ଗମ୍ଭୀରଙ୍କ ସହ ବିଶେଷ ମୁହୂର୍ତ୍ତ ଅପାସୋରା

ରାଜ୍ୟ କ୍ରିକେଟ୍‌ରେ କ୍ରିଷ୍ଣା ପଲାଇ ଜଣେ ନବାଗତ ଚେହେରା। ରାଉରକେଲାରେ ତାଙ୍କର ଜନ୍ମ୍ମ। ସ୍ପିନ୍‌ ବୋଲର ଭାବେ ସେ ଓଡ଼ିଶା ପକ୍ଷରୁ ପ୍ରତିନିିଧିତ୍ୱ କରନ୍ତି। ପିତା ଅଭିମନ୍ୟୁ ପଲାଇ ଓ ମା’ ଘୋଷାମଣି ପଲାଇଙ୍କ ପୁଅ କ୍ରିଷ୍ଣାଙ୍କ ଅନୁଭୂତିରୁ କିଛି…

ଆଜି ମୋତେ ଯାହା ବି ମିଳିଛି ସେସବୁ ପଛରେ ମୋ ପରିବାର ଲୋକଙ୍କ ଭଲପାଇବା ହିଁ ଅଛି। ସେମାନଙ୍କ ସହଯୋଗ ବିନା ମୁଁ କିଛି ବି ନୁହେଁ। ମୋ ବାପା ଅଭିମନ୍ୟୁ ଜଣେ ଅଟୋଚାଳକ। ମୁଁ ଏବେ ଓଡ଼ିଶା ସିନିିୟର କ୍ରିକେଟ ଦଳର ଖେଳାଳି। ଏହାଠାରୁ ବଡ଼ କଥା ଆଉ କ’ଣ ଥାଇପାରେ ! ଅଟୋ ଚଳାଇ ଗୋଟିଏ ପରିବାରର ବୋଝ ବୋହୁଥିବା ପିତାର ପୁଅ ହୋଇ ଏତିକି ଶିଖିଛି, ଜୀବନରେ କେବେ ହାର ମାନିବନିି। ସଂଘର୍ଷର ଫଳ ମିଠା। ଯଦି ତୁମେ ଠିକ୍‌ କାର୍ଯ୍ୟ କରୁଛ, ତା’ହେଲେ ଭଗବାନ ତୁମକୁ ଏହାର ଫଳ ନିିଶ୍ଚିତ ଦେବେ। ମୋ ବାପାଙ୍କଠାରୁ ଅନେକ କଥା ଶିଖିଛି, ଯାହା ଏବେ ମୋ ଜୀବନର ପ୍ରତିଟି କ୍ଷେତ୍ରରେ କାର୍ଯ୍ୟରେ ଲାଗୁଛି। ତାଙ୍କ ପାଇଁ ମୁଁ ଗର୍ବ ଅନୁଭବ କରେ। ପରିବାରର ଆର୍ଥତ୍କ ଅବସ୍ଥା କିପରି ଅଛି, ତାହା ସେ କେବେ ଆମକୁ ଅନୁଭବ କରିବାକୁ ଦେଇ ନାହାନ୍ତି। ୨ ବଡ଼ ଭଉଣୀରେ ମୁଁ ଏକମାତ୍ର ସାନ ଭାଇ। ବଡ଼ ଭଉଣୀ ପିଙ୍କି ଏବେ ଚାକିରି କରି ବାପାଙ୍କ କାନ୍ଧର ଭାରକୁ ସହଜ କରି ଦେଇଛନ୍ତି। ସାନ ଭଉଣୀ ରିଙ୍କିର ପଢ଼ାପଢ଼ି ଜାରି ରହିଛି। ପରିବାର ପାଇଁ ଏବେ ସୁଦ୍ଧା ମୋର କିଛି ବଡ଼ ଅବଦାନ ନାହିଁ। ଏମାନଙ୍କ ପାଇଁ ବହୁତ କିଛି କାମ କରିବି ବୋଲି ମୋର ବିଶ୍ୱାସ ଅଛି।
କ୍ରିଷ୍ଣା ନିଜର ଏକ ଅନୁଭୂତି ସମ୍ପର୍କରେ କୁହନ୍ତି, ବିଜୟ ହଜାରେ ଟ୍ରଫିର ୨୦୧୮ ସଂସ୍କରଣରେ ପ୍ରଥମଥର ନିମନ୍ତେ ରାଜ୍ୟ ସିନିୟର ଦଳରେ ସାମିଲ ହୋଇଥିଲି। ଦିଲ୍ଲୀରେ ଏକ ମ୍ୟାଚ୍‌ ଖେଳା ଯାଇଥିଲା। ଅଭ୍ୟାସ ସମୟରେ ଅନେକ ଅନ୍ତର୍ଜାତୀୟ ତାରକା ଖେଳାଳିଙ୍କ ସହ ଭେଟ ହୋଇଥିଲା। ରିଷଭ ପନ୍ଥ, ସୁରେଶ ରାଇନାଙ୍କ ସହ ସେଲଫି ନେଇଥିଲି। ହେଲେ ଭାରତୀୟ ଦଳର ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କ ସହ ଏକ ବିଶେଷ ମୁହୂର୍ତ୍ତ ମୋ ପାଇଁ ଅପାସୋରା ହୋଇ ରହିବ। ମୁଁ ବୋଲିଂ କରୁଥିବା ବେଳେ ସେ ଦୂରରେ ଛିଡ଼ା ହୋଇ ଦେଖୁଥିଲେ। କିଛି ମିନିଟ୍‌ ପରେ ପାଖକୁ ଆସି ମୋ ବୋଲିଂ ଦେଖିଲେ। ପରେ ଭଲ ବୋଲିଂ କରୁଛ ବୋଲି କହିଥିଲେ ଓ ଅଭ୍ୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri