ଗଛ ବଞ୍ଚାଇଦେଲା ଜୀବନ:ନାଳରେ ଭାସି ଯାଇଥିବା ବୃଦ୍ଧା ଉଦ୍ଧାର

ରାସୋଳ, ୨୯ା୧୦(ଡି.ଏନ.ଏ)

ଗଛ ବଞ୍ଚାଇଦେଲା ବୃଦ୍ଧାଙ୍କ ଜୀବନ। ଘଟଣା ଘଟିଛି ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ବାହାଲୁଣ୍ଡା ଗ୍ରାମ ନିକଟରେ। ରବିବାର ରାତିରେ ସ୍ଥାନୀୟ ବଡଯୋରା ନାଳରେ ବୃଦ୍ଧା ଜଣକ ଭାସିଯାଇଥିବା ବେଳେ ସୋମବାର ସକାଳେ ତାଙ୍କୁ ଉଦ୍ଧାର କରାଯାଇଛି। ରାତି ତମାମ ବୃଦ୍ଧା ଜଣକ ନାଳ ଭିତରେ ଏକ ଗଛ ଡାଳକୁ ଜାବୁଡ଼ି ଧରି ରହିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ଘଟଣାରୁ ଜଣାପଡିଛି, ବାଲିମୀ ଥାନା ରଞ୍ଜାଗୋଳ ଗ୍ରାମର ଶଙ୍କର ମହାପାତ୍ର ଜଣେ ପୂଜକ। ରବିବାର ଶଙ୍କର ବଡଯୋରା ନାଳ ପାରି ହୋଇ ପୂଜା କରିବାକୁ ଯାଇଥିଲେ। ରାତି ହୋଇଯାଇଥିଲେ ହେଁ ଶଙ୍କର ଘରକୁ ଫେରି ନ ଥିଲେ। ଫଳରେ ସ୍ତ୍ରୀ ପାକେଲି ତାଙ୍କୁ ଖୋଜିବାକୁ ବାହାରିଥିଲେ। ତେବେ ନାଳରେ ଅଧିକ ପାଣି ଥିବାରୁ ସେ ଭାସି ଯାଇଥିଲେ। କିଛି ବାଟ ଭାସିଯିବା ପରେ ଏକ ଗଛଡାଳ ଦେଖି ତାହାକୁ ପାକେଲି ଜାବୁଡ଼ି ଧରିବାରୁ ସେଠାରେ ଅଟକି ଯାଇଥିଲେ। ରାତିତମାମ ସେଠାରେ ସେ ସେମିତି ରହିଥିଲେ। ସକାଳେ ବାହାଲୁଣ୍ଡା ଗ୍ରାମର ସୁଶାନ୍ତ ପଟ୍ଟନାୟକ ଓ ଅନ୍ୟମାନେ ଶୌଚ ପାଇଁ ଯାଇଥିବା ବେଳେ ବୃଦ୍ଧାଙ୍କ ପାଟିଶୁଣି ତାଙ୍କୁ ନାଳରୁ ଉଦ୍ଧାର କରିଥିଲେ। ପରେ ଗ୍ରାମବାସୀ ତାଙ୍କୁ ଡାକ୍ତରଖାନା ନେବା ସହ ପରିବାରକୁ ହସ୍ତାନ୍ତର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ଜୀବନଗାଥା ଶୁଣାଇଲେ ଦିଲ୍ଲୀ ଶିଳ୍ପୀ

ପୁରୁଣା ଭୁବନେଶ୍ୱର,୨୪।୯(ଡି.ଏନ୍‌.ଏ): କଳାକୁ ଜୀବନ ଓ ଜୀବିକା କରି ଆଗକୁ ବଢିବା ପାଇଁ କେତେଜଣ ଶିଳ୍ପୀ ହିଁ ବ୍ରତ ବୋଲି ଭାବିଥାନ୍ତି। ସେହିପରି ଦିଲ୍ଲୀର ଶିଳ୍ପୀ...

୪୦ ଡିଗ୍ରୀ ଟପିବ ପାରଦ

ଭୁବନେଶ୍ୱର,୧୫ା୩(ବ୍ୟୁରୋ):ରାଜ୍ୟରେ ଗତ ଦୁଇଦିନ ହେବ ପାରଦ ଉପରମୁହାଁ ହୋଇଛି। ଆଗକୁ ଏହା ଆହୁରି ବଢ଼ିବ। ଉପକୂଳରୁ ଉପାନ୍ତ ସବୁଠି ୪୦ ଡିଗ୍ରୀ ସେଲ୍‌ସିୟସକୁ ଟପିଯିବ। ଏପରିକି...

ପ୍ରଦୂଷଣ ବଢ଼ାଉଛି ଇଟାଭାଟି ଧୂଆଁ

କେନ୍ଦ୍ରାପଡ଼ା ଅଫିସ, ୧୦ା୩: ମାର୍ଚ୍ଚ ମାସ ଆରମ୍ଭରୁ ତାତି ଅସହ୍ୟ ହେଲାଣି। ଏବେ ଦିନ ବେଳା ସର୍ବୋଚ୍ଚ ୩୮ ଡିଗ୍ରୀ ସେଲ୍‌ସିୟସକୁ ତାତି ଛୁଇଁଥିବା ବେଳେ...

ବିରୋଧୀ ଦଳ ନେତା ଘୋଷଣାକୁ ନେଇ ବିଧାନସଭାରେ କଂଗ୍ରେସର ହଟ୍ଟଗୋଳ: ବୁଧବାର ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଭାଜପା ଓ ବିଜେଡି ମଧ୍ୟରେ ଥିବା ଖୋଲା ବୁଝାମଣା ଏବଂ ବିରୋଧୀ ଦଳ ନେତା ପ୍ରସଙ୍ଗକୁ ନେଇ ବିଧାନସଭାରେ ହଟ୍ଟଗୋଳ ହୋଇଛି। ବିରୋଧୀ ଦଳ...

ମନ ମୋହିଲା ନାଟକ ରଙ୍ଗ ବଦଳେ

ପୁରୀ ଅଫିସ,୨୭ା୨: ପରିବର୍ତ୍ତିତ ସମାଜରେ ସମୟାନୁସାରେ ସବୁ କିଛି ବଦଳିଥାଏ। କିଏ ନିଜର ସ୍ବାର୍ଥ ଲାଗି ତ ଆଉ କିଏ ପରିବାର ଏବଂ କିଏ ସାମୂହିକ...

ମଉଳିଲା ରଜମଉଜ

କାମାକ୍ଷାନଗର, ୧୬।୬(ଡି.ଏନ.ଏ.) – କରୋନା ଆସିବା ଦିନରୁ ଓଡ଼ିଆ ଘରର ସବୁ ପର୍ବପର୍ବାଣି ମଉଳିଯାଇଛି। ଜନସମାଗମ ଉପରେ କଟକଣା ଜାରି କରାଯାଇଥିବାରୁ ଏକାଠି ହୋଇ ଉତ୍ସବ...

ଗ୍ରାହକଙ୍କ ପାଖରେ ପହଞ୍ଚିବ ମଦ

ଭୁବନେଶ୍ୱର,୧୩।୫: ଏଣିକି ଲକ୍‌ଡାଉନରେ ହୋମ ଡେଲିଭରି ହେବ ମଦ । ଉଭୟ ଠିପି ଖୋଲା ଏବଂ ଠିପି ବନ୍ଦ ଦୋକାନୀ ମଦ ଡେଲିଭରି କରିପାରିବେ। ଏପରିକି...

ବିନା ହେଲମେଟ୍‌ରେ ପୋଲିସ:ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କଟକ ଅଫିସ,୪ା୩ – ପୋଲିସ ପକ୍ଷରୁ ଟ୍ରାଫିକ ନିୟମ କଡାକଡି କରାଯାଇଛି। ନିୟମ ଭାଙ୍ଗୁଥିବା ଗାଡି ଚାଳକଙ୍କୁ ନିସ୍ତାର ନାହିଁ। ନିୟମ ଉଲ୍ଲଂଘନକାରୀଙ୍କୁ ପୋଲିସ ଗୋଡାଇ...

Advertisement
Archives

Model This Week