ଗଜପତିଙ୍କ ଗୁରୁ ଗାଦି ଥିଲା ବଡ଼ ଆଖଡ଼ା ମଠ

ପୁରୀ ଅଫିସ,୩।୯: ଶ୍ରୀମନ୍ଦିରର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ଭାଙ୍ଗିବ ବଡ଼ ଆଖଡା ମଠ। ଶ୍ରୀକ୍ଷେତ୍ରର ପୁରାତନ ମଠ ମଧ୍ୟରୁ ଏହା ଅନ୍ୟତମ। ଏହି ମଠର ଐତିହ୍ୟ ସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି, ସର୍ବଭାରତୀୟସ୍ତରର ଶ୍ରୀପଞ୍ଚରାମାନନ୍ଦୀୟ ଦିଗମ୍ବର ବୈଠକ ବଡ଼ ଆଖଡା ମଠ ଭାବେ ଶ୍ରୀକ୍ଷେତ୍ରରେ ପରିଚିତ। ଏହାକୁ ମଧ୍ୟ ଦିଗମ୍ବର ଆଖଡ଼ା କୁହାଯାଏ। ଆଖଡ଼ା ତିନି ଭାଗରେ ବିଭକ୍ତ। ନିର୍ବାଣୀ ଆଖଡ଼ା, ନିର୍ମୋହୀ ଆଖଡ଼ା ଓ ଦିଗମ୍ବର ଆଖଡ଼ା। ଆଖଡ଼ାଗୁଡ଼ିକ ଶ୍ରୀରାମାନନ୍ଦାଚାର୍ଯ୍ୟ ସମ୍ପ୍ରଦାୟ ଅନ୍ତର୍ଭୁକ୍ତ। ଭାରତର ସାଂସ୍କୃତିକ ସଂହତି ଦୃଷ୍ଟିରୁ ଶଙ୍କରାଚାର୍ଯ୍ୟ ୪ ଦିଗରେ ଚାରୋଟି ପୀଠ ସ୍ଥାପନ କଲା ପରି ଶ୍ରୀରାମାନନ୍ଦାଚାର୍ଯ୍ୟ ୬ଟି ଆଖଡ଼ା ପ୍ରତିଷ୍ଠା କରିଥିଲେ। ତନ୍ମଧ୍ୟରୁ ପୁରୀରେ ଗୋଟିଏ ଦିଗମ୍ବର ଆଖଡ଼ା ପ୍ରତିଷ୍ଠା କରିଥିଲେ। ଏହାକୁ ୬ବୈଠକ କୁହାଯାଏ। ଅର୍ଥାତ୍‌ ୬ଟି ଯାକ ବୈଠକର ନାଗାମାନେ ଏକାଠି ହେଲେ ତାକୁ କୁହାଯାଏ ଦିଗମ୍ବର ଅଣି ଆଖଡ଼ା। ଏମାନେ କୁମ୍ଭମେଳାରେ ଓ ପୁରୀର ରଥଯାତ୍ରାରେ ଏକାଠି ହୁଅନ୍ତି। ହାରାହାରି ୧୩୫୨ ମସିହାରେ ଶ୍ରୀରାମାନନ୍ଦାଚାର୍ଯ୍ୟ ଶ୍ରୀଜଗନ୍ନାଥ ଧାମରେ ପଦାର୍ପଣ କରିଥିଲେ। ସେ ଏଠାରେ ପଦାର୍ପଣ କଲାବେଳେ ଆଡ଼ପମଣ୍ଡପରେ ମହାପ୍ରଭୁ ବିଜେ କରିଥିଲେ। ସେ ପ୍ରଥମ ଦିନ ଆଡ଼ପମଣ୍ଡପକୁ ଯାଇ ଯେବେ ଦର୍ଶନ କଲେ ସେଦିନ ଥିଲା ସନ୍ଧ୍ୟା ଦର୍ଶନ। ଆଡ଼ପମଣ୍ଡପରେ ମହାପ୍ରଭୁଙ୍କୁ ଦେଖି ଭାବ ବିହ୍ବଳ ହୋଇଯାଇଥିଲେ। ତିନିଠାକୁରଙ୍କୁ ଶ୍ରୀରାମ, ଲକ୍ଷ୍ମଣ ଓ ଦେବୀ ସୀତାଙ୍କ ରୂପରେ ଦର୍ଶନ କରିଥିଲେ। ସେତେବେଳେ ତାଙ୍କ ପାଟିରୁ ଶ୍ଳୋକ ବାହାରି ଆସିଥିଲା। ସେହି ଦିନଠାରୁ ବଡ଼ ଆଖଡା ମଠର ସାଧୁମାନେ ସନ୍ଧ୍ୟା ଦର୍ଶନ ଦିନ ମଠର ନିଶାଣ ନେଇ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରି ସେହି ଶ୍ଳୋକଟି ବୋଲନ୍ତି।
ଯେଉଁଠି ଛତା ପୋତି ଅବସ୍ଥାନ କରିଥିଲେ ସେହି ମଠଟି ବଡ଼ ଆଖଡା ମଠ ରୂପେ ଏବେ ପରିଚିତ। ଶ୍ରୀମନ୍ଦିର ଉପରେ ଆକ୍ରମଣ କାଳରେ ରାମାନନ୍ଦ ସମ୍ପ୍ରଦାୟର ନାଗା ସାଧୁମାନେ ନିଜ ଜୀବନକୁ ବାଜି ଲଗାଇ ଆକ୍ରମଣକାରୀଙ୍କ ସହିତ ଯୁଦ୍ଧ କରି ନିଜର ପ୍ରାଣପାତ କରିବାର ଇତିହାସ ରହିଛି। ଶ୍ରୀମନ୍ଦିର ସୁରକ୍ଷା ପାଇଁ ଯେଉଁ ତ୍ୟାଗ ରହିଥିଲା ତାକୁ ସମ୍ମାନ ଜଣାଇ ଗଜପତି ସେମାନଙ୍କ ଚିତାକୁ ଶ୍ରୀମନ୍ଦିରର ଅଁଳା ବେଢାରେ ସ୍ଥାନିତ କରିଛନ୍ତି। ବଡ଼ ଆଖଡ଼ା ମଠକୁ ନିଜର ଗୁରୁ ଗାଦି ବୋଲି ଗ୍ରହଣ କରିଥିଲେ। ଆଖଡ଼ାର ମହନ୍ତମାନଙ୍କୁ ଗୁରୁ ରୂପେ ବରଣ କରି ତାଙ୍କଠାରୁ ମନ୍ତ୍ର ଦୀକ୍ଷା ନେଉଥିଲେ। ରାମାନନ୍ଦାଚାର୍ଯ୍ୟଙ୍କ ପାଦୁକା ଶ୍ରୀକ୍ଷେତ୍ରରେ ଥିବା ତାଙ୍କ ସମ୍ପ୍ରଦାୟର ୨୬ଟି ମଠ ମଧ୍ୟରେ କେବଳ ବଡ଼ ଆଖଡା ମଠରେ ବିଦ୍ୟାମାନ ଥିଲା। କାଳକ୍ରମେ ତାହା ନଷ୍ଟ ହୋଇଯିବାରୁ ବର୍ତ୍ତମାନ ନୂତନ ପାଦୁକା ପୂଜା ପାଉଛି। ଶ୍ରୀରାମାନନ୍ଦାଚାର୍ଯ୍ୟ ପୂର୍ଣ୍ଣ ଅବୟବ ମୂର୍ତ୍ତି ମଧ୍ୟ ସ୍ବତନ୍ତ୍ର ମନ୍ଦିରରେ ଉପାସନା ହେଉଛି। ଶ୍ରୀରାମାନନ୍ଦାଚାର୍ଯ୍ୟ ମୂଳରୁ ଏହି ମଠରେ ସ୍ଥାପନ କରିଥିବା ୩୨ଟି ଶାଳଗ୍ରାମ ଶିଳା ଆଜି ବି ପୂଜା ପାଉଛନ୍ତି। ଏହି ମଠ ମନ୍ଦିରରେ ତିନି ବିଗ୍ରହ (ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରା)ଙ୍କୁ ମଠର ଥାନପତି ଭାବରେ ପୂଜା କରାଯାଉଛି। ବଡ଼ ଆଖଡା ମଠର ଉପାସ୍ୟ ହେଉଛନ୍ତି ଶ୍ରୀହନୁମାନ। ସେଥିପାଇଁ ଶ୍ରୀହନୁମାନଙ୍କର ଏକ ସ୍ବତନ୍ତ୍ର ମନ୍ଦିର ମଧ୍ୟ ମଠରେ ରହିଛି। ଶ୍ରୀରାମାନନ୍ଦାଚାର୍ଯ୍ୟ ଏହି ମଠରୁ ହିଁ ରାମତାରକ ଅନୁଶାସନ ଘୋଷଣା କରିଥିଲେ। ସେ ଏହି ପୀଠରୁ ଏକ ସାଂସ୍କୃତିକ ସମୀକରଣର ବାର୍ତ୍ତା ସମଗ୍ର ମାନବ ସମାଜକୁ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭିଣୋଇ ମୃତ, ଶଳା ଗୁରୁତର

ବାସୁଦେବପୁର, ୨୮।୬ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ସହର ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ଅପରାହ୍ନରେ ଦୁଇଟି ବାଇକ୍‌ ମଧ୍ୟରେ ଧକ୍କା ହେବାରୁ ଭିଣୋଇଙ୍କ...

ସଂକ୍ରମଣ ବଢ଼ିବା ପରେ ପ୍ରଶାସନ ସଜାଗ

ଢେଙ୍କାନାଳ ଅଫିସ, ୪।୧୨-ଢେଙ୍କାନାଳ ସହର ସାଇକୃପା ଆବାସିକ ମହାବିଦ୍ୟାଳୟରେ କରୋନା ବିସ୍ଫୋରଣ ପ୍ରଶାସନର ଚିନ୍ତା ବଢ଼ାଇଛି। ସଂକ୍ରମିତ ଛାତ୍ରୀଛାତ୍ରମାନେ ଘରକୁ ପଳାଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ...

ଚକଡ଼ା ପୋକ ଦମନ ପାଇଁ ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର, ୬।୯(ବ୍ୟୁରୋ): ଖରିଫ ଧାନରେ ସାଧାରଣତଃ ସେପ୍ଟେମ୍ବର ଓ ଅକ୍ଟୋବରରେ ଚକଡ଼ା ପୋକ ବା ମାଟିମୁଣ୍ଡିଆ ପୋକ ଦେଖାଯାଏ। ତାପମାତ୍ରା ୨୮-୩୦ ଡିଗ୍ରୀ ସେଲସିୟସ ଓ...

କେନ୍ଦୁଝରରେ ଉଡ଼ିଲା ତ୍ରିରଙ୍ଗା

କେନ୍ଦୁଝର,୨୬ା୧(ସ୍ବ.ପ୍ର.): କେନ୍ଦୁଝରରେ ଜିଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ କେନ୍ଦୁଝର ଷ୍ଟାଡିୟମରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜସ୍ବମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗଦେଇ ପତାକା...

ରେକର୍ଡ ଡ୍ୟାନ୍ସରେ ଯୁବକଙ୍କୁ ହାଣିଲେ

କୋକସରା,୧୮।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ଥାନା ମାଝିଗୁଡା ଗ୍ରାମରେ ଚାଳିଥିବା ରେକର୍ଡ ଡ୍ୟାନ୍ସ ଦେଖିବାକୁ ଯାଇଥିବା କୋକସରା ଗ୍ରାମର ମୁରଲୀ ଖମାରି(୨୨)ଙ୍କୁ ସୋମବାର କିଛି ଯୁବକ...

ଗୋଖାଦ୍ୟ ଚାଉଳ ହିତାଧିକାରୀଙ୍କୁ ବଣ୍ଟନ

ଚଣ୍ଡିଖୋଲ,୪/୧୦(ଡି.ଏନ୍‌.ଏ.): ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ପ୍ରତି ମାସରେ ହିତାଧିକାରୀଙ୍କୁ ୫କେଜି ଚାଉଳ ଅଥବା ଗହମ ଦିଆଯାଉଛି। ଗହମ ଗଚ୍ଛିତ ନ...

ଶହୀଦ ସ୍ମୃତିପୀଠରେ କାରଗିଲ ବିଜୟ ଦିବସ

ବୁଗୁଡ଼ା,୨୬।୭(ଡି.ଏନ୍‌.ଏ.): ବୁଗୁଡା କାରଗିଲ ଶହୀଦ ସ୍ମୃତିପୀଠରେ ସେନା କର୍ମଚାରୀ ସଂଘ ପକ୍ଷରୁ ୨୩ ତମ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ଏ ଅବସରରେ...

ପୁରୀ ସମୁଦ୍ରରେ ଡଲ୍‌ଫିନ୍‌

ପୁରୀ ଅଫିସ,୨୭ା୨: ପୁରୀ ସମୁଦ୍ରରେ ବୁଧବାର ସକାଳେ ୩ଟି ଡଲ୍‌ଫିନ ଦେଖାଯାଇଛନ୍ତି। ଉପକୂଳଠାରୁ ମାତ୍ର ୧୦୦ ମିଟର ମଧ୍ୟରେ ଏହି ଡଲଫିନ ଯାଉଥିବାରୁ ପର୍ଯ୍ୟଟକମାନେ ଦେଖି...

Advertisement
Archives

Model This Week