ଗଛମୂଳ ପଶ୍ଚିମବଙ୍ଗ ଶ୍ରମିକଙ୍କ ଆଶ୍ରୟସ୍ଥଳୀ

ବାରିପଦା ଅଫିସ, ୧୫ା୫- ଯେଉଁ ଶ୍ରମିକମାନେ ଦିନେ ଠିକାଦାରଙ୍କ ଈସାରାରେ ଗଛ କାଟି ରାସ୍ତା ଓ ଘର ନିର୍ମାଣ କରୁଥିଲେ, ସେହି ଗଛ ଆଜି ସେମାନଙ୍କ ପାଇଁ ଆଶ୍ରୟସ୍ଥଳୀ ପାଲଟିଛି। ମୟୂରଭଞ୍ଜ ଜିଲା ହାତୀବାରିଠାରେ ଥିବା ଓଡ଼ିଶା-କୋଲକାତା ସୀମାନ୍ତ ଗେଟ୍‌ ପାଖ ଖୋଲା ପଡ଼ିଆରେ ଥିବା କେତେକ ଗଛ ତଳେ ହଜାର ହଜାର ଶ୍ରମିକ ବିଶ୍ରାମ ନେବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ଲକ୍‌ଡାଉନ୍‌ ଯୋଗୁ ବିଭିନ୍ନ ଶିଳ୍ପ ବନ୍ଦ ହୋଇଥିବା ବେଳେ ସେଠାରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଘରକୁ ଫେରିବାକୁ ଲାଗିଲେଣି। କୋଲକାତାର ବହୁ ଲୋକ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର ଓ ଭଦ୍ରକ ଆଦି ଜିଲାରେ କାମ କରନ୍ତି। କାର୍ଯ୍ୟ ବନ୍ଦ ଯୋଗୁ ସେମାନେ ଚାଲି ଚାଲି ହାତୀବାରିସ୍ଥିତ ଚେକ୍‌ଗେଟ୍‌ଠାରେ ପହଞ୍ଚୁଛନ୍ତି। ଦିନେ ଦୁଇ ଦିନ ଅପେକ୍ଷା ପରେ ପଶ୍ଚିମବଙ୍ଗ ସରକାର ସେମାନଙ୍କ ପାଇଁ ଗାଡ଼ି ପଠାଇ ନିଜ ରାଜ୍ୟକୁ ନେଉଛନ୍ତି। ଏହି ଦୁଇଦିନ ସେମାନେ ଗଛ ମୂଳକୁ ଆଶ୍ରୟସ୍ଥଳୀ ବାଛି ନେଉଛନ୍ତି। ସ୍ଥାନୀୟ ଭୁରୁଷାଣି ପଞ୍ଚାୟତ ପକ୍ଷରୁ ସେମାନଙ୍କ ପାଇଁ ରନ୍ଧାଖାଦ୍ୟ ଓ ପାଣିର ବନ୍ଦୋବସ୍ଥ କରାଯାଉଛି। ମାତ୍ର ଆଶ୍ରୟସ୍ଥଳୀର ବ୍ୟବସ୍ଥା ନ ଥିବାରୁ ବର୍ତ୍ତମାନ ମୁଣ୍ଡଫଟା ଖରାରେ ଗଛ ତଳେ ଗାମୁଛା ପାରି ଉକ୍ତ ଶ୍ରମିକମାନେ ବିଶ୍ରାମ ନେଉଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଶ୍ୟାମାକାଳୀ ମନ୍ଦିରରେ ହନୁମାନ ଜୟନ୍ତୀ: ଜୟ ଶ୍ରୀରାମ ଧ୍ୱନିରେ ଗୁଞ୍ଜରିତ ହେଲା ପରିବେଶ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ମା’ ଶ୍ୟାମାକାଳୀ ମନ୍ଦିର ପ୍ରାଙ୍ଗଣରେ ହନୁମାନ ଜୟନ୍ତୀ ଅବସରରେ ଏକ ଭବ୍ୟ ଓ ଆଧ୍ୟାତ୍ମିକ ମହାସମାରୋହର ଆୟୋଜନ କରାଯାଇଥିଲା। ଜୟ ଶ୍ରୀରାମ ଧ୍ୱନିରେ ପରିପୂର୍ଣ୍ଣ…

୨୨ ହାତ ଖାଇ ଦଣ୍ଡରୁ ଝୁଲିଲେ ପାଟୁଆ: କଣ୍ଟା ଫୁଟାଇଥିଲେ ମଧ୍ୟ ବାହାରୁ ନଥିଲା ରକ୍ତ

ସାକ୍ଷୀଗୋପାଳ,୧୪।୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ନିକଟବର୍ତ୍ତୀ ଭୀମପୁର ଓ ଦାଶବିଦ୍ୟାଧରପୁର ଗ୍ରମାରେ ପ୍ରସିଦ୍ଧ ଖାଇଫୋଡ ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମାନସିକ ପୂରଣ…

ନିଆଁରେ ଚାଲିଲେ ମାନସିକଧାରୀ, ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼

ରିଷିଡା୧୪।୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟ ଚଣ୍ଡୀ ଶୈବ ଶକ୍ତି ପୀଠରେ ଝାମୁଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ମା’ ତାରିଣୀ…

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କେନ୍ଦୁ ଗଣ୍ଡି କାଠ, ଖବରପାଇ ଅଚାନକ ଚଢାଉ କଲା ବନବିଭାଗ, ମିଳିଲା ଏତେ ମୂଲ୍ୟର…

ବଲାଙ୍ଗୀର,୧୪।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ଖଣ୍ଡ ବିଭାଗ ପକ୍ଷରୁ ସିନଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କେନ୍ଦୁ ଗଣ୍ଡି କାଠ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

ଗାଁ ଗାଁରେ ସଚେତନ ପାଇଁ ଅଣ୍ଟା ଭିଡ଼ିଲେ ଅଗ୍ନିଶମ କର୍ମଚାରୀ, କହିଲେ-ନିଆଁ ଲିଭାଇବା ପାଇଁ ବ୍ୟବହାର କରିବେ ଏହି ଟ୍ରିକ୍‌

ଦାରିଙ୍ଗବାଡି, ୧୪ ।୪ (ଅରୁଣ ସାହୁ ): ଜାତୀୟ ଅଗ୍ନିଶମ ସେବା ସପ୍ତାହ ଅବସରରେ ଦାରିଙ୍ଗବାଡି ଅଗ୍ନିଶମ ବିଭାଗ ପକ୍ଷରୁ ମଙ୍ଗଳବାର ଗାଁ ଗାଁରେ ସଚେତନ ପାଇଁ…

ନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ: କଲେ ବଡ଼ ଘୋଷଣା

କେନ୍ଦୁଝର,୧୪।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କେବଳ ଜଣେ ପୁରାତନ ଛାତ୍ର ଭାବରେ…

ଆମ୍ବ ଗଛରୁ ପଡ଼ି ଯୁବକ ଗୁରୁତର : ରାସ୍ତା ଦେଇ ଆସୁଥିବା ଆଇଟିଡିଏ ଅଧିକାରୀ…

କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଏକ ଆମ୍ବ ଗଛରୁ ପଡ଼ି ସୋମବାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri