ଖୋଲା ସ୍ଥାନରେ ପୋଡ଼ାଯାଉଛି ବର୍ଜ୍ୟବସ୍ତୁ

ଯାଜପୁର ଅଫିସ,୧୬ା୧: କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଦ୍ୱାରା ରାଜ୍ୟରେ ଡାକ୍ତରୀ ଜୈବ ଆବର୍ଜନା(ବାୟୋ ମେଡିକାଲ ୱେଷ୍ଟ) ପରିଚାଳନାର ଉନ୍ନତି ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଏଥିପାଇଁ ଯାଜପୁର ଜିଲାରେ ମେଡିଆରା ଆଡ୍‌ ପ୍ରାଇଭେଟ ଲିଃ ଓ ସାନି କ୍ଲିନ୍‌ ନାମକ ସଂସ୍ଥା କାର୍ଯ୍ୟ କରୁଛି। ତଥାପି ଜିଲାରେ ବର୍ଜ୍ୟବସ୍ତୁ ପରିଚାଳନା ଠିକ ଭାବେ କାର୍ଯ୍ୟକାରୀ ହୋଇ ପାରୁନାହିଁ। ବୁଧବାର ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟସ୍ଥ ଏକ ନର୍ସିଂହୋମର ବର୍ଜ୍ୟ ବସ୍ତୁ ନରସିଂହ ଚୌଧୁରୀ(ଏନ୍‌ସି) ହାଇସ୍କୁଲ ପରିସରରେ ପକାଇ ପୋଡି ଦେବା ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏନ୍‌ସି ହାଇସ୍କୁଲର ଶିକ୍ଷଣୀୟ ବାତାବରଣ ନଷ୍ଟ ହେବା ସହ ଆଖପାଖ ଅଞ୍ଚଳବାସୀ ବିଷାକ୍ତ ଧୂଆଁରେ ଅଣନିଃଶ୍ୱାସୀ ହୋଇ ପଡିଥିଲେ। ଏପରି କି ଏହି ନିଆଁ ଓ ଧୂଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ସହଯୋଗ ନେବାକୁ ପଡ଼ିଥିଲା। ଏହି ଘଟଣାରୁ ଜିଲାରେ ବର୍ଜ୍ୟବସ୍ତୁ ପରିଚାଳନା ଦିଗହରା ହେଉଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି।
ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ ରକ୍ତଭିଜା ତୁଳା ସହିତ ପ୍ଲାଷ୍ଟିକ ସାଲାଇନ ବୋତଲ, ପରିସ୍ରାନଳୀ, ସିରିଞ୍ଜ, ପ୍ଲାଷ୍ଟିକ ଥଳି, ବ୍ୟବହୃତ ରକ୍ତର ଥଳି, କ୍ୟାଥେଟର ଓ ବ୍ୟବହୃତ ଗ୍ଲୋବ୍ସ ଆଦି ପଦାରେ ପଡୁଛି। ସାମାନ୍ୟ ପବନ ହେଲେ ଏହି ବିପଦପୂର୍ଣ୍ଣ କଠିନ ବର୍ଜ୍ୟବସ୍ତୁ ଜନବସତି ଆଡ଼କୁ ଉଡୁଛି। ବେସରକାରୀ ଡାକ୍ତରଖାନା, ପ୍ୟାଥୋଲ୍ୟାବ, ନର୍ସିଂହୋମ ଓ ସରକାରୀ ଡାକ୍ତରଖାନାର ଏହି ବିପଦପୂର୍ଣ୍ଣ ବର୍ଜ୍ୟବସ୍ତୁ ବିଶୋଧନ ପାଇଁ ନିୟୋଜିତ ସଂପୃକ୍ତ କମ୍ପାନୀମାନେ ତାଙ୍କ ଦାୟିତ୍ୱକୁ ଭୁଲି ଯାଇଛନ୍ତି। ଫଳରେ ଏହି ବର୍ଜ୍ୟବସ୍ତୁ ସଚରାଚରକୁ ଦୂଷିତ କରିବା ସହିତ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏହା ଲୋକଙ୍କ ଜୀବନ ସହ ଖେଳ ଖେଳାଯାଉଛି ବୋଲି ଅଭିଯୋଗ ହୋଇଛି। ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ସହ ନର୍ସିଂହୋମଗୁଡ଼ିକ ଓଏସ୍‌ପିସିବି ସହିତ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଚୁକ୍ତି କରିଛନ୍ତି। କେତେକ ନର୍ସିଂହୋମ ଓ ପାଥୋଲ୍ୟାବ ବର୍ଜ୍ୟବସ୍ତୁ ପରିଚାଳନା କରିବାକୁ କୁଣ୍ଠାପ୍ରକାଶ କରି ପ୍ରାଧିକରଣ କିମ୍ବା ନବୀକରଣ କରୁ ନାହାନ୍ତି। ଯଦ୍ୱାରା ଜିଲାରେ ବର୍ଜ୍ୟବସ୍ତୁ ପରିଚାଳନା ବିପର୍ଯ୍ୟସ୍ତ ହୋଇ ପଡିଛି। ଡାକ୍ତରଖାନା ଓ ନର୍ସିଂହୋମର ବିପଦପୂର୍ଣ୍ଣ ବର୍ଜ୍ୟବସ୍ତୁ ବିଶୋଧନ ପାଇଁ ଦାୟିତ୍ୱରେ ଥିବା ଠିକାସଂସ୍ଥା ସପ୍ତାହକୁ ଥରେ ଆସି ବର୍ଜ୍ୟବସ୍ତୁ ନେଇ ବିଶୋଧନ କରିବା ପରିବର୍ତ୍ତେ ତାହାକୁ କେଉଁଠି ପୋତି ଦିଆଯାଉଛି ତ ଅନ୍ୟ କେଉଁଠି ପୋଡି ଦିଆଯାଉଛି। ବୁଧବାର ସକାଳେ ଏନ୍‌ସି ହାଇସ୍କୁଲ ପରିସରରେ ଏହା ଦେଖିବାକୁ ମିଳିଛି। ଏହାଦ୍ୱାରା ବାୟୁ ପ୍ରଦୂଷଣ ଉତ୍କଟ ହେଉଥିବାବେଳେ ସଂକ୍ରମଣ ବ୍ୟାପିବାର ଅଧିକ ସମ୍ଭାବନା ସୃଷ୍ଟି କରିଛି। ରୋଗୀ ତଥା ରୋଗୀଙ୍କ ପରିବାରବର୍ଗଙ୍କୁ ସଂକ୍ରମଣରୁ ରକ୍ଷା କରିବା ପରିବର୍ତ୍ତେ ଏଭଳି ବେଆଇନ କାର୍ଯ୍ୟ ସେମାନଙ୍କ ପାଇଁ ବିପଦାପନ୍ନ ହୋଇଛି। ଏହାଦ୍ୱାରା ମେଡିକାଲ ତଥା ସ୍କୁଲ ପରିସରରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଏନ୍‌ସି ହାଇସ୍କୁଲ ସମ୍ମୁଖରେ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ଏକାଧିକ ଔଷଧଦୋକାନ, ପାଥୋଲ୍ୟାବ ଆଦି ରହିଛି। ତେଣୁ ବର୍ଜ୍ୟବସ୍ତୁ ପୋଡ଼ିବା ଯୋଗୁ ୱାର୍ଡରେ ଚିକତ୍ସିତ ହେଉଥିବା ରୋଗୀଙ୍କ ପାଇଁ ମଧ୍ୟ ବିପଦ ବୋଲି ମତପ୍ରକାଶ ପାଇଛି। ଏସଂକ୍ରାନ୍ତରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି କଠିନ ବର୍ଜ୍ୟବସ୍ତୁ ବାହାରେ ପକାଇ ପୋଡିବା ନିହାତି ଭାବେ ବେଆଇନ କାର୍ଯ୍ୟ। ଏନେଇ ଆବଶ୍ୟକ ତଦନ୍ତ କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୩୧ ପର୍ଯ୍ୟନ୍ତ ସବୁ ସରକାରୀ ଅଫିସକୁ ଜନସାଧାରଣଙ୍କୁ ମନା: ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଚିନ୍ତା ବଢିଛି। ଏହି ପରିପ୍ରେକ୍ଷୀରେ ଚଳିତ ମାସ ୩୧ତାରିଖ...

ବିକ୍ରି ହେଉନି ବନଜାତ ଦ୍ରବ୍ୟ

କୁଆମରା,୬ା୫(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଞ୍ଚଳରେ ବନଜାତ ଦ୍ରବ୍ୟର ଅଭାବୀ ବିକ୍ରି ସମସ୍ୟା ଦେଖାଦେଇଛି। ଫଳରେ ଏଠାକାର ଆଦିବାସୀମାନେ ଶୋଷଣର ଶିକାର ହେଉଛନ୍ତି।...

ରାଜ୍ୟରେ ମ୍ୟାଲେରିଆ ୪୦.୩୯% କମିଛି

ଭୁବନେଶ୍ୱର, ୫।୧୨(ବ୍ୟୁରୋ): ମ୍ୟାଲେରିଆ ହ୍ରାସ କରିବାରେ ଭାରତ ଯଥେଷ୍ଟ ଅଗ୍ରଗତି କରିଛି। ୨୦୧୮ ତୁଳନାରେ ୨୦୧୯ରେ ୧୭.୬% ହ୍ରାସ ପାଇଥିବା ବିଶ୍ୱ ମ୍ୟାଲେରିଆ ରିପୋର୍ଟ-୨୦୨୦ରେ ପ୍ରକାଶ...

ସ୍ତ୍ରୀଙ୍କ ମୃତଦେହ କାନ୍ଧରେ ବୋହିବା ଘଟଣା:ସମୁଲୁଙ୍କୁ ୧୦ ହଜାର ଟଙ୍କା ସହାୟତା ଦେଲା ପ୍ରଶାସନ

ପଟ୍ଟାଙ୍ଗି,୧୦ା୨(ଡି.ଏନ.ଏ.):ପଡୋଶୀ ଆନ୍ଧ୍ରକୁ ଯାଇ ଶ୍ରମିକ ଭାବେ ଖଟି ରୋଜଗାର କରି ଟଙ୍କା ଆଣି ଚାଷ କରିବି ବୋଲି ଯେଉଁ ସ୍ବପ୍ନ ଦେଖିଥିଲି ତାହା ମୋର ଅଧୁରା...

ମାଟ୍ରିକ୍‌ ପରୀକ୍ଷାରୁ ଦଳିତ ଛାତ୍ର ବଞ୍ଚିତ ହେବା ମାମଲା: ୩୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଓଏଚ୍‌ଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨ା୧୧(ବ୍ୟୁରୋ): ଆଡମିଟ୍‌ କାର୍ଡ ନ ପାଇବାରୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆୟୋଜିତ ୨୦୧୫ ମାଟ୍ରିକ୍‌ ପରୀକ୍ଷାରୁ ବଞ୍ଚିତ ହୋଇଥିଲେ ଅନୁଗୋଳ ଜିଲା ପାଲଲହଡ଼ା...

କଫ ସିରପ୍‌, ନିଶାବଟିକା ଚାଲାଣ ଯୋଜନା ପଣ୍ଡ: ୪ ଗିରଫ

ବରଗଡ଼ ଅଫିସ,୨୫ା୭: ବରଗଡ଼ ଜିଲା ବରପାଲି ପୋଲିସ ହାତରେ କଫ ସିରପ୍‌, ନିଶା ବଟିକା ଚାଲାଣ ଧରାପଡ଼ିଛି। ଏଥିରେ ସମ୍ପୃକ୍ତ ୪ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।...

ବାଘ ଆକ୍ରମଣରେ ଆହତ ସମ୍ବର ଆଖି ବୁଜିଲା

ଠାକୁରମୁଣ୍ଡା,୪।୧(ଡି.ଏନ୍‌.ଏ.): କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଚମ୍ପାଝର ଫରେଷ୍ଟ ବିଟ୍‌ ଅନ୍ତର୍ଗତ ଭେଜଡିହା ଗ୍ରାମ ନିକଟରେ ସୋମବାର ସକାଳେ ଆହତ ଅବସ୍ଥାରେ ମିଳିଥିବା ଏକ ସମ୍ବରର...

କପିଳେଶ୍ୱର ମନ୍ଦିର ତାଲା ଭାଙ୍ଗିଲେ ମହିଳା

ପୁରୁଣା ଭୁବନେଶ୍ୱର,୭ା୩(ଡି.ଏନ୍‌.ଏ.):ଦୀର୍ଘ ୧୦ଦିନ ହେବ ଶ୍ରୀକପିଳେଶ୍ୱର ମନ୍ଦିର ବନ୍ଦ ରହିଥିବା ବେଳେ ଠାକୁର ଉପବାସ ରହଛନ୍ତି। ସୋମବାର ଅପରାହ୍ନରେ କପିଳେଶ୍ୱର ଗ୍ରାମର କେତେଜଣ ମଲିଆ ସେବାୟତ...

Advertisement
Archives

Model This Week