ଗରିବ ପିଲାଙ୍କୁ ମାଗଣାରେ ପଢ଼ାନ୍ତି ଦମ୍ପତି

ଭବାନୀପାଟଣା,୨୫।୨(ସ୍ବ.ପ୍ର.): ଗରିବ ପରିବାର ଛାତ୍ରୀଛାତ୍ର, ଶିଶୁ ଶ୍ରମିକ, ଟଙ୍କା ଅଭାବରୁ ପାଠ ପଢ଼େଇ ନ ପାରୁଥିବା ଆର୍ଥିକ ଅନାଗ୍ରସର ପରିବାରର ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଇ ଏବେ ଜୁନାଗଡ଼ ସହରର ସୀତା ଗୁରୁମା’ ତାଙ୍କ ସ୍ବାମୀ ଦୀପକ ରଞ୍ଜନ ସାହୁ ଅନ୍ୟଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଗରିବ, ଆର୍ଥିକ ଅନାଗ୍ରସର ଘର ପିଲାମାନେ ତାଙ୍କ ପରିବାରରେ ପାଠ ପଢାଇବା ପାଇଁ ଆର୍ଥିକ ସମ୍ବଳ ନାହିଁ ତ ଆଉ କିଏ ଶିଶୁ ଶ୍ରମିକ ଭାବରେ କାମ କରୁଥିଲେ। ଦେଶର ଭବିଷ୍ୟତ କୁହାଯାଉ ଥିବା ଏଭଳି ପିଲାମାନଙ୍କ ପାଇଁ ଆଶାର ଆଲୋକ ପାଲଟିଛନ୍ତି ସୀତା ଗୁରୁମା’। କଳାହାଣ୍ଡି ଜିଲା ଜୁନାଗଡ଼ ସହରର ସୀତାରାଣୀ ସାହୁ ଏହିଭଳି ପିଲାମାନଙ୍କୁ ମାଗଣାରେ ପାଠ ପଢାଇ ଅଞ୍ଚଳ ପାଇଁ ଏକ ଆଦର୍ଶ ସୃଷ୍ଟି କରିଛନ୍ତି। ପ୍ରଥମେ ସେ କେତେଜଣ ପିଲାଙ୍କୁ ନେଇ ପଢେଇବା ଆରମ୍ଭ କରିଥିଲେ। ଏବେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବଢ଼ି ୧୨୦ଜଣ ପିଲା ହୋଇଯାଇଛନ୍ତି। ସେଥିପାଇଁ ଦରମା ଦେଇ ଏବେ ସେ କିଛି ଶିକ୍ଷକ ନିଯୁକ୍ତି ଦେଇଛନ୍ତି। ପାଠଶଳାରେ ପାଠ ଛଡ଼ା ଅନ୍ୟାନ୍ୟ ଆକ୍ଟିଭିଟି ମଧ୍ୟ ଶିଖାଉଛନ୍ତି ସୀତା ଗୁରୁ ମା’। ଗୁରୁମା’ ସୀତାରାଣୀ ସାହୁଙ୍କ ସ୍ବାମୀ ଦୀପକ ରଞ୍ଜନ ସାହୁ ତାଙ୍କୁ ଏହି ମହତ କାର୍ଯ୍ୟ ପାଇଁ ସବୁବେଳେ ସହଯୋଗ କରିଥାନ୍ତି l ଯିଏ କି ପେଶାରେ ଜଣେ ଉଦ୍ୟୋଗୀ। ତାଙ୍କ ବ୍ୟବସାୟରେ ଯେତିକି ଅର୍ଥ ଉପାର୍ଜନ କରନ୍ତି ସେଥିରେ କିଛି ଅଂଶ ଗରିବ ଛାତ୍ରୀଛାତ୍ରମାନଙ୍କ ଆଡ଼ମିସନ, ପାଠ ପାଇବା ତଥା ସମାଜ ସେବା କ୍ଷେତ୍ରରେ ଖର୍ଚ୍ଚ କରିଥାନ୍ତି। ଏପରି ମହତ କାର୍ଯ୍ୟ ପାଇଁ ଗୁରୁମା’ ସୀତାରାଣୀ ସାହୁ ତାଙ୍କ ସ୍ବାମୀ ଦୀପକ ରଞ୍ଜନ ସାହୁଙ୍କୁ ଏବେ ଅଞ୍ଚଳରେ ବେଶ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri