ୍ଚତ୍ ନାରାୟଣ ସାହୁ, ଦିଲୀପ କୁମାର ମହାଳିକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

୧୮ ମାସର ଶିଶୁକୁ କରୋନା

ନିମାପଡ଼ା,୨୭ା୬(ଡି.ଏନ୍‌.ଏ): ନିମାପଡ଼ା ବ୍ଲକରେ ଗତ କିଛିଦିନ ମଧ୍ୟରେ କରୋନା ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ଜଣେ ଯୁବକ ଚିହ୍ନଟ ହୋଇଥିବାବେଳେ ଶୁକ୍ରବାର ଭିଲିଗ୍ରାମ ପଞ୍ଚାୟତର...

ବିଜେଡିରେ ମିଶିଲେ ଜଟଣୀର ୩ କାଉନ୍‌ସିଲର

ଭୁବନେଶ୍ୱର,୪।୪(ବ୍ୟୁରୋ): ଜଟଣୀ ପୌର ପରିଷଦର ୩ ଜଣ ନବନିର୍ବାଚିତ ସ୍ବାଧୀନ କାଉନ୍‌ସିଲର ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ୬୦ ନମ୍ବର ୱାର୍ଡର କର୍ପୋରେଟର ରବିବାର...

ଏସିଆ ବୁକ୍‌ ଅଫ ରେକର୍ଡରେ ସତ୍ୟଙ୍କ କ୍ଷୁଦ୍ରତମ ତ୍ରିରଙ୍ଗା

ବ୍ରହ୍ମପୁର ଅଫିସ୍‌,୧୩ା୧୨: ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ କ୍ଷୁଦ୍ରତମ ତ୍ରିରଙ୍ଗା ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି। ଗତ ଅଗଷ୍ଟ ମାସରେ ସ୍ବାଧୀନତା...

ଡାକିଲେ, ଅସମ୍ମାନ କଲେ

ମାଲକାନଗିରି,୧୫ା୯ (ଡି.ଏନ୍‌.ଏ.): ଓଡ଼ିଶା ବିଧାନସଭା ଗୃହ ତଥା ସଦାଚାର କମିଟି ବୈଠକ ବୁଧବାର ମାଲକାନଗିରି ଜିଲା ଗସ୍ତ କରି ସମୀକ୍ଷା କରିଛନ୍ତି। ଜିଲା ସୂଚନା ଓ...

ତେନ୍ତୁଳିଖୁଣ୍ଟି ପଞ୍ଚାୟତ ଦୋକାନୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ସହାୟତା

ଗୁଡଭେଲା, ୧୩।୪(ଡି.ଏନ୍‌.ଏ.): କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ଡାହିମାଳ ଛକର ଦୋକାନୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ...

କୁସୁନପୁର ଜଙ୍ଗଲକୁ ଗଲା ନରହନ୍ତା ହାତୀ

ଯାଜପୁର ଅଫିସ୍‌,୨୮।୧: ଦୀର୍ଘ ୧୦ଦିନ ହେବ ଯାଜପୁର ଜିଲାର ଦାନଗଦି, କୋରେଇ, ରସୁଲପୁର ଅଞ୍ଚଳରେ ଆତଙ୍କ ଖେଳାଇଥିବା ନରହନ୍ତା ହାତୀକୁ ଟ୍ରାଙ୍କୁଲାଇଜ୍‌ ପରେ ମଙ୍ଗଳବାର କୁସୁନପୁର...

ବାଲୁକା ଶିଳ୍ପୀ ନାରାୟଣ ପ୍ରସାଦ ବେହେରାଙ୍କୁ ଉଚ୍ଚ ପ୍ରଶଂସା

ବାଲିଆ,୮ା୧୨: କୋଣାର୍କ ମହୋତ୍ସବ ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ୫ଦିନ ବ୍ୟାପୀ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିରିଡି ବ୍ଲକ ଅଧୀନ ମଧ୍ୟଶାସନ...

୩ ଦଳ ମଧ୍ୟରେ ହେବ ଲଢ଼େଇ

ଝାରସୁଗୁଡ଼ା ଅଫିସ,୧୪।୫: ଆସନ୍ତା ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ସମୁଦାୟ ୧୪ ନାମାଙ୍କନପତ୍ର ଦାଖଲ ହୋଇଥିବାବେଳେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ...

Advertisement
Archives

Model This Week