Posted inରାଜ୍ୟ

ଖୋଲିବ ସେଲୁନ୍‌, ବିଉଟି ପାର୍ଲର, ଜଳଖିଆ ଦୋକାନ

ଭୁବନେଶ୍ୱର, ୨୦।୫(ବ୍ୟୁରୋ) : ଭୁବନେଶ୍ୱରରେ ଏବେ ସେଲୁନ୍‌, ବିଉଟି ପାର୍ଲର ଓ ଜଳଖିଆ ଦୋକାନ ଖୋଲିବ। ହେଲେ ବିଉଟିପାର୍ଲର ଓ ସେଲୁନ୍‌ରେ ଦୋକାନୀ ସମସ୍ତ ସତର୍କତା ଅବଲମ୍ବନ କରିବେ। ଥଣ୍ଡା, କାଶ, ଜ୍ୱର ଥିବା କର୍ମଚାରୀ ଆସିବେ ନାହିଁ। ସମସ୍ତେ ମାସ୍କ ପିନ୍ଧିବେ, ନିୟମିତ ହାତ ଧୋଇ ସେବା ଦେବେ। ସେହିପରି ରେଷ୍ଟୁରାଣ୍ଟ ଖୋଲା ରହିବ। କିନ୍ତୁ ସେଠାରେ ଖାଇବା ମନା, କେବଳ ପାର୍ସଲ ନେଇ ହେବ, ଜଳଖିଆ ଦୋକାନୀ କେବଳ ପାର୍ସଲ ଦେଇପାରିବେ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ମଙ୍ଗଳବାର ଜାରି କରିଥିବା ନୂତନ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ଲକ୍‌ଡାଉନ -୪ରେ ବିଏମ୍‌ସି ପକ୍ଷରୁ କଟକଣାକୁ କୋହଳ କରାଯିବା ସହ କିଛି କାର୍ଯ୍ୟକୁ ପୁନଃ ଆରମ୍ଭ କରିବାକୁ ଅନୁମତି ମିଳିଛି। ଭୁବନେଶ୍ୱରରେ ଏବେ ୨ଜଣ ସଂକ୍ରମିତ ସକ୍ରିୟ ଥିବାବେଳେ ବିଏମ୍‌ସି ଜନସ୍ବାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି।
ଏପର୍ଯ୍ୟନ୍ତ କରୋନା ପାଇଁ କୌଣସି ପ୍ରତିଷେଧକ ଟିକା ବାହାରି ନ ଥିବାବେଳେ ଭୁବନେଶ୍ୱରରେ ସମୟ ଅନ୍ତରାଳେ ପଜିଟିଭ୍‌ ଚିହ୍ନଟ ହୋଇଆସୁଛନ୍ତି। ତେଣୁ ଏଠାରେ କଟକଣା ସମ୍ପୂର୍ଣ୍ଣ କୋହଳ କରିଦେଲେ ପୁନଃ ସଂକ୍ରମଣ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ କଟକଣା ମଧ୍ୟରେ ବିଶେଷ କ୍ଷେତ୍ରରେ କୋହଳ କରିବା ପାଇଁ ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା କମିଶନର ପ୍ରେମ୍‌ଚନ୍ଦ୍ର ଚୌଧାରୀ କହିଛନ୍ତି। ତେବେ ବିଏମ୍‌ସି ଅଞ୍ଚଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶନାମା ଲାଗୁ ହେବା ସହ ବିଏମ୍‌ସିର ନିଜସ୍ବ କିଛି କଟକଣା ଲାଗୁ କରାଯିବ ବୋଲି ସେ କହିଛନ୍ତି।
ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସମସ୍ତ ଘରୋଇ ଓ ଅନ୍ତଃରାଷ୍ଟ୍ରୀୟ ବିମାନ ଉଡ଼ାଣକୁ ବନ୍ଦ ରଖାଯାଇଛି। ବିମାନରେ କେବଳ ଅତ୍ୟାବଶ୍ୟକ ଓ ଡାକ୍ତରୀ ସାମଗ୍ରୀ ପରିବହନ ଅନୁମତି ଦିଆଯାଇଛି। ସେହିପରି ଅଟୋ, ଟ୍ୟାକ୍ସି, ରିକ୍ସାର ସାଧାରଣ ଚଳାଚଳକୁ ବନ୍ଦ କରାଯାଇଛି। ସମସ୍ତ ଘରୋଇ ଓ ସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନ୍ୟ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାକୁ କୁହାଯାଇଛି। ଅନ୍‌ଲାଇନ୍‌ରେ ପାଠପଢ଼ା ଜାରି ରଖିବା ପାଇଁ ବିଏମ୍‌ସି ପକ୍ଷରୁ ପରାମର୍ଶ ଦିଆଯାଇଛି। ସମସ୍ତ ସାମାଜିକ ଉତ୍ସବ, ବୈଠକ ଓ ସଭାକୁ ଭୁବନେଶ୍ୱର ଅଞ୍ଚଳରେ କରା ନ ଯିବାକୁ କୁହାଯାଇଛି। ସମସ୍ତ ଧାର୍ମିକ କ୍ଷେତ୍ରକୁ ବନ୍ଦ ରଖିବାକୁ କୁହାଯାଇଛି। ଯେଉଁମାନେ କ୍ୱାରାଣ୍ଟାଇନ୍‌ ସୁବିଧା ଯୋଗାଉଛନ୍ତି କିମ୍ବା ସରକାରୀ ସେବା ଯୋଗାଉଛନ୍ତି ସେମାନଙ୍କୁ ଛାଡ଼ି ଅନ୍ୟ ସମସ୍ତ ଲଜ୍‌, ହୋଟେଲ, ଗେଷ୍ଟ ହାଉସ୍‌ ଓ ଅନ୍ୟ ଆତିଥ୍ୟ ପ୍ରଦାନ କେନ୍ଦ୍ରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଅନୁରୂପ ଭାବେ ସମସ୍ତ ସିନେମା ହଲ୍‌, ଜିମ୍‌, ଗେମ୍‌ ପାର୍ଲର, ସ୍ପୋଟ୍ସ କମ୍ପ୍ଲେକ୍ସ, ସୁଇମିଂ ପୁଲ୍‌, ପାର୍କ, ପ୍ରୋକ୍ଷାଳୟ, ବାର, ଶପିଂ ମଲ୍‌କୁ ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅପରପକ୍ଷରେ ଭୁବନେଶ୍ୱରରେ ବର୍ତ୍ତମାନ ସମସ୍ତ ସରକାରୀ କାର୍ଯ୍ୟାଳୟ, ସମସ୍ତ ରିଟେଲର ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ୩୦ ମଧ୍ୟରେ ସମସ୍ତ ବାଣିଜି୍ୟକ କାରବାର କରିବାକୁ କୁହାଯାଇଛି। ଲୋକଙ୍କୁ କେବଳ ହସ୍ପିଟାଲ ନେବା ଆଣିବା ପାଇଁ ଓଲା, ଉବେର ଭଳି ପରିବହନ ବ୍ୟବସ୍ଥାକୁ ଅନୁମତି ମିଳିଛି। ଘରୋଇ କାର୍ଯ୍ୟାଳୟଗୁଡ଼ିକରେ ୩୩% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ବିଏମ୍‌ସି ଅନୁମତି ଦେଇଥିବା ଜଣାପଡ଼ିଛି। ଏଥିସହ ଖୋଲାଯିବା ଦୋକାନ ଓ ସଂସ୍ଥାକୁ ସାମାଜିକ ଦୂରତ୍ୱ ବଜାୟ ରଖି କାମ କରିବା ପାଇଁ ବିଏମ୍‌ସି ପରାମର୍ଶ ଦେଇଛି।
ଏହାବ୍ୟତୀତ ସନ୍ଧ୍ୟା ୭ଟା ପରେ ରାସ୍ତାରେ ବାହାରେ ନ ବୁଲିବାକୁ ବିଏମ୍‌ସି ପକ୍ଷରୁ ପରାମର୍ଶ ଦିଆଯାଇଛି। ଯଦି କେହି ସନ୍ଧ୍ୟା ୭ଟା ପରେ ଜରୁରୀ କାମ ବ୍ୟତୀତ ବାହାରକୁ ବାହାରନ୍ତି ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ସବୁ ନିର୍ଦ୍ଦେଶର ଯିଏ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ନିୟମ ୨୦୦୫ର ୫୧ ଓ ୬୦ ଏବଂ ଆଇପିସିର ୧୮୮ ଦଫାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ରେଡ୍‌ ଜୋନ୍‌’ ବିଦ୍ୟାର୍ଥୀଙ୍କୁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ମନା

କଟକ ଅଫିସ,୧୭।୫: ରେଡ୍‌ ଜୋନରେ ରହୁଥିବା ବିଦ୍ୟାର୍ଥୀଙ୍କୁ କ୍ୟାମ୍ପସ ଭିତରକୁ ପ୍ରବେଶ ମନା। ସ୍ଥିତି ଆୟତାଧିନ ନ ହେଲା ଯାଏଁ ସେମାନେ ବିଶ୍ୱବିଦ୍ୟାଳୟ ଭିତରକୁ ଆସିପାରିବେ...

ମୁରୁଜରେ ସ୍ବଚ୍ଛତା ବାର୍ତ୍ତା ଦେଲେ କିନ୍ନର

ଭୁବନେଶ୍ୱର,୩୦।୪(ବ୍ୟୁରୋ): ସ୍ବଚ୍ଛତା କ୍ଷେତ୍ରରେ ସ୍ମାର୍ଟସିଟି ଭୁବନେଶ୍ୱରକୁ ଶୀର୍ଷରେ ପହଞ୍ଚାଇବାକୁ ବିଏମ୍‌ସି ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ବଚ୍ଛ ସର୍ବେକ୍ଷଣ-୨୦୨୨ ଆଧାରରେ ସହରକୁ ସ୍ବଚ୍ଛ ରଖିବା ପାଇଁ...

ବ୍ୟବସାୟୀଙ୍କ ପୁଅଙ୍କୁ ଅପହରଣ କରି ମାଗିଥିଲେ ୩୦ ଲକ୍ଷ

ଭୁବନେଶ୍ୱର,୨।୨(ବ୍ୟୁରୋ): ଭୁବନେଶ୍ୱର ଲକ୍ଷ୍ମୀଶାଗର ଥାନା ଝାରପଡ଼ା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ପୁଅଙ୍କୁ ଅପହରଣ କରି ୩୦ ଲକ୍ଷ ମୁଣ୍ଡ ଜାମିନ ମାଗିଥିଲେ। ହେଲେ କମିଶନରେଟ ପୋଲିସ...

ଓପିଜିସିର ୨ ୟୁନିଟ୍‌ ବନ୍ଦ: ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ

ଝାରସୁଗୁଡ଼ା ଅଫିସ,୮।୪: ଝାରସୁଗୁଡ଼ା ବୁଢ଼ିପଦର ଗ୍ରୀଡ୍‌ରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହେବା ପରେ ବନହରପାଲି ସ୍ଥିତି ଓ ବିଦ୍ୟୁତ୍‌ ଉତ୍ପାଦନ ନିଗମ(ଓପିଜିସି)ର ୨ଟି ୟୁନିଟ୍‌ ଗୁରୁବାର...

ଟୁଇନ୍‌ ସିଟିରେ ଲଗାଣ ବର୍ଷା: ଆହୁରି ବର୍ଷିବା ନେଇ ସୂଚନା

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): କଟକ ଏବଂ ଭୁବନେଶ୍ୱରରେ ଶନିବାର ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଲାଗି ରହିଛି। ଏହା ମଧ୍ୟାହ୍ନ ୧୨ଟା ୩୦ ଯାଏ ହେବ ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ...

ଗଞ୍ଜାମ ଜିଲାର ସମସ୍ତ ସ୍କୁଲ ଛୁଟି

ବ୍ରହ୍ମପୁର ଅଫିସ,୮।୧: ବିଭିନ୍ନ ଟ୍ରେଡ୍‌ ୟୁନିୟନ ପକ୍ଷରୁ ବୁଧବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ...

୩୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଫରେଷ୍ଟ ଗାର୍ଡ

ସମ୍ବଲପୁର,୩ା୧୧(ବ୍ୟୁରୋ)-ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ୍‌ ଯୁଯୁମୁରା ବନ ବିଭାଗରେ କାର୍ଯ୍ୟରତ ଫରେଷ୍ଟଗାର୍ଡ ମଧୁସ୍ମିିତା ମହାପାତ୍ରଙ୍କୁ ମଙ୍ଗଳବାର ଭିଜିଲାନ୍ସ ବିଭାଗ ଗିରଫ କରିଛି। ଚାରାରୋପଣ ଓ ବନ...

ବାତ୍ୟାରେ ଭାଙ୍ଗିଛି ଶହ ଶହ ନଡ଼ିଆ ଗଛ: ଶ୍ରୀମନ୍ଦିର ଲାଗି ଅଭାବ ପଡ଼ିପାରେ ପଇଡ଼

ପୁରୀ ଅଫିସ, ୧୯ା୫: ବାତ୍ୟାରେ ପୁରୀ ଜିଲାରେ ଲକ୍ଷାଧିକ ନଡ଼ିଆ ଗଛ ଭାଙ୍ଗିପଡ଼ିଛି। ଫଳରେ ଆଗାମୀ ଦିନରେ ନଡ଼ିଆ ଓ ପଇଡ଼ ଅଭାବ ପଡ଼ିପାରେ। ଶ୍ରୀମନ୍ଦିରରେ...

Advertisement
Archives

Model This Week