ଭୁବନେଶ୍ୱର,୨୧।୮(ବ୍ୟୁରୋ): ବେଆଇନ ଲଘୁ ଖଣିଜ କାରବାରକୁ ରୋକିବା ପାଇଁ ରାଜ୍ୟ ସରକାର ନୂଆ ନିର୍ଦ୍ଦେଶାଳୟ ଗଠନ କରିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ଏହି ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ। ବୈଜ୍ଞାନିକ ପଦ୍ଧତିରେ କେଉଁ କେଉଁ ଅଞ୍ଚଳରେ ଲଘୁ ଖଣିଜ ରହିଛି, ତାହାର କିପରି ବିନିଯୋଗ କରାଯିବ, ସେ ନେଇ ନିର୍ଦ୍ଦେଶାଳୟ ଖସଡା ପ୍ରସ୍ତୁତ କରିବ। ଲଘୁ ଖଣିଜ ଲିଜ୍ ନେଇ ମଧ୍ୟ ନିର୍ଦ୍ଦେଶାଳୟ ଗାଇଡଲାଇନ ପ୍ରସ୍ତୁତ କରିବ। ସ୍ଥାନୀୟ ଜିଲା ପ୍ରଶାସନ ସହଯୋଗରେ ଏହିସବୁ କାର୍ଯ୍ୟ କରାଯିବ ବୋଲି ଜଣାପଡିଛି। ଏହି ନିର୍ଦ୍ଦେଶାଳୟରେ ଅତିରିକ୍ତ ଶାସନ ସଚିବ ପାହ୍ୟାର ଜଣେ ଅଫିସର, ୨ ଯୁଗ୍ମ ନିର୍ଦ୍ଦେଶକ, ୪ ଜଣ ଯୁଗ୍ମ/ଉପ/ସହାୟକ ସଚିବ ରହିବେ। ଏମାନଙ୍କ ବ୍ୟତୀତ ଜଣେ ମୁଖ୍ୟ ଆକାଉଣ୍ଟ ଅଫିସର, ସହାୟକ ଉପବିଭାଗ ଅଧିକାରୀ, ଉପବିଭାଗ ଅଧିକାରୀ, ବରିଷ୍ଠ ସହାୟକ, କନିଷ୍ଠ ଖଣିଜ ଅଧିକାରୀ ଏବଂ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀ ନିଯୁକ୍ତ ହେବେ। ବାଲି,ଗୋଡି,ମୋରମ,ପଥର ଇତ୍ୟାଦି ଲଘୁ ଖଣିଜଗୁଡିକ ନିର୍ଦ୍ଦେଶାଳୟ ଅଧୀନରେ ଆସିବ।

CORONAVIRUS UPDATE: ସୁସ୍ଥ ହେଲେ ୫ କରୋନା ପଜିଟିଭ
ଭୁବନେଶ୍ୱର,୯।୫(ବ୍ୟୁରୋ)-ରାଜ୍ୟରେ ଶନିବାର ୫ ଜଣ କରୋନା ପଜିଟିଭ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ବାଲେଶ୍ୱରର ହୋଇଥିବାବେଳେ ଜଣେ ଯାଜପୁରର ବୋଲି ରାଜ୍ୟ ସ୍ବାସ୍ଥ୍ୟ...

ନାୟକ ସାର୍, ଭାଗ୍ୟଶ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ
ଭୁବନେଶ୍ୱର, (ବ୍ୟୁରୋ)/ନାଉଗାଁ,୪।୩(ସ୍ବ.ପ୍ର.):ସମାଜ ପାଇଁ ନିଃସ୍ବାର୍ଥପର ସେବା ଜାରି ରଖିଥିବା ଜଗତ୍ସିଂହପୁର ନାଉଗାଁ ବ୍ଲକ୍ ଶିଖର ପଞ୍ଚାୟତ ଅରଖକୁଦର ନାୟକ ସାର୍ ଓରଫ ସିଲୁ ନାୟକ ଓ...

ଆଜି ୧୦ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୪।୫(ବ୍ୟୁରୋ): ରାଜ୍ୟରେ ବୁଧବାର ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ...

ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ଜାରି ରହିବ: ବିଏମ୍ସି କମିଶନର
ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ଜାରି ରହିବ। ଏହା କହିଛନ୍ତି ବିଏମ୍ସି କମିଶନର। ଉଚ୍ଛେଦ ନେଇ ଗଠିତ ୧୦ଜଣିଆ କମିଟି ସହ ବୈଠକ ପରେ...

ବିଧାନସଭାରେ ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ
ଭୁବନେଶ୍ୱର, ୨୭।୭(ବ୍ୟୁରୋ): ବିଧାନସଭାରେ ଚନ୍ଦ୍ରଯାନ-୨ ଉତ୍କ୍ଷେପଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଯାଇଛି। ଦେଶ ପାଇଁ ଏହା ଏକ ଗର୍ବ ଓ ଗୌରବର...

ପ୍ରତିଶ୍ରୁତିରେ ଅଟକିଛି ରାସ୍ତା ନିର୍ମାଣ
ଝୁମ୍ପୁରା, ୨୪।୧ (ଡି.ଏନ.ଏ.) – କେନ୍ଦୁଝର ଜିଲାର ପଳାଶପଙ୍ଗା (ସ୍ପଞ୍ଜ ଆଇରନ ଛକ) ଠାରୁ ବାମେବାରୀ ପର୍ଯ୍ୟନ୍ତ କିଡ୍କୋ ରାସ୍ତା ପାଲଟିଛି ମରଣଯନ୍ତା। ଦୁର୍ଘଟଣାପ୍ରବଣ ରାସ୍ତା...

ହାଲୁକା ବର୍ଷାରୁ କୋହଲା ପାଗ: ବଢ଼ିବ ଶୀତ: ୮ ଜିଲାରେ ପ୍ରବଳ କୁହୁଡ଼ି ସମ୍ଭାବନା
ଭୁବନେଶ୍ୱର,୨୭-୧୨(ବ୍ୟୁରୋ): ଆକାଶରେ ମାଳ ମାଳ ବାଦଲ। ଏହା ସାଙ୍ଗକୁ ହାଲୁକା ବର୍ଷା। ପରିବେଶକୁ ଶୀତୁଆ କରିଦେଇଛି। ଗୁରୁବାର ରାଜ୍ୟରେ ଏଭଳି ଅବସ୍ଥା ଦିନ ତମାମ୍ ଲାଗି...

ବିସ୍ଥାପିତ ପାଇଥିବା ଜାଗାକୁ ନେଇ କେଁ
ପୁରୀ ଅଫିସ, ୨୬।୯: ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ମହାପ୍ରଭୁଙ୍କ ପ୍ରତି ସମର୍ପଣ ଭାବ ରଖି ସେମାନେ ନିଜ ଭିଟାମାଟି ଛାଡ଼ିଦେଲେ। ଏହାପରେ ଘର କରିବା...