ଗଞ୍ଜାମ ଜିଲା: ନର୍ସିଂହୋମ ଗୁଡ଼ିକରେ ଅଗ୍ନି ନିରାପତ୍ତା ଫେଲ: ନୋଟିସ ଦିଆଯାଉଛି, କାର୍ଯ୍ୟାନୁଷ୍ଠାନ ଶୂନ

ବ୍ରହ୍ମପୁର ଅଫିସ,୧୩ା୭-ବ୍ରହ୍ମପୁର ମହାନଗର ନିଗମ ସମେତ ଜିଲାର ବିଭିନ୍ନ ସ୍ଥାନରେ ଏବେ ବହୁ ସଂଖ୍ୟାରେ ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ଚାଲିଛି। ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ଗୁଡ଼ିକରେ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ଅନୁସାରେ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶ ରହିଥିବା ସମସ୍ତ ନିୟମ ମାନିବା କଥା। କିନ୍ତୁ ତାହା ବାସ୍ତବରେ କାର୍ଯ୍ୟକାରୀ ହେଉନି। ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରତି ଘରୋଇ ହସ୍ପିଟାଲ ଓ ନର୍ସିଂହୋମରେ ନିୟମ ପାଳନ କରିବାକୁ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି। ଗତ କିଛିଦିନ ତଳେ ଅଗ୍ନିଶମ ବିଭାଗ ପକ୍ଷରୁ ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ପରିସର, ୱାର୍ଡ, କ୍ୟାବିନ ଏବଂ ଓଟି ଆଦି ଯାଞ୍ଚ କରାଯାଇଥିଲା। ତେବେ ସବୁଠି ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଏପରିକି ଅଗ୍ନି ନିରାପତ୍ତା ନିୟମକୁ ଉଲ୍ଲଂଘନ କରାଯାଇଥିବା ବେଳେ ବ୍ୟାପକ ଅବ୍ୟବସ୍ଥା ଦୃଷ୍ଟିକୁ ଆସିଥିଲା।
ବିଶେଷକରି ହସ୍ପିଟାଲ ଚାରିପଟେ ଫାୟାର ଗାଡ଼ି ବୁଲି ପାରିବା ଭଳି ରାସ୍ତା ରଖିବାକୁ ନିୟମ ଥିବା ବେଳେ କୌଣସି ଘରୋଇ ହସ୍ପିଟାଲ ଓ ନର୍ସିଂହୋମରେ ଏହି ସୁବିଧା ନ ଥିବା ଦୃଷ୍ଟିକୁ ଆସିଥିଲା। ଏକାଧିକ ଘରୋଇ ହସ୍ପିଟାଲ ଓ ନର୍ସିଂହୋମରେ ଅଦରକାରୀ କାଠ, ପ୍ଲାଷ୍ଟିକ ଓ କାଗଜ ଆଦି ଦହନଶୀଳ ସାମଗ୍ରୀ ଜମା ହୋଇ ରହୁଥିବା ଦେଖିବାକୁ ମିଳିଥିଲା। ନିଅଁା ଲିଭାଇବା ପାଇଁ ହାତଗଣତି ଯନ୍ତ୍ରପାତି ଥିଲେ ମଧ୍ୟ ତାହା ଠିକ୍‌ ଭାବେ କାମ କରୁନାହିଁ । ଏପରିକି ଘରୋଇ ହସ୍ପିଟାଲ ଓ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟିଲେ ଫାୟାର ଏଷ୍ଟିଂଗୁଇସର ବ୍ୟବହାର ମଧ୍ୟ କର୍ମଚାରୀମାନଙ୍କୁ ଜଣାନାହିଁ। ଅନେକ ଘରୋଇ ହସ୍ପିଟାଲ ଓ ନର୍ସିଂହୋମରେ ବ୍ୟାଟେରି ରୁମର ଅଗ୍ନି ନିରାପତ୍ତା ବ୍ୟବସ୍ଥା ସମ୍ପୂର୍ଣ୍ଣ ଦୁର୍ବଳ ରହିଥିବା ବେଳେ ନିଅଁା ଲାଗିଲେ ବାହାରକୁ ତୁରନ୍ତ ଯିବା ପାଇଁ ଜରୁରୀ ଦ୍ୱାର ରଖାଯାଇନାହିଁ। ଅଧିକାଂଶ ନର୍ସିଂହୋମ ଓ ଘରୋଇ ହସ୍ପିଟାଲରେ ସ୍ପ୍ରିଙ୍କଲର ଏବଂ ଆଲାର୍ମ ବ୍ୟବସ୍ଥା ପୁରା ଖରାପ। ଏଭଳି ସ୍ଥିତିକୁ ନେଇ ଅଗ୍ନିଶମ ଅଧିକାରୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ତାଗିଦ୍‌ ମଧ୍ୟ କରିଛନ୍ତି। ବିଗତ ଦିନରେ ଅଗ୍ନିଶମ ଅଧିକାରୀ ସଞ୍ଜୀବ ପ୍ରଧାନ ନିରାପତ୍ତା ବ୍ୟବସ୍ଥା ନ ଥିବା ନର୍ସିଂହୋମ ଓ ଘରୋଇ ହସ୍ପିଟାଲଗୁଡ଼ିକୁ ନୋଟିସ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ । ଏହାକୁ ଆଧାର କରି ଅନେକ ନର୍ସିଂହୋମ ଓ ଘରୋଇ ହସ୍ପିଟାଲ ଯାହାର କି ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍‌ ଭାବେ କାମ କରୁନାହିଁ ସେମାନଙ୍କୁ ନୋଟିସ ଦିଆଯାଇଥିଲା । ହେଲେ ତାହା ଏବେ ସୁଦ୍ଧା ନୋଟିସରେ ହିଁ ଅଟକି ଯାଇଛି । ଅଗ୍ନିଶମ ବିଭାଗର ଏଭଳି କାର୍ଯ୍ୟକୁ ବରିଷ୍ଠ ଆଇନଜୀବୀ ନାରାୟଣ ପଣ୍ଡା ପ୍ରହସନ ବୋଲି କହିଛନ୍ତି । ନିକଟରେ ଗୁଜରାଟର ସୁରଟରେ ଥିବା ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ପରଠାରୁ ବିଭାଗ ତରଫରୁ ଏଭଳି ଚଡ଼ାଉ ଓ ନୋଟିସ ଦିଆ ଚାଲିଛି ।
ହେଲେ କୌଣସି ସ୍ଥାନରେ ପଦକ୍ଷେପ ନିଆଯାଉ ନ ଥିବାରୁ ପରବର୍ତ୍ତୀ ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟୁଛି । ତେଣୁ ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ଚଢ଼ାଉ ଓ ପଦକ୍ଷେପକୁ ନିୟମିତ କରିବା ଜରୁରୀ ହୋଇପଡ଼ିଛି ବୋଲି ଆଇନଜୀବୀ ପଣ୍ଡା କହିଛନ୍ତି । ଦକ୍ଷିଣାଞ୍ଚଳ ରେଞ୍ଜ ଅଗ୍ନିଶମ ଅଧିକାରୀ ସଞ୍ଜୀବ ପ୍ରଧାନ କହିଛନ୍ତି, ଯାଞ୍ଚ ବେଳେ ଯେଉଁସବୁ ଘରୋଇ ହସ୍ପିଟାଲ ଓ ନର୍ସିଂହୋମଗୁଡିକର ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ତ୍ରୁଟି ରହିଛି ସେହିସବୁ ସଂସ୍ଥାର ମାଲିକମାନଙ୍କୁ ୩ ମାସିଆ ନୋଟିସ ଦିଆଯାଇଛି। ଏନେଇ ଗଞ୍ଜାମ ଜିଲାପାଳଙ୍କୁ ମଧ୍ୟ ଜଣାଇ ଦିଆଯାଇଛି। ସମୟସୀମା ପରେ ପୁଣି ଥରେ ସେହିସବୁ ହସ୍ପିଟାଲ ଓ ନର୍ସିଂହୋମରେ ଅଗ୍ନି ନିରାପତ୍ତା ଯାଞ୍ଚ ହେବ। ଯଦି ସେଥିରେ ତ୍ରୁଟି ପରିଲକ୍ଷିତ ହେବ ତେବେ ସମ୍ପୃକ୍ତ ଅନୁଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

Holi 2026: ମାର୍ଚ୍ଚ ୩ ନା ୪, ଏ ବର୍ଷ କେବେ ଖେଳିବେ ହୋଲି? ଜ୍ୟୋତିଷ କହିଦେଲେ…

ପ୍ରତିବର୍ଷ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ରାତିରେ ହୋଲିକା ଦହନ କରାଯାଏ। ହୋଲିକା ଦହନ ପର୍ୱକୁ ମିଥ୍ୟା ଉପରେ ସତ୍ୟର ବିଜୟର ପ୍ରତୀକ ଭାବରେ ବିବେଚନା କରାଯାଏ।…

ଖୁବଶୀଘ୍ର ଭାରତ ଆସିବେ ଟ୍ରମ୍ପ! ଏହା ପୂର୍ବରୁ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୨: ଭାରତ ଆମେରିକା ନେତୃତ୍ୱାଧୀନ ପାକ୍ସ ସିଲିକା ପଦକ୍ଷେପରେ ସାମିଲ ହୋଇଛି। ନୂଆଦିଲ୍ଲୀରେ ପାକ୍ସ ସିଲିକା ଘୋଷଣାପତ୍ର ସ୍ବାକ୍ଷର ସମାରୋହରେ ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

ରୁଟି କେଉଁଠୁ ଆସିଥିଲା? ଭାରତ ସହ କ’ଣ ରହିଛି ଲିଙ୍କ୍‌…

ରୁଟି ହେଉଛି ମଣିଷଜାତିର ସବୁଠାରୁ ପୁରୁଣା ଖାଦ୍ୟ ମଧ୍ୟରୁ ଗୋଟିଏ। ଏହା ସଭ୍ୟତାର ଉତ୍ଥାନ ସହିତ ଗଭୀର ଭାବରେ ଜଡିତ। ଆଜି ରୁଟିକୁ ଭାରତୀୟ ଖାଦ୍ୟର ଏକ…

କଣାସରେ ପଶିଲା ଗୋଠଛଡ଼ା ହାତୀ

କଣାସ,୨୦ା୨(ବିଭୂତି ଭୂଷଣ ତ୍ରିପାଠୀ): ପ୍ରତ୍ୟେକ ବର୍ଷ ଧାନ ଫସଲ ଖାଇବା ପାଇଁ ବରୁଣେଇ ଜଙ୍ଗଲରୁ ହାତୀମାନେ କଣାସ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆସି ବ୍ୟାପକ ଫସଲ କ୍ଷତିଗ୍ରସ୍ତ…

ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…

ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri