ଖୋଲିଲା ବିଡିଏ ସିଟି ସେଣ୍ଟର: ଅନନ୍ୟ ଥିମ୍‌ ପାର୍କ କରିବ ବିଡିଏ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ଭୁବନେଶ୍ୱରର ଏକମାତ୍ର ଥିମ୍‌ ପାର୍କ ବିଡିଏ ସିଟି ସେଣ୍ଟର (ନିକୋ ପାର୍କ)କୁ ନେଇ ବହୁତ୍‌ କିଛି ଯୋଜନା ରହିଛି। ପାଖାପାଖି ୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ପାର୍କକୁ ରାଜ୍ୟର ଏକ ଅନନ୍ୟ ଥିମ୍‌ ପାର୍କ କରିବାକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଯୋଜନା ରଖିଛି। ଏହାର ପୁନରୁଦ୍ଧାର ପ୍ରକ୍ରିୟା ପିପିପି ମୋଡରେ କରିବାକୁ ରାଜ୍ୟ ସରକାରଙ୍କୁ ବିଡିଏ ପ୍ରସ୍ତାବ ଦେଇଛି। ଖୁବ୍‌ଶୀଘ୍ର ଏହାର ପୁନରୁଦ୍ଧାର ଆରମ୍ଭ ହେବ ବୋଲି ବିଡିଏ ସଚିବ ରବୀନ୍ଦ୍ର ନାଥ ମିଶ୍ର କହିଛନ୍ତି।
ବିଡିଏ ସିଟି ସେଣ୍ଟରକୁ ଗୁରୁବାର ପୁଣି ଉଦ୍‌ଘାଟନ କରିବା ଅବସରରେ ସଚିବ ମିଶ୍ର କହିଥିଲେ, ଏହି ପାର୍କ ପାଇଁ ବିଡିଏ ବହୁତ୍‌ କିଛି ଯୋଜନା ରଖିଛି। କିପରି ଲୋକମାନେ ପାର୍କକୁ ଅଧିକରୁ ଅଧିକ ଆସିବେ ସେଥିପ୍ରତି ବିଡିଏ ଧ୍ୟାନ ଦେବ। ‘ଫନୀ’ରେ ପାର୍କର ବ୍ୟାପକ କ୍ଷତି ହୋଇଥିଲା। ଦୀର୍ଘ ୬ ମାସ ବନ୍ଦ ରହିବା ପରେ ପାର୍କର ଏବେ ଅଳ୍ପ କିଛି ଅଂଶ ପୁନରୁଦ୍ଧାର କରାଯାଇ ଖୋଲିଛି। ଆଗକୁ ଏଥିରେ ନୂଆ ନୂଆ ‘ଥିମ୍‌’ ଆରମ୍ଭ କରିବାକୁ ବିଡିଏ ଯୋଜନା ରଖିଛି। ବିଡିଏ ଉଦ୍ୟାନବିତ୍‌ ଅଶୋକାନନ୍ଦ ଧର କହିଛନ୍ତି, ପାର୍କର ଉନ୍ନତୀକରଣ ପାଇଁ ବିଡିଏ ଯୋଜନା କରିସାରିଛି। ଯେଉଁଥିରେ କି ଖାଲି ଛୋଟ ପିଲା ନୁହେଁ ଯୁବବର୍ଗ ଓ ବୃଦ୍ଧମାନଙ୍କୁ ବି ପାର୍କରେ ସମୟ କାଟିବାକୁ ଭଲ ଲାଗିବ। ଉଲ୍ଲେଖଯୋଗ୍ୟ, ରାଜ୍ୟର ଏହା ଏକମାତ୍ର ଥିମ୍‌ ପାର୍କ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୁନରୁଦ୍ଧାରରେ ଦେଢ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପୁନରୁଦ୍ଧାର ପରେ ୧୧ଟି ଖେଳକୁ ଠିକ୍‌ କରାଯାଇଛି। ବାକି ଗୋଟିଏର ପୁନରୁଦ୍ଧାର କରିବାକୁ ଆଉ କିଛି ସମୟ ଲାଗିବ ବୋଲି ବିଡିଏ ପକ୍ଷରୁ ଜଣାପଡ଼ିଛି। ଗୁରୁବାର ଏହାର ପୁନଃ ଉଦ୍‌ଘାଟନ ସକାଶେ ପାର୍କରେ ପ୍ରବେଶ ଶୁଳ୍କକୁ ଲୋକମାନଙ୍କ ପାଇଁ ମୁକ୍ତ କରାଯାଇଥିଲା। ଶୁକ୍ରବାରଠାରୁ ପାର୍କର ଖେଳର ମଜାନେବାକୁ ଲୋକଙ୍କୁ ଶହେ ଟଙ୍କା ଦେଇ ଟିକେଟ କାଟିବାକୁ ପଡ଼ିବ। ଯେଉଁଥିରେ କି ସେମାନେ ୫ଟି ଖେଳର ମଜା ନେଇପାରିବେ। ଏହା ବ୍ୟତୀତ ସେମାନେ ଯେଉଁ ଖେଳ ଖେଳିବାକୁ ଚାହିଁବେ ସେଥିପାଇଁ ତାଙ୍କୁ ଅଧିକ ଦେୟ ଦେବାକୁ ପଡିବ। ବିଡିଏ ନିଜେ ଏହି ପାର୍କ ଚଲାଇବାକୁ ଥିବାରୁ ଲୋକଙ୍କୁ ଟିକେଟ୍‌ ଦାମ୍‌ କମ୍‌ ପଡୁଛି। ପୂର୍ବରୁ ପାର୍କକୁ ପ୍ରବେଶ ଟିକେଟ୍‌ ଦାମ୍‌ ୧୫୦ ଟଙ୍କା ରଖା ଯାଇଥିବା ବେଳେ ଏକ ଘରୋଇ ସଂସ୍ଥା ଏହାର ରକ୍ଷଣାବେକ୍ଷଣ କରୁଥିଲା। ଫନୀରେ ପାର୍କ କ୍ଷତିଗ୍ରସ୍ତ ହେବା ପରେ ସମ୍ପୃକ୍ତ ସଂସ୍ଥା ଏହାର ରକ୍ଷଣାବେକ୍ଷଣ କରିବାକୁ ଅକ୍ଷମ ଥିବା ଦର୍ଶାଇ ଦାୟିତ୍ୱ ବିଡିଏକୁ ହସ୍ତାନ୍ତର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଫେରିଲେ ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ, କହିଲେ ମହାପ୍ରଭୁଙ୍କ ଜଗନ୍ନାଥଙ୍କ ପାଇଁ…

ଭୁବନେଶ୍ୱର,୨୭ା୭: ଓଡ଼ିଶା ଫେରିଛନ୍ତି ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ ନାୟକ। ଇଣ୍ଡିଆନ ଆଇଡଲ ଟ୍ରଫି ସହ ଜ୍ୟୋତିର୍ମୟୀ ସୋମବାର ସକାଳେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି।…

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ: କହିଲେ-ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି…

ଭୁବନେଶ୍ୱର, ୨୭।୭: ପ୍ରଥମରୁ ଅଷ୍ଟମ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ…

ଅଭିଜିତ ଦୀପକେ କରିବେ ବିବାହ! ଆସିଲା ପ୍ରସ୍ତାବ, ମାଆ କହିଲେ-‘ମୋତେ ଏମିତି ବୋହୂ ଦରକାର’

ନୂଆଦିଲ୍ଲୀ, ୨୭॥୭: କକ୍ରୋଚ ଜନତା ପାର୍ଟି (CJP)ର ନେତୃତ୍ୱରେ ଜନ୍ତରମନ୍ତରରେ ହୋଇଥିବା ବିରୋଧ ପ୍ରଦର୍ଶନ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହିତ ସମାପ୍ତ ହୋଇଯାଇଛି। ସିଜେପି (CJP)ର ଏହି…

ସବୁଜ ବିକାଶର ଭିତ୍ତିଭୂମି

ଧୁନିକ ଯୁଗରେ ଶକ୍ତି ହେଉଛି ବିକାଶର ମୂଳ ଆଧାର। ବିଦ୍ୟୁତ୍‌ ବିନା ଆଜିର ଜୀବନଯାତ୍ରାକୁ କଳ୍ପନା କରିବା ଅସମ୍ଭବ। କିନ୍ତୁ ଜନସଂଖ୍ୟା ବୃଦ୍ଧି, ଶିଳ୍ପାୟନ ଓ ସହରୀକରଣ…

ଗାଦିଚ୍ୟୁତ ହେବେ ଭାଜପା ସରକାର! CJP ପରେ ମୁଣ୍ଡ ଟେକିଲାଣି RHA; ୩୫ ଲକ୍ଷ ଫଲୋୟର୍ସ, E20 ଜନତା ପାର୍ଟି ବି ଦେଲାଣି ଟେନସନ

ନୂଆଦିଲ୍ଲୀ,୨୭।୭: ‘କକ୍ରୋଚ ଜନତା ପାର୍ଟି’ (CJP) ସୋସିଆଲ ମିଡିଆ – ବିଶେଷକରି ଇନଷ୍ଟାଗ୍ରାମ – ମାଧ୍ୟମରେ ଏତେ ବଡ଼ ପ୍ରତିବାଦ କରିଥିଲା ଯେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷାମନ୍ତ୍ରୀ…

ବିଭବେ ସ୍ବଭାବ ନଷ୍ଟ

ମଣିଷର ସ୍ବଭାବ ବା ପ୍ରକୃତି ଜନ୍ମଗତ, ଯାହାକୁ ନେଇ ସେ ଜନ୍ମ ହୋଇଥାଏ ଏବଂ ମୃତୁ୍ୟୁ ପର୍ଯ୍ୟନ୍ତ ଛାଡ଼ି ପାରେନା। ତେଣୁ ହୁଏତ କୁହାଯାଏ ‘ମଣିଷ ପ୍ରକୃତି…

ଯୁଦ୍ଧର ଦେୟ ମହଙ୍ଗା ପଡ଼ିପାରେ

ପ୍ରଥମ ବିଶ୍ୱଯୁଦ୍ଧ (ଜୁଲାଇ ୧୯୧୪- ନଭେମ୍ବର ୧୯୧୮)ର ଅବସାନ ହୋଇଥାଏ, ଏବେ କ୍ଳାନ୍ତି ମେଣ୍ଟାଇବାର ସମୟ। ୩ ମିତ୍ରଶକ୍ତି ପ୍ରାୟ ଛଅ ମିଲିୟନ ମାନବ ସମ୍ବଳ ହରେଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri