ଖୋଲୁନି ମଣ୍ଡି: ଗାଁରେ ଦଲାଲଙ୍କ ରାଜ୍‌

ବିଷମକଟକ, ୩୧।୧(ଡ଼ି.ଏନ.ଏ) – ସରକାର କୃଷକମାନଙ୍କ ଆର୍ଥତ୍କ ଅଭିବୃଦ୍ଧିର ବିକାଶ ଦିଗରେ ଗୁରୁୁତ୍ୱାରୋପ କରି ବିଭିନ୍ନ କିସମର ଚାଷ କରିବା ନିମନ୍ତେ ଚାଷୀକୁ ପ୍ରୋତ୍ସାହନ ଦେଉଛନ୍ତି। ଏଥିସହ ସେମାନଙ୍କ ଉତ୍ପାଦିତ କୃଷି ଜାତ ଦ୍ରବ୍ୟକୁ ବିକ୍ରି କରିବା ନିମନ୍ତେ ବଜାର ସୃଷ୍ଟି କରି ଚାଷୀକୁ ଉଚିତ୍‌ ମୂଲ୍ୟ ଦେବା ନିମନ୍ତେ ମୂଲ୍ୟ ନିର୍ଦ୍ଧାରଣ କରୁଛନ୍ତି । ଏମିତି କି ଚାଷୀଙ୍କ ସୁବିଧା ନିମନ୍ତେ ବିଭିନ୍ନ ସ୍ଥାନରେ ନିୟନ୍ତ୍ରିତ ବଜାର ମଣ୍ଡି ଖୋଲି କ୍ରୟକାରୀ ସଂସ୍ଥା ମାଧ୍ୟମରେ କିଣିବାର ବ୍ୟବସ୍ଥା କରିଛନ୍ତି। ହେଲେ ବିଭାଗୀୟ ଅଧିକାରୀମାନଙ୍କ ଆନ୍ତରିକତା ଅଭାବ ଯୋଗୁ କପାଚାଷୀ ସରକାରଙ୍କ ଯୋଜନାର ସୁଫଳ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ମାଲାମାଲ ହେଉଛନ୍ତି ବିଭାଗୀୟ ଅଧିକାରୀ ଏବଂ ଦଲାଲମାନେ । ତେଣୁ ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେବା ଆଶଙ୍କା ରହିଛି । ବିଷମକଟକ ବ୍ଲକରେ ପ୍ରତ୍ୟେକ ବର୍ଷ ହଜାର ହଜାର କୁଇଣ୍ଟାଲ କପା ଉତ୍ପାଦନ ହେଉଛି । ଏଠାରେ ଏହାକୁ ବିକ୍ରି ନିମନ୍ତେ ବଜାର ସୁବିଧା ନାହିଁ । ଏଥିସହ ସରକାରଙ୍କ ତରଫରୁ ଉକ୍ତ କପାକୁ କିଣିବା ନିମନ୍ତେ କୌଣସି ସ୍ଥାନରେ ମଣ୍ଡିର ବ୍ୟବସ୍ଥା ମଧ୍ୟ କରାଯାଇନାହିଁ । ଗତ ବର୍ଷ ଚାଷୀ ତାର ସମସ୍ତ କପା ଦଲାଲକୁ ବିକ୍ରି କରି ଅଭାବି ବିକ୍ରିର ଶିକାର ହୋଇଥିଲେ । ୪ ମାସ ପରେ ନିୟନ୍ତ୍ରିତ ବଜାର କମିଟି, ଗୁଣପୁର ତରଫରୁ ଚାଟିକୋଣାଠାରେ ଏକ କପାମଣ୍ଡି ଖୋଲାଯାଇଥିବା ନେଇ ବିଷମକଟକ ଅଞ୍ଚଳରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଥିଲା, ଯାହା କପା ଚାଷୀଙ୍କୁ ପ୍ରଶାସନ ଉପହାସ କରୁଥିବା ଭଳି ମନେ ହେଉଥିଲା । ବର୍ତ୍ତମାନ କପା ବିକ୍ରୟର ସମୟ ଆସିଛି। ପ୍ରତ୍ୟେକ ଗାଁରେ ଦଲାଲମାନେ ଜଗି ରହି କମ୍‌ ଦରରେ କପା କିଣିବା ସହ ଓଜନରେ ଠକେଇ କରୁଥିବା ଜଣାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବିଷମକଟକ ବ୍ଲକରେ କପା କ୍ରୟ କରିବା ନିମନ୍ତେ କୌଣସି ସ୍ଥାନରେ ମଣ୍ଡି ଖୋଲାଯାଇନାହିଁ । ଏ ନେଇ ଗୁଣପୁର ଭାରତୀୟ କପା ନିଗମ ଅଧିକାରୀ କୁସୁମା ସୁଧାକରଙ୍କୁ ପଚାରିବାରୁ, ନିୟନ୍ତ୍ରିତ ବଜାର କମିଟି ତରଫରୁ କୌଣସି ସ୍ଥାନରେ ମଣ୍ଡି ଖୋଲାଯାଇନାହିଁ । ଆମ୍ଭକୁ ମଣ୍ଡିକୁ ଯାଇ କପା କ୍ରୟ କରିବା ନିମନ୍ତେ କୌଣସି ଲିଖିତ ସୂଚନା ପ୍ରଦାନ କରାଯାଇନାହିଁ। ତେଣୁ ଆମ୍ଭେ ବିଷମକଟକ ବ୍ଲକରେ କପା କ୍ରୟ କରୁନାହୁଁ ବୋଲି ପ୍ରକାଶ କରିଛନ୍ତି । କିନ୍ତୁ ଚାଟିକୋଣାଠାରେ କପା ମଣ୍ଡି ଖୋଲାଯାଇଛି । ଭାରତୀୟ କପା ନିଗମ ବିଭାଗର କର୍ମଚାରୀ ଅଭାବରୁ ସେମାନେ ଉକ୍ତ ମଣ୍ଡିକୁ ଯାଉନାହାନ୍ତି କି କପା କ୍ରୟ କରୁନାହାନ୍ତି ବୋଲି ଗୁଣପୁର ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଦଳପତି କାର୍ଜୀ କହିଛନ୍ତିି । ହେଲେ କ୍ରୟକାରୀ ସଂସ୍ଥା ଏବଂ ନିୟନ୍ତ୍ରିତ ବଜାର କମିଟି ଅଧିକାରୀଙ୍କ କଥାରେ କୌଣସି ତାଳମେଳ ରହୁ ନ ଥିବା ବେଳେ ଚାଷୀ ଅଭାବୀ ବିକ୍ରିର ଶିକାର ହେବା ନିଶ୍ଚିତ ହୋଇଯାଇଛି । ଗାଁ ଗାଁରେ ଦଲାଲ ରାଜ ଚାଲିଥିବା ବେଳେ ବିଭାଗୀୟ ଅଧିକାରୀମାନଙ୍କ ତରଫରୁ କୌଣସି ରୋକ ଲଗାଯାଉ ବୋଲି ଭାରତୀୟ କପା ନିଗମ ଅଧିକାରୀ ସୂଚନା ଦେଇଛନ୍ତି । ବିଷମକଟକ ବ୍ଲକସ୍ଥିତ ଚାଟିକୋଣାଠାରେ ଖୋଲାଯାଇଥିବା କପାମଣ୍ଡିକୁ କାର୍ଯ୍ୟକ୍ଷମ କରିବା ଦିଗରେ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri