ଗଞ୍ଜାମ ଜିଲାରେ ୯୯ ବିଦେଶ ଫେରନ୍ତା

ଛତ୍ରପୁର,୨୧ା୩(ଡି.ଏନ.ଏ)

କରୋନା ସଂକ୍ରମଣ ରୋକିବାକୁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରତିଷେଧକମୂଳକ ପଦକ୍ଷେପ ନିଆଯାଉଛି। ବର୍ତ୍ତମାନ ସୁଦ୍ଧା ଜିଲାକୁ ଚାଇନା ଓ କୋରୋନା ପ୍ରଭାବିତ ଅନ୍ୟ କେତେକ ଦେଶରୁ ୯୯ଜଣ ଆସିଥିବା ରାଜ୍ୟ ସରଭେଇଲାନ୍ସ ୟୁନିଟ୍‌ ପକ୍ଷରୁ ଜିଲା ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। ତେବେ ଏହି ସଂଖ୍ୟାଠାରୁ ଅଧିକ ଲୋକ ଜିଲାକୁ ଆସିଛନ୍ତି। ପ୍ରତି ବ୍ଲକର ଟିମ୍‌ ବିଦେଶ ଫେରନ୍ତାଙ୍କ ତଥ୍ୟ ସଂଗ୍ରହ କରୁଛନ୍ତି। ଏହି ରିପୋର୍ଟ ଆସିଲେ ଏହା ସ୍ପଷ୍ଟ ହୋଇପାରିବ।
କେତେଜଣ ବିଦେଶରୁ ଆସି ଓଡିଶା ବାହାରେ ଥିବା ଏୟାରପୋର୍ଟରେ ଓହ୍ଲାଇ ଘରକୁ ଫେରିଛନ୍ତି। ତେଣୁ ରାଜ୍ୟ ଟିମ୍‌ ପାଖରେ ଏହାର ତଥ୍ୟ ନ ଥିବା ଜଣାପଡିଛି। ଆହୁରି ଜଣାଯାଇଛି ଯେ, ବ୍ରହ୍ମପୁର ମହାନଗର ନିଗମର ୫ ବିଦେଶ ଫେରନ୍ତା ନିଜ ଘରେ ଆଇସୋଲେଶନରେ ରହିଥିଲେ ା ସେମାନଙ୍କଠାରେ କାରୋନା ନେଇ ଲକ୍ଷଣ ଦେଖାଯାଇନାହିଁ ା ଅନ୍ୟପକ୍ଷରେ ୧୪ ଜଣଙ୍କୁ ଏବେ ମଧ୍ୟ ଠାବ କରାଯାଇପାରିନାହିଁ। ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ସନ୍ଦେହ କରି ଏମକେସିଜି ମେଡିକାଲର କୋଭିଡ୍‌-୧୯ ଆଇସୋଲେଶନ ୱାର୍ଡରେ ରଖାଯାଇଛି। ୩୫ ବିଦେଶ ଫେରନ୍ତା ଘରେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ସେଥିମଧ୍ୟରେ ବ୍ରହ୍ମପୁର ମହାନଗର ନିଗମର ୧୯, ଖଲ୍ଲିକୋଟ ବ୍ଲକର ୬, ପାତ୍ରପୁର ବ୍ଲକର ୨, ହିଞ୍ଜିିଳି ବ୍ଲକର ୨, ଗଞ୍ଜାମ ବ୍ଲକର ୨, ରଙ୍ଗେଇଲୁଣ୍ଡା, କବିସୂର୍ଯ୍ୟନଗର, ଶେରଗଡର ଓ ଚିକିିଟି ବ୍ଲକର ଜଣେ ଲେଖାଏଁ ରହିଛନ୍ତି। ଜିଲାର ସମସ୍ତ ବିଦେଶ ଫେରନ୍ତାଙ୍କର ରେଜିଷ୍ଟ୍ରେଶନ ହୋଇପାରିନି। ସମସ୍ତଙ୍କ ରେଜିଷ୍ଟ୍ରେସନ ୧୦୪ ନମ୍ବରକୁ ଫୋନ୍‌ କରିବାକୁ ଉକ୍ତ ବିଦେଶ ଫେରନ୍ତାକୁ କହିବା ଏବଂ ଏଥିରେ ସହଯୋଗ କରିବାକୁ ସ୍ବାସ୍ଥ୍ୟ, ବ୍ଲକ, ଏନ୍‌ଏସି, ତହସିଲ, ପୋଲିସ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ପଞ୍ଚାୟତିରାଜ ପ୍ରତିନିଧିମାନଙ୍କୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କୁ ନିୟମିତ ଟ୍ରାକିଂ କରିବାକୁ ଅଙ୍ଗନୱାଡିକର୍ମୀମାନଙ୍କୁ କୁହାଯାଇଛି। ବିଦେଶ ଫେରନ୍ତାମାନେ ୧୪ ଦିନ ପର୍ଯ୍ୟନ୍ତ ଘରର ଅନ୍ୟ କୋଠରୀରେ ଏକୁଟିଆ ରହୁଛନ୍ତି କି ନାହଁି ତାକୁ ସେମାନେ ଦେଖିବେ। ସ୍ବାସ୍ଥ୍ୟର ଅବନତି ଦେଖିଲେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ହସ୍ପିଟାଲ ଏବଂ ପରେ ବ୍ରହ୍ମପୁର ବଡମେଡିକାଲକୁ ନେବାକୁ ବ୍ୟବସ୍ଥା କରିବାକୁ ଅତିରିକ୍ତ ଜିଲାପାଳ ଅମୀୟ କୁମାର ସାହୁ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ବାହାରୁ ଆସୁଥିବା ଟ୍ରକ୍‌ ଡ୍ରାଇଭର ଏବଂ ରେଲୱେ ଷ୍ଟେଶନରେ ଯାତ୍ରୀମାନଙ୍କର ସ୍କ୍ରିନିଂ କରାଯିବ। ଏମକେସିଜି, ସିଟି ହସ୍ପିଟାଲ, ଛତ୍ରପୁର, ଭଞ୍ଜନଗର ଓ ହିଞ୍ଜିଳି ଉପଖଣ୍ଡ ହସ୍ପିଟାଲ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ୍‌-୧୯ କର୍ନର କରାଯାଇଛି। ଏଥିସହ ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରହେର ଆଇସୋଲେଶନ ୱାର୍ଡ ବ୍ୟବସ୍ଥା ହୋଇଛି ା ୧୦ ଦିନ ଧରି ଜିଲା ସାରା କରୋନା ନେଇ ସଚେତନ କରାଯିବ ା ଆଇସୋଲେଶନ ଓ୍ବାଡକୁ ସନ୍ଦିଗ୍ଧଙ୍କୁ ନେବା ପାଇଁ ୭ଟି ସ୍ବତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଛି ା ସେଥିମଧ୍ୟରେ ବ୍ରହ୍ମପୁରର ସିଟି ହସ୍ପିଟାଲ, ଭଞ୍ଜନଗର, ଛତ୍ରପୁର ଓ ହିଂଜିଳି ଉପଖଣ୍ଡ ହସ୍ପିଟାଲ, ସୋରଡା, ଖଲିକୋଟ ଓ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାନ ରହିଛି ା ବ୍ଲକ ଓ ସେକ୍ଟର ସ୍ତରରେ ୧୨୨ଟି ରାପିଡ୍‌ ରେସପନ୍ସ ଟିମ୍‌ର ବ୍ୟବସ୍ଥା କରାଯାଇଛି ଏବଂ ଏମାନେ ନଜର ରଖିବେ ା ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଟସୋର୍ସିଂରେ ଅତିରିକ୍ତ ସୁରକ୍ଷା କର୍ମୀ ବ୍ୟବସ୍ଥା କରାଯାଇଛି ା ପ୍ରତି ବସରେ କ୍ଷମତାରୁ ମାତ୍ର ୫୦ ପ୍ରତିଶତ ଯାତ୍ରୀ ରହିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇ ରିଟର୍ଣ୍ଣ ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ: ଅଭିଯୁକ୍ତଙ୍କୁ ବାନ୍ଧିଲା EOW

ଭୁବନେଶ୍ୱର,୨।୧: ଗ୍ରାହକଙ୍କୁ ହାଇ ରିଟର୍ଣ୍ଣର ଲୋଭ ଦେଖାଇ ଟଙ୍କା ଠକେଇ କରିଥିବା ଅଭିଯୋଗରେ EOW ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ...

ହାତୀର ଟ୍ରାଙ୍କୁଲାଇଜ୍‌ ଚିକିତ୍ସା ପାଇଁ ଅନୁମତି ମାଗିଥିଲା ବନ ବିଭାଗ, ହେଲେ…

ବଲାଙ୍ଗୀର,୨ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ରେଞ୍ଜ ବେଲଗାଁ ସେକ୍ସନ ନାରିକଟା ବିଟ୍‌ ବିଜେପୁର ପଞ୍ଚାୟତ ବର୍ଣ୍ଣି ଜଙ୍ଗଲସ୍ଥିତ ନୀମପଡ଼ା ଗାଁର ନାଳରେ ଏକ...

ଖଣ୍ଡଗିରି ମାଘ ମେଳା ନେଇ ମେୟରଙ୍କ ସୂଚନା, ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ…

ଭୁବନେଶ୍ବର, ୨/୧:  ମାଘ ମେଳା ପାଖେଇ ଆସୁଥିବା ବେଳେ ଅଶ୍ଲିଳ ନୃତ୍ୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ । ଖଣ୍ଡଗିରି ମାଘ...

ଯୁବକଙ୍କୁ ଦଳି ମାରିବା ପରେ ବି ଜଗି ରହିଛି ହାତୀ 

ଖୋର୍ଦ୍ଧା,୨।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଭୂଆସୁଣି ପାଟଣା ଗାଁରେ ଯୁବକଙ୍କୁ ଜଣେ ଯୁବକଙ୍କୁ ଏକ ଦନ୍ତା ଦଳି ଦେଇଛି। ମୃତକ ହେଲେ ପ୍ରିୟବ୍ରତ...

ଗ୍ରୀନ ଷ୍ଟିକର ନେଇ ପରିବହନ ବିଭାଗର ବଡ଼ ଘୋଷଣା, ସବୁ RTOରେ ଖୋଲିବ….

ଭୁବନେଶ୍ବର, ୨/୧:  ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ ଷ୍ଟିକର । ପଲ୍ୟୁସନ କରିଥିବା ଗାଡିରେ ଲଗାଇପାରିବେ ଲୋକେ । ଏନେଇ ପରିବହନ ବିଭାଗ ପକ୍ଷରୁ...

ଆସନ୍ତାକାଲି ଦେଖିବାକୁ ମିଳିବ ସୁପରମୁନ୍‌, ତା’ ପରେ ଆଉ କେବେ ଜାଣନ୍ତୁ…

ଭୁବନେଶ୍ୱର,୨ା୧: ଆସନ୍ତାକାଲି ଅର୍ଥାତ୍‌ ଶନିବାର ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ। ବର୍ଷର ପ୍ରଥମ ‘ସୁପରମୁନ’ ଦେଖିବାକୁ ମିଳିବ। ପୌଷ ପୂର୍ଣ୍ଣିମା ତିଥିରେ ପ୍ରଥମ ‘ସୁପରମୁନ’...

ଲୋକସେବା ଭବନରେ ରିଲ୍ସ ନେଇ ଆସିବ ଗାଇଡ୍‌ଲାଇନ୍‌, ମନ୍ତ୍ରୀ କହିଲେ ସତ ଜଣାପଡ଼ିଲେ…

ଭୁବନେଶ୍ୱର,୨ା୧: ଲୋକସେବା ଭବନରେ ରିଲ୍ସ କରିବାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଲୋକସେବା ଭବନରେ ରିଲ୍ସ ପାଇଁ...

ରାଜ୍ୟସ୍ତରୀୟ ଧନୁଯାତ୍ରା କୁଇଜ୍‌ ପ୍ରତିଯୋଗିତା: ପ୍ରଥମ ସ୍ଥାନରେ…

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଐତିହ୍ୟ ଓ ପରମ୍ପରାକୁ ବର୍ତ୍ତମାନର ଛାତ୍ରୀଛାତ୍ରମାନଙ୍କୁ ଅବଗତ କରାଇବା ପାଇଁ ସ୍ଥାନୀୟ ଲେଙ୍ଗୁମିଶ୍ର ଷ୍ଟାଡିୟମରେ ଆୟୋଜିତ ହସ୍ତତନ୍ତ ମେଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri