ଗଞ୍ଜେଇ ବୋଝେଇ ଅଟୋ ଜବତ; ଅଣ ଓଡ଼ିଆ ଯୁବକ, ଯୁବତୀଙ୍କ ସହ ଚାଳକ ଗିରଫ

ଦିଗପହଣ୍ଡି,୧୭ା୧୦(ଡି.ଏନ.ଏ.) -ଦିଗପହଣ୍ଡି ଅବକାରୀ ବିଭାଗ ଏକ ଗଞ୍ଜେଇ ବୋଝେଇ ଅଟୋ (ନଂ.ଓଡି୦୭ଏକ୍ସ-୧୯୮୨)କୁ ଜବତ କରିଛି। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ଯୁବକ ମଣ୍ଟୁ ବିଶ୍ୱାସ ଓ ଯୁବତୀ ମରୁଫା ବଓ୍ବୋଙ୍କ ସମେତ ପାଟପୁର ଥାନା କନ୍ଧନୂଆଗଡ ଗ୍ରାମର ଅଟୋ ଚାଳକ ଯୁସେୟା ଗମାଙ୍ଗଙ୍କୁ ଗିରଫ କରାଯାଇଛି। ନଂ.୩୮/୧୯-୨୦ରେ ମାମଲା ରୁଜୁକରି ୩ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ସ୍ବତନ୍ତ୍ର କୋର୍ଟକୁ ଚାଲାଣ କରାଯାଇଛି। ଅଭିଯୁକ୍ତମାନଙ୍କ ନିକଟରୁ ୨ଟି ବ୍ୟାଗରେ ଥିବା ପ୍ରାୟ ୪ ଲକ୍ଷ ଟଙ୍କା ମୂଲ୍ୟର ୩୦ କେଜି ଗଞ୍ଜେଇ ଜବତ ହୋଇଛି। ଅପରପକ୍ଷରେ ପ୍ରାୟ ୮୦ କେଜି ଗଞ୍ଜେଇ ଜବତ କରାଯାଇଥିବା ସହ ଅନ୍ୟ ୨ଜଣ ପେଶାଦାର ଗଞ୍ଜେଇ ବ୍ୟବସାୟୀଙ୍କୁ ଅବକାରୀ କର୍ମଚାରୀ ଛାଡ଼ି ଦେଇଥିବା ସାମାଜିକ କର୍ମୀ ଭଗବାନ ପଟ୍ଟନାୟକ, ଶିବରାମ ଗୌଡ, ପ୍ରସନ୍ନ ପ୍ରଧାନ, ହିମାଂଶୁ ପଣ୍ଡା, ସନ୍ତୋଷ ଶତପଥୀ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ପୋଡ଼ାମାରି ଗ୍ରାମ ନିକଟରେ ସକାଳ ପ୍ରାୟ ୮ ଟାରେ ଗଞ୍ଜେଇ ଜବତ କରାଯାଇଥିଲା। ମାତ୍ର ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟ ମୁଖ୍ୟ ରାସ୍ତାରେ ପୂର୍ବାହ୍ନ ୧୧ଟାରେ ଜବତ କରାଯାଇଥିବା ଦର୍ଶାଯାଇଛି। ଉଚ୍ଚପଦସ୍ଥ ଅବକାରୀ ଅଫିସରଙ୍କୁ ଗଞ୍ଜେଇ ଜବତ ସମୟରେ ଡକାଗଲା ନାହିଁ କାହିଁକି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏନେଇ ଅବକାରୀ ଏସ୍‌ଆଇ ଅଭିରାମ ସାହୁଙ୍କୁ ପଚାରିବାରୁ ଅଭିଯୋଗ ଅସତ୍ୟ ଓ ଅମୂଳକ। ଖେମୁଣ୍ଡି କଲେଜ ନିକଟ ମୁଖ୍ୟ ରାସ୍ତାରେ ବ୍ରହ୍ମପୁର ଅଭିମୁଖେ ଦ୍ରୁତଗତିରେ ଯାଉଥିବା ଅଟୋକୁ ସାକ୍ଷୀମାନଙ୍କ ସମ୍ମୁଖରେ ଅଟକାଯାଇ ଖାନତଲାସବେଳେ ଗଞ୍ଜେଇ ମିଳିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜି.ଉଦୟଗିରି ଶୀତ ମହୋତ୍ସବ “ତୁଷାର” ୨୦୨୬ ଉଦଘାଟିତ: କଳାହାଣ୍ଡି କଟାପାଙ୍କ ଅଭିନୟ ଦେଖି…

ଜି.ଉଦୟଗିରି, ୩।୨(ଚିନ୍ମୟ କୁମାର ସେଠି): କନ୍ଧମାଳ ଜିଲା ଜି.ଉଦୟଗିରି ସହରର ଶ୍ରୀରାମପଦା ସ୍ଥିତ କଳିଙ୍ଗ ମିନି ଷ୍ଟାଡିୟମରେ ୫ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଜି.ଉଦୟଗିରି ଶୀତ ମହୋତ୍ସବ…

ସାମାନ୍ୟ ବଚସା ପରେ ଧସ୍ତାଧସ୍ତି: ଚାଲିଗଲା ବ୍ୟବସାୟୀଙ୍କ ଜୀବନ, ମୁଣ୍ଡ ପିଟି…

ଭଞ୍ଜନଗର,୩।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହର ଇଣ୍ଡିଆନ ଗ୍ୟାସ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ରାତି ପ୍ରାୟ ୯ ଟା ସମୟରେ ଜଣେ ବ୍ୟବସାୟୀଙ୍କ ସହ ଅନ୍ୟ ଜଣେ…

ଆନ୍ଧ୍ରରେ ବିକ କୋଟିଆ ଶସ୍ୟ: ସୀମାନ୍ତବାସୀଙ୍କୁ ପ୍ରବର୍ତ୍ତାଇଲେ ପଡ଼ୋଶୀ ରାଜ୍ୟ ଅଧିକାରୀ,ଏପଟେ…

ପଟ୍ଟାଙ୍ଗି,୩ା୨(ଶରତ କୁମାର ଧଳ)-କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତର ସୀମାନ୍ତବାସୀଙ୍କୁ ନେଇ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ପକ୍ଷରୁ ବୈଠକକରି ସଚେତନ କରାଯାଉଛି। ଏଥିରେ ଉକ୍ତ ପଞ୍ଚାୟତର…

ଆମ୍ବ ବିକ୍ରୟ ସଙ୍କଟ ପାଇଁ ଅନିଶ୍ଚିତତାରେ ଚାଷୀ: ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନା କରିବାକୁ…

ରାୟଗଡ଼ା,୩।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲାରେ ଆମ୍ବ ବିକ୍ରୟ ସମସ୍ୟାକୁ କେନ୍ଦ୍ର ସରକାର ସ୍ବୀକାର କରିଥିଲେ ମଧ୍ୟ ଦାୟିତ୍ୱ ଗ୍ରହଣରୁ ଏଡାଇ ଯାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି…

ଦିବ୍ୟ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ, ବିଧାୟକ ସିଦ୍ଧାର୍ଥ ମହାପାତ୍ର ଯୋଗ ଦେଇ କହିଲେ…

ଦିଗପହଣ୍ଡି,୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଦିବ୍ୟ ପବ୍ଲିକ ସ୍କୁଲର ୧୩ ତମ ବାର୍ଷିକୋତ୍ସବ ମଙ୍ଗଳବାର ସାରେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ।…

ଖେମୁଣ୍ଡି କଲେଜର ବାର୍ଷିକୋତ୍ସବ ଅନୁଷ୍ଠିତ: ପଦ୍ମଶ୍ରୀ ପାଇଁ ମନୋନୀତ ନୃତ୍ୟଗୁରୁ ସମ୍ବର୍ଦ୍ଧିତ

ଦିଗପହଣ୍ଡି,୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ବାର୍ଷିକୋତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ. ଅସିତ କୁମାର ଷଡଙ୍ଗୀଙ୍କ…

ଭୀଷ୍ମଗିରି ରାମଜୀ ବିଦ୍ୟାଳୟରେ ସାମାଜିକ ସହଭାଗିତା କାର୍ଯ୍ୟକ୍ରମ: ୭୬ ମେଧାବୀଙ୍କୁ ମେଧାବୃତ୍ତି ପ୍ରଦାନ

ଦିଗପହଣ୍ଡି,୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଫ୍ୟୁଜନ ଫାଇନାନ୍ସ ଲିମିଟେଡ ପକ୍ଷରୁ…

ଧାର୍ଯ୍ୟ ସମୟ ସରିଲା, ପାଣି ପାଇଲେନି ଚୂଳବାଡ଼ିବାସୀ: ଅଧାପନ୍ତରିଆ ‘ବସୁଧା’ ପ୍ରକଳ୍ପ

ଥୁଆମୂଳରାମପୁର,୩।୨ (ଦୁର୍ଗା କୀର୍ତ୍ତି):: ରାଜ୍ୟ ସରକାରଙ୍କ ‘ହର ଘର ଜଳ’ ସ୍ଲୋଗାନ ଏବେ ଦୁର୍ଗମ ଅଞ୍ଚଳରେ ପ୍ରହସନ ପାଲଟିଛି। କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମପଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri