ଗଣେଶ ପୂଜା ପାଇଁ ଟ୍ରାଫିକ କଟକଣା କୋହଳ: ଜରିମାନା ବଦଳରେ ସଚେତନ କଲେ ପୋଲିସ

ଭୁବନେଶ୍ୱର,୩।୯(ବ୍ୟୁରୋ): ସାରା ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଉଲ୍ଲଂଘନକାରୀଙ୍କଠାରୁ ୧୦ଗୁଣା ପର୍ଯ୍ୟନ୍ତ ଜରିମାନା ଆଦାୟ ଆରମ୍ଭ ହୋଇଛି। ରବିବାର ପ୍ରଥମ ଦିନରେ ଯାଞ୍ଚ କଡାକଡି କରାଯିବାରୁ ନିୟମ ମାନୁ ନ ଥିବା ଲୋକେ ୨ଲକ୍ଷ ୧୩ହଜାର ଟଙ୍କା ତଣ୍ଡ ଗଣିଥିଲେ। ତେବେ ସୋମବାର ଲୋକେ ବେଶ୍‌ ସଚେତନ ହୋଇପଡିଥିବା ଦେଖିବାକୁ ମିଳିଥିଲା। ଯେଉଁ ଅଞ୍ଚଳରେ ଯାଞ୍ଚ ହେଉଥିବା ଜାଣୁଥିଲେ ଗାଡ଼ି ଚାଳକମାନେ ହେଲ୍‌ମେଟ ଓ ସିଟ୍‌ ବେଲ୍ଟ ପିନ୍ଧିବା ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ। ଅନ୍ୟପକ୍ଷରେ ଗଣେଶ ପୂଜା ପାଇଁ ଟ୍ରାଫିକ ପୋଲିସ ପକ୍ଷରୁ ଏହି କଟକଣା କୋହଳ କରାଯାଇଥିଲା। ପୂର୍ବରୁ ଚେକିଂ କରାଯାଉଥିବା ସ୍ଥାନରେ ପୋଲିସ ନୂଆ ନିୟମ ସଂକ୍ରାନ୍ତରେ ସଚେତନ କରିଥିଲେ। ପୋଲିସ ହାତରେ ଇ-ଚାଲାଣ ମେଶିନ ବଦଳରେ ଥିଲା ଲିଫ୍‌ଲେଟ୍‌। ରାଜଧାନୀର ପ୍ରମୁଖ ଛକ ଏଜି ଛକ, ନାଲ୍‌କୋ ଛକ, ଆଚାର୍ଯ୍ୟ ବିହାର ଛକ, ଜୟଦେବ ବିହାର ଛକ, ଲକ୍ଷ୍ମୀସାଗର, ବଡ଼ଗଡ, ପଟିଆ ଆଦି ଅଞ୍ଚଳର ଛକ ସ୍ଥାନରେ ପୋଲିସ ନିୟମ ଉଲ୍ଲଂଘନକାରୀ ଗାଡି ଚାଳକଙ୍କୁ ଅଟକାଇ ସଚେତନ କରିଥିଲା। ମଙ୍ଗଳବାରଠାରୁ ପୁନର୍ବାର ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି ଟ୍ରାଫିକ ଏସିପି କେ.କେ ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଗୃହପାଳିତ ପଶୁପକ୍ଷୀଙ୍କ ମୃତଦେହ ବାହାରେ ଫିଙ୍ଗନି’

ଭୁବନେଶ୍ୱର,୧୩।୫(ବ୍ୟୁରୋ): ୱାର୍ଡ ନମ୍ବର ୫୯ରେ ଶୁକ୍ରବାର ‘ୱାର୍ଡରେ ଦିନେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ସାମନ୍ତରାପୁର ସରସ୍ବତୀ ମଣ୍ଡପରେ ଏହି କାର୍ଯ୍ୟକ୍ରମ...

‘ଓଡ଼ିଶାର ପିଲାମାନେ କାହାଠାରୁ କମ୍‌ ନୁହନ୍ତି’

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ପ୍ରତିଯୋଗିତାମୂଳକ ମନୋଭାବ ନେଇ ଆଗକୁ ବଢ଼, ଜୀବନରେ ପ୍ରତିଷ୍ଠା ଲାଭ କର, ମୋ’ ଆଶୀର୍ବାଦ ତୁମ ସାଥୀରେ ରହିଛି ବୋଲି ଶୁକ୍ରବାର ସର୍ଗିଫୁଲ ମହୋତ୍ସବର...

ଜାଗମରା ଅଞ୍ଚଳରୁ ୫୦ ଆମିଷ ଦୋକାନ ଉଚ୍ଛେଦ

ଭୁବନେଶ୍ୱର,୪।୩ (ବ୍ୟୁରୋ): ଗୁରୁବାର ଭୁବନେଶ୍ୱରରୁ ପୁନେ ଯାଉଥିବା ଏୟାର ଏସିଆ ବିମାନରେ ପକ୍ଷୀ ମାଡ ହେବା ପରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଏବଂ ବିଏମ୍‌ସି ଘଟଣାକୁ...

ଆଜି ରାଜ୍ୟରୁ ୬୭୧ ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୧୮ା୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୬୭୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୧,୪୫୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ସମୟ ପୂର୍ବରୁ ବନ୍ଦ ହେଉଛି ସ୍କୁଲ: ୬୦ ଶିକ୍ଷକଙ୍କୁ କୈଫିୟତ ତଲବ

ପଟ୍ଟାଙ୍ଗି,୧୮ା୭(ଡି.ଏନ୍‌.ଏ.): ଖରା ଛୁଟି ପରେ ଜୁନ୍‌ ୨୨ ତାରିଖ ରାଜ୍ୟର ସମସ୍ତ ସ୍କୁଲ ଖୋଲିଥିଲା। କିନ୍ତୁ ପାଠପଢ଼ାରେ କମ୍‌ ସମୟ ଦେଇ ଛୁଟି ହେବାର ନିର୍ଦ୍ଧାରିତ...

କରୋନା ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ଟପିଲା

ଭୁବନେଶ୍ୱର, ୯ା୯(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଛି। ଏହି ସମୟରେ ଆରୋଗ୍ୟ ହାର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି।...

ରାତି ପାହିଲେ ବନିଶୀ ଖୋଜା, ମାଛ ଧରି ଚଳୁଛନ୍ତି ଶହେ ପରିବାର

ବାଲେଶ୍ୱର ଅଫିସ, ୫।୧୧-ରାତି ପାହିଲେ ଖୋଜା ପଡ଼େ ବନିଶୀ। ବୁଢ଼ାବଳଙ୍ଗ ନଦୀ ୟୁଟର୍ଣ୍ଣ ମାରି ସମୁଦ୍ରଆଡ଼କୁ ବୋହିଯାଇଥିବା ଚାରିଗୋଛିଆ ମୁହାଣରେ ଏହି ବନିଶୀ ସାହଯ୍ୟରେ ମାଛ...

ଓଲଟିଲା ତିର୍ଥଯାତ୍ରୀ ବସ୍‌: ୭ଗୁରୁତର, ୩୦ରୁ ଉଦ୍ଧର୍‌ବ ଆହାତ

ବାଲେଶର ଅଫିସ,୧୦।୮: ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଯିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ତିର୍ଥଯାତ୍ରୀ ବସ୍‌। ବାଲେଶର ଜିଲାର ସୋର ଅନ୍ତର୍ଗତ ୧୬ନଂ ଜାତୀୟ...

Advertisement
Archives

Model This Week