ଗଜ ସୁରକ୍ଷା ପାଇଁ ଆକ୍ସନ ପ୍ଲାନ୍‌ : ହାତୀ ଗତିବିଧି ଜଗିବ ଡ୍ରୋନ୍‌

ଢେଙ୍କାନାଳ ଅଫିସ, ୨୩।୬ – ହାତୀ ପାଇଁ ସାରା ଦେଶରେ ନଁା କରିଛି ଢେଙ୍କାନାଳ। ରାଜ୍ୟରେ ସାତକୋଶିଆ ପରେ ହାତୀସଂଖ୍ୟାରେ ଜିଲାକୁ ମିଳିଛି ଦ୍ୱିତୀୟ ସ୍ଥାନ। ଅନ୍ୟପଟେ ଜିଲାର ସଂରକ୍ଷିତ ଜଙ୍ଗଲ ତଳି ଅଞ୍ଚଳରେ ହାତୀ-ମଣିଷ ମଧ୍ୟରେ ଚାଲିଥିବା ଅହରହ ସଂଘର୍ଷ ପାଇଁ ଅପବାଦ ମଧ୍ୟ କମ୍‌ ନୁହେଁ। ଖାସ୍‌ କରି ଟ୍ରେନ୍‌ ଧକ୍କା, ବିଦ୍ୟୁତ୍‌ ଆଘାତରେ ହାତୀମୃତ୍ୟୁ ସଂଖ୍ୟା ଏବେ ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ରୋକିବାକୁ ବନ ବିଭାଗ ଆକ୍ସନ ମୁଡ୍‌ରେ। ଏଣିକି ହାତୀ ଚଳପ୍ରଚଳ କରୁଥିବା ରେଳଧାରଣା ନିକଟବର୍ତ୍ତୀ ଅଞ୍ଚଳର ଡ୍ରୋନ୍‌ ସ୍କାନରରେ ରହିବ। ସେହିପରି ହାତୀ ଯାତାୟତ ପାଇଁ ରେଲ୍‌ଓ୍ବେ ଟ୍ରାକ୍‌ ଭୂତଳ ରାସ୍ତା (ଅଣ୍ଡରପାସ୍‌) ବ୍ୟବସ୍ଥା କରାଯିବାକୁ ପ୍ରସ୍ତାବ ଦିଆଯିବାକୁ ନିଷ୍ପତ୍ତି ହୋଇଛି।
ଢେଙ୍କାନାଳ ସଦର ରେଞ୍ଜ୍‌ ଅଧୀନ ପଶାସିଂହ-କାଉଁରିଆପାଳ ମଧ୍ୟରେ ଥିବା ରେଳଧାରଣା ପାର ହେଉଥିବା ବେଳେ ଚଳିତ ୨୦ ତାରିଖରେ ମାଲବାହୀ ଟ୍ରେନ୍‌ ଧକ୍କାରେ ଏକ ମାଈ ହାତୀର ଜୀବନ ଯାଇଥିଲା। ଏଥିପାଇଁ ନିଜ ମୁଣ୍ଡକୁ ଦୋଷ ନେଇଥିଲା ବନ ବିଭାଗ। ଖୋର୍ଦ୍ଧାସ୍ଥିତ ପୂର୍ବତଟ ରେଲଓ୍ବେ ଡିଭିଜନ କାର୍ଯ୍ୟାଳୟକୁ କସନ ନୋଟିସ୍‌ ପଠାଯାଇ ନ ଥିବାରୁ ରେଳ ଧାରଣା ନିକଟରେ ଥିବା ହାତୀପଲ ସମ୍ପର୍କରେ ଡ୍ରାଇଭର ସୂଚନା ପାଇ ପାରି ନ ଥିଲେ। ଟ୍ରେନ୍‌ ବେଗ ନିୟନ୍ତ୍ରଣ କରାଯାଇ ନ ଥିଲା। ଫଳରେ ଟ୍ରେନ୍‌ ସହ ପିଟି ହୋଇ ଉକ୍ତ ମାଈ ହାତୀ ପ୍ରାଣ ହରାଇଥିଲା। ଗତ ୬ମାସ ମଧ୍ୟରେ ରେଳ ଦୁର୍ଘଟଣାରେ ୨ହାତୀଙ୍କ ମୃତ୍ୟୁ ପରେ ବନ ବିଭାଗର ଚେତା ପଶିଛି।
ବିଶେଷ କରି ସଦର ରେଞ୍ଜ ଗଦାଶିଳାଠାରୁ ମେରାମଣ୍ଡଳୀ ମଧ୍ୟରେ ୭୦ରୁ ଊର୍ଦ୍ଧ୍ୱ ହାତୀ ଅଧିକାଂଶ ସମୟରେ ଚଳପ୍ରଚଳ କରୁଛନ୍ତି। ଉକ୍ତ ବ୍ୟସ୍ତବହୁଳ ରେଳପଥରେ ଢେଙ୍କାନାଳ-ତାଳଚେର, ଅନୁଗୋଳ-ସମ୍ବଲପୁରକୁ ବହୁସଂଖ୍ୟାରେ ମାଲ୍‌ଗାଡି, ଯାତ୍ରୀବାହୀ ଟ୍ରେନ୍‌ ଯାତାୟାତ କରୁଛନ୍ତି। ଉକ୍ତ ରେଳଲାଇନ୍‌ ହାତୀଙ୍କ ପାଇଁ ମରଣଯନ୍ତା ପାଲଟିଛି। ସମ୍ପୃକ୍ତ ଅଞ୍ଚଳରେ ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ୨ଟି ଡ୍ରୋନ୍‌ କ୍ୟାମେରା ବ୍ୟବହାର କରାଯିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ସେଥିରୁ ଗୋଟିଏ ଗଦାଶିଳା ଏବଂ ଅନ୍ୟଟି ମେରାମଣ୍ଡଳୀ ଅଞ୍ଚଳରେ ମୁତୟନ ହେବ। ଡ୍ରୋନ୍‌ କ୍ୟାମେରାରେ ହାତୀପଲ ଗତିବିଧିକୁ ଅନୁଧ୍ୟାନ କରି ତଦନୁଯାୟୀ ରେଲଓ୍ବେ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ। ସେହିପରି ଗଦାଶିଳା-ମେରାମଣ୍ଡଳୀ ମଧ୍ୟରେ ହାତୀପଲ ପାର ହେଉଥିବା ରେଳଧାରଣା ଅଞ୍ଚଳରେ ଅଣ୍ଡରପାସ୍‌ ରାସ୍ତା ନିର୍ମାଣ ପାଇଁ ମଧ୍ୟ ରେଲଓ୍ବେ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦିଆଯିବ। ଏଥି ଲାଗି ସର୍ଭେ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ସଦାଶିବପୁର ରେଳ ଷ୍ଟେଶନ ଆଖପାଖ ଅଞ୍ଚଳରେ ହାତୀପଲକୁ ରେଳଧାରଣାରୁ ଦୂରେଇ ରଖିବାକୁ କାର୍ଯ୍ୟକାରୀ ହୋଇଥିବା ‘ହନି ବି ସାଉଣ୍ଡ୍‌ ପାଇଲଟ୍‌ ପ୍ରୋଜେକ୍ଟ’ (କୃତ୍ରିମ ଉପାୟରେ ମହୁମାଛି ଭଳି ଶବ୍ଦ ସୃଷ୍ଟି କରିବା) ଫେଲ୍‌ ମାରିଛି। ସଦର ରେଞ୍ଜରେ ହାତୀଙ୍କ ସମାଗମ ବନ ବିଭାଗର ନିଦ ହଜାଇଦେଇଛି। ଏହାପରେ ଉଭୟ ହାତୀ ଏବଂ ମଣିଷଙ୍କ ସୁରକ୍ଷା ଲାଗି ଆରମ୍ଭ ହୋଇଛି କସରତ।
ଏ ସଂକ୍ରାନ୍ତରେ ଡିଏଫ୍‌ଓ ସୁଦର୍ଶନ ପାତ୍ର କୁହନ୍ତି, ସଦର, ହିନ୍ଦୋଳ, ମହାବିରୋଡ ଓ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ୍‌ରେ ହାତୀ-ମଣିଷ ସଂଘର୍ଷ ବଢ଼ିବାରେ ଲାଗିଛି। ଏହା ବନ ବିଭାଗ ପାଇଁ ଚିନ୍ତାର କାରଣ ହୋଇଛି। ସଦର ରେଞ୍ଜ୍‌ ଗଦାଶିଳାରୁ ମେରାମଣ୍ଡଳୀ ମଧ୍ୟରେ ଅଧିକାଂଶ ସମୟରେ ହାତୀପଲ ରେଳ ଧାରଣା ପାର ହେଉଛନ୍ତି। ସେମାନଙ୍କ ଗତିବଧି ଉପରେ ନଜର ରଖିବାକୁ ଡ୍ରୋନ୍‌ କ୍ୟାମେରା ବ୍ୟବସ୍ଥା ଏବଂ ରେଳଧାରଣା ତଳେ ଅଣ୍ଡରପାସ୍‌ ରାସ୍ତା ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ

ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri