Posted inଫୁରସତ

ଗପିଲେ ମାଗଣାରେ ମିଳିବ ପିଜା

ଆଜିକାଲି ଦେଖିବାକୁ ମିଳୁଛି, ପିଲାଙ୍କଠୁ ବୃଦ୍ଧ ଏବେ ପ୍ରାୟତଃ ସମସ୍ତେ ମୋବାଇଲ୍‌ ନିଶାରେ ଏମିତି ପଡିଯାଇଛନ୍ତି ଯେ, ସେମାନଙ୍କ ପାଖେ ପରସ୍ପର ସହ ଭଲମନ୍ଦ କଥା ହେବାକୁ ବି ସମୟ ଅଣ୍ଟୁନି। ତେଣୁ ଏଭଳି ଏକ ମନ୍ଦ ଅଭ୍ୟାସରୁ ଲୋକଙ୍କୁ ଦୂରେଇ ରଖିବା ପାଇଁ କାଲିଫର୍ନିଆର ଏକ ରେଷ୍ଟୁରାଣ୍ଟ ଗୋଟିଏ ସର୍ତ୍ତମୂଳକ ଅଫର୍‌ ଜାରି କରିଛି। ସର୍ତ୍ତାନୁଯାୟୀ, ଏହି ରେଷ୍ଟୁରାଣ୍ଟକୁ ପରିବାରର ୪ ଜଣ ବ୍ୟକ୍ତି କିମ୍ବା ୪ ସାଙ୍ଗ ଏକକାଳୀନ ଆସି ପରସ୍ପରର ସାମ୍ନାସାମ୍ନି ହୋଇ ବସିବେ। ଆଉ ସେମାନଙ୍କର ସ୍ମାର୍ଟଫୋନ୍‌କୁ ରେଷ୍ଟୁରାଣ୍ଟର ଏକ ସ୍ବତନ୍ତ୍ର ଲକର୍‌ରେ ରଖିବେ। ଲକ୍‌ରରେ ରଖିବା ପୂର୍ବରୁ ରେଷ୍ଟୁରାଣ୍ଟର କର୍ମଚାରୀ ତାଙ୍କ ଫୋନ୍‌କୁ ଭଲରେ ଅନୁଧ୍ୟାନ କରିବେ ଯେମିତି ସେଗୁଡ଼ିକ ପୁରୁଣା କିମ୍ବା ଖରାପ ହୋଇ ନ ଥିବ। କାରଣ ବେଳେବେଳେ ମାଗଣାରେ ପିଜା ଖାଇବା ପାଇଁ କେତେକେ ସେମାନଙ୍କର ଖରାପ କିମ୍ବା ପୁରୁଣା ଫୋନ୍‌କୁ ଆଣି ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଠକି ଦେଇଥାନ୍ତି। ଫୋନ୍‌ ରଖିସାରିବା ପରେ ଗ୍ରାହକ ନିଜ ଇଚ୍ଛା ମୁତାବକ ଖାଦ୍ୟ ଅର୍ଡର କରିଥାନ୍ତି। ଖାଦ୍ୟ ସରିବା ପର୍ଯ୍ୟନ୍ତ ଅନ୍ୟ କେଉଁଆଡେ ନ ଚାହିଁ ପରସ୍ପର ସହ ଅନବରତ ମନଖୋଲା କଥା ହେଲେ ଯାଇ ସେମାନଙ୍କୁ ସେମାନଙ୍କ ସ୍ମାର୍ଟଫୋନ୍‌ ଫେରାଇ ଦିଆଯାଏ ଆଉ ୨୪ ଘଣ୍ଟା ଭିତରେ ପୁଣିଥରେ ଉକ୍ତ ରେଷ୍ଟୁରାଣ୍ଟକୁ ଆସି ମାଗଣାରେ ଗୋଟିଏ ବଡ଼ ପିଜା ନେଇଯିବାକୁ କୁହାଯାଏ। ଗ୍ରାହକ ଚାହିଁଲେ ୨୪ ଘଣ୍ଟା ଭିତରେ ସେଠାକୁ ଆସି ମାଗଣାରେ ପିଜାକୁ ନେଇପାରିବେ ନଚେତ୍‌ ଅସହାୟ ଲୋକଙ୍କୁ ଦାନ କରି ଦେବାକୁ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ କହିପାରିବେ। ଏ ନେଇ ରେଷ୍ଟୁରାଣ୍ଟର ସହସଂସ୍ଥାପକ ବୀରେନ୍ଦ୍ର ମାହ୍ଲି ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତ୍‌କାର ଦେଇ କହିଛନ୍ତି, ଦିନେ ସେ ବି ଏମିତି ମୋବାଇଲ୍‌ ପାଇଁ ପାଗଳ ଥିଲେ। ପରିବାରକୁ ସମୟ ଦେଇ ପାରୁ ନ ଥିଲେ। ପରେ ଏହାର କୁ-ପ୍ରଭାବକୁ ଅନୁଭବ କରି ବହୁ କଷ୍ଟରେ ଏଥିରୁ ମୁକ୍ତି ପାଇଲେ। ତେଣୁ ସେ ଭାବିଲେ, ତାଙ୍କ ରେଷ୍ଟୁରାଣ୍ଟକୁ ଆସୁଥିବା ଅଧିକାଂଶ ଗ୍ରାହକ ବି ଏମିତି ମୋବାଇଲ୍‌ ମାନିଆ ହୋଇଥିବେ। ପରିବାର, ସାଙ୍ଗସାଥୀଙ୍କୁ ସମୟ ଦେଇପାରୁ ନଥିବେ। ତେଣୁ ଏମିତି କିଛି ଉପାୟ ବାହାର କରି ସେମାନଙ୍କୁ ମୋବାଇଲ୍‌ର ଅତ୍ୟଧିକ ବ୍ୟବହାରରୁ ବଞ୍ଚତ୍ତ କରାଇବା ସହ ପରିବାର ତଥା ସାଙ୍ଗସାଥୀଙ୍କୁ କିଛି ସମୟ ପାଇଁ ଏକାଠି କରାଇବେ। ଆଉ ତାଙ୍କ ଉପାୟ ବି ଭଲ କାମ ଦେଲା। ଏବେ ଏହି ଅଭିନବ ପ୍ରୟାସ ପାଇଁ ତାଙ୍କୁ ସପ୍ତାହକୁ ୪୦/୫୦ଟି ପିଜା ଗ୍ରାହକଙ୍କୁ ମାଗଣାରେ ଦେବାକୁ ପଡୁଛି। ସେହିପରି ଯେଉଁମାନେ ମାଗଣାରେ ମିଳୁଥିବା ପିଜା ନ ନେଇ ଦାନ କରିଦେବାକୁ କହୁଛନ୍ତି, ସେହି ପିଜାକୁ ରେଷ୍ଟୁରାଣ୍ଟ ତରଫରୁ ଅସହାୟ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଉଛି। ମାସକୁ ପ୍ରାୟ ୫୦/୬୦ଟି ପିଜା ଉକ୍ତ ରେଷ୍ଟୁରାଣ୍ଟ ତରଫରୁ ଅସହାୟ ଲୋକଙ୍କୁ ବଣ୍ଟା ଯାଉଥିବା ସୂଚନା ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ସମୁଦ୍ରକୂଳରୁ ମିଳିଲା ଅଜବ ଜିନିଷ: ଲୋକେ ବିସ୍ମିତ

ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ ଶହ...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri