ଗଠନ ହେଲା କମିଶନରେଟ୍‌ ପୋଲିସର ଏସ୍‌ପିଓ ଟିମ୍‌: ପୋଲିସଙ୍କ ଭଳି ମିଳିବ କ୍ଷମତା, ଅଭିଯୁକ୍ତଙ୍କୁ ଗିରଫ କରିପାରିବେ

ଭୁବନେଶ୍ୱର,୨।୧(ବ୍ୟୁରୋ): ଦିନକୁ ଦିନ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା, ଅତ୍ୟାଚାର, ବଳାତ୍କାରକୁ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ କରାଯାଇଥିବା ମହିଳା ସ୍ପେଶାଲ ପୋଲିସ ଅଫିସର(ଏସ୍‌ପିଓ) ୟୁନିଟର ଶୁଭାରମ୍ଭ କରାଯାଇଛି। ଗୁରୁବାର କମିଶନରେଟ ପୋଲିସର ଦ୍ୱାଦଶ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏସ୍‌ପିଓଙ୍କୁ ନିଯୁକ୍ତି ଦିଆଯାଇଛି। କମିଶନର ସେମାନଙ୍କୁ ସ୍ବତନ୍ତ୍ର ଟି-ଶାର୍ଟ ସହ ପରିଚୟପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ଏସ୍‌ପିଓମାନେ ଅବୈତନିକ ଭାବେ ପୋଲିସକୁ ସହଯୋଗ କରିବେ।

ଏସ୍‌ପିଓମାନଙ୍କ କ୍ଷମତା ସମ୍ପର୍କରେ ସୂଚନା ଦେଇ କମିଶନର କହିଛନ୍ତି, ଏସ୍‌ପିଓମାନଙ୍କୁ ପ୍ରଥମେ ୩ ମାସ ପାଇଁ ନିଯୁକ୍ତି ଦିଆଯାଇଛି। ପରେ ଏହି କାର୍ଯ୍ୟକାଳ ବଢ଼ିବ। ଜଣେ ପୋଲିସ କର୍ମଚାରୀଙ୍କୁ ଯାହା କ୍ଷମତା, ଏସ୍‌ପିଓଙ୍କୁ ମଧ୍ୟ ମିଳିବ। ଆବଶ୍ୟକସ୍ଥଳେ ଏସ୍‌ପିଓମାନେ ଅଭିଯୁକ୍ତଙ୍କୁ ଗିରଫ କରିପାରିବେ ବୋଲି ସେ କହିଛନ୍ତି।

ପ୍ରକାଶଯୋଗ୍ୟ, ବିଭିନ୍ନ କଲେଜର ଛାତ୍ରୀ ଓ ବ୍ୟବସାୟିକ ପ୍ରତିଷ୍ଠାନ ମହିଳାଙ୍କ ଉପରେ ବଢ଼ୁଥିବା ନିର୍ଯାତନା ଉପରେ ରୋକ ଲଗାଇବା ନେଇ କମିଶନରେଟ ପୋଲିସ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ଗତ ଡିସେମ୍ବର ୧୬ରେ ଏନେଇ ୪୮ଟି ସଂସ୍ଥାକୁ ଚିଠି ଲେଖାଯାଇଥିଲା। ଏସ୍‌ପିଓ ପଦବୀ ପାଇଁ କର୍ମଚାରୀଙ୍କୁ ଚିହ୍ନଟ କରି ଏକ ତାଲିକା ଦେବାକୁ କୁହାଯାଇଥିଲା। ବୁଧବାର ଅପରାହ୍ନ ସୁଦ୍ଧା ପ୍ରାୟ ୩୫ ଅନୁଷ୍ଠାନର ୨୫୦ରୁ ଅଧିକ ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ତାଲିକା ପୋଲିସର ହସ୍ତଗତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନରୁ ବଞ୍ଚିତ ହେଲେ ସହସ୍ରାଧିକ ଶ୍ରଦ୍ଧାଳୁ

ପୁରୀ ଅଫିସ,୮।୭: ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନରୁ ଶୁକ୍ରବାର ବଞ୍ଚିତ ହୋଇଛନ୍ତି ସହସ୍ରାଧିକ ଶ୍ରଦ୍ଧାଳୁ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବାହୁଡ଼ା ଯାତ୍ରା...

ଝିଅକୁ କଚାଡି ମାରିଦେବାକୁ ବସିଥିଲା ବାପା

ଭୁବନେଶ୍ୱର,୨୪।୯(ବ୍ୟୁରୋ): ନିଶା ସେବନ କରି ପରିବାର ଲୋକଙ୍କୁ ଗାଳି ଦେବା ସହ ସ୍ତ୍ରୀଙ୍କୁ ମାଡ଼ ମାରୁଥିଲେ। ବାମମ୍ବାର କ୍ଷମା ମାଗି ମଧ୍ୟ ପୁନର୍ବାର ସେହି କାମ...

ଆଜି କ୍ୟାବିନେଟ୍‌, ଆସିବ ୫ ପ୍ରସ୍ତାବ

ଭୁବନେଶ୍ୱର,୨।୩(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ସୋମବାର ଲୋକସେବା ଭବନଠାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୫ଟା ୩୦ମିନିଟ୍‌ରେ ବସିବାକୁ ଥିବା...

ବହୁ ଚର୍ଚ୍ଚିତ ଗଣବଳାତ୍କାର ମାମଲା: ଦୀର୍ଘ ୨୨ ବର୍ଷ ପରେ ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ

କଟକ ଅଫିସ,୨୨।୨: ବହୁଚର୍ଚ୍ଚିତ ଗଣବଳାତ୍କାର ମାମଲାରେ ଆଜି ଧରା ପଡ଼ିଛନ୍ତି ମୁଖ୍ୟ ଅଭିଯୁକ୍ତ। ଦୀର୍ଘ ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ଧରିବାରେ...

ରାଜ୍ୟ ପୋଲିସ ମୁଖ୍ୟାଳୟରେ ପୋଲିସ ଶହୀଦ ଦିବସ

କଟକ ଅଫିସ,୨୧ା୧୦: ଓଡ଼ିଶା ପୋଲିସର ୬୩ତମ ଶହୀଦ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟରେ ଏହି ଦିବସ ପାଳନ ଅବସରରେ ପରେଡରେ ପୋଲିସ...

ମୁର୍ମୂଷୁ ଅବସ୍ଥାରେ ମଠ ମହନ୍ତଙ୍କୁ ବ୍ୟାଙ୍କକୁ ବୋହି ଆଣିଲେ ଶିଷ୍ୟ

ଭବାନୀପାଟଣା/ଧର୍ମଗଡ଼,୭।୭(ସ୍ବ.ପ୍ର./ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ଜଣେ ମୁମୂର୍ଷୁ ବୃଦ୍ଧ ମହନ୍ତଙ୍କୁ ବୋହି ଆଣାଯାଇଛି। ମହନ୍ତଙ୍କୁ ବୋହି ଆଣୁଥିବା ଦୃଶ୍ୟ...

କ୍ଷୀର, ଦହି ବିକ୍ରିରେ ଚଳୁଛି ଘର

ଦୀର୍ଘ ୩୦ ବର୍ଷ ହେଲା କ୍ଷୀର, ଦହି ବେପାର କରୁଛନ୍ତି। ଏହା ହିଁ ତାଙ୍କର କୌଳିକ ବୃତ୍ତି। ଚାଟଶାଳୀରୁ ଅଧିକ ପାଠ ପଢ଼ି ନ ଥିବାରୁ...

ପରୀକୁ ନେଇ ଥମୁନି ତାତି

ଭୁବନେଶ୍ୱର,୨ା୧୨(ବ୍ୟୁରୋ): ପରୀ ମୃତ୍ୟୁ ଘଟଣାରେ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ପରେ ବି ଏହି ମାମଲା ଥମିବାର ନାଁ ନେଉନି। ଭାଜପାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ...

Advertisement
Archives

Model This Week