Posted inଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ସ୍ବସ୍ତିଙ୍କୁ ସ୍ବର୍ଣ୍ଣିମ ସଫଳତା

ଭୁବନେଶ୍ୱର, ୧୫ା୧ (କ୍ରୀଡ଼ା ପ୍ରତିନିଧି)- ସୋମବାର ରୌପ୍ୟ ପଦକ, ମଙ୍ଗଳବାର ସ୍ବର୍ଣ୍ଣ। ଏମିତି ସଫଳତା ସାଉଁଟିଛନ୍ତି ଓଡ଼ିଶାର ପ୍ରତିଭାସମ୍ପନ୍ନ ସାଇକ୍ଲିଷ୍ଟ ସ୍ବସ୍ତି ସିଂ। ଆସାମର ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌୍‌ ଗେମ୍ସର ମଙ୍ଗଳବାର ଅନୁଷ୍ଠିତ ୨୧ ବର୍ଷରୁ କମ୍‌ ସାଇକ୍ଲିଂ ବାଳିକା ସ୍କ୍ରାଚ୍‌ ରେସ୍‌ରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ଏବଂ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ(ଆରଏସପି)କୁ ଗର୍ବିତ କରିଛନ୍ତି ଏହି ଉଦୀୟମାନ ଆଥଲେଟ୍‌। ୭.୫ କିଲୋମିଟର ବିଶିଷ୍ଟ ସ୍କ୍ରାଚ୍‌ ରେସ୍‌କୁ ୧୪:୫୩.୨୩୨ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସ୍ବସ୍ତି। ଏଥିସହ ନିଜ ଉଜ୍ଜ୍ୱଳ ଭବିଷ୍ୟତର ସେ ସୂଚନା ଦେଇଛନ୍ତି। କର୍ନାଟକର କୀର୍ତ୍ତି ରଙ୍ଗାସ୍ବାମୀ ତାଙ୍କଠାରୁ ୦.୨୪୬ ଏବଂ ଆସାମର ଚୟନିକା ଗୋଗୋଇ ୦.୪୫୨ ସେକେଣ୍ଡ ଅଧିକ ସମୟ ନେଇ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସ୍ବସ୍ତିଙ୍କ ସ୍ବର୍ଣ୍ଣିମ ସଫଳତାରେ ସ୍ବତଃ ଗର୍ବ ଅନୁଭବ କରୁଛନ୍ତି କୋଚ୍‌ ସୁଶୀଲ କୁମାର ଦାସ। କାରଣ ଆରଏସପିରେ ସୁଶୀଲଙ୍କ ପ୍ରଶିକ୍ଷଣରେ ନିଜ ଖେଳର ମୂଳଦୁଆ ପକାଇଥିବା ସ୍ବସ୍ତି ଏବେ ସଫଳତାର ଶୀଡ଼ି ଚଢ଼ିବା ଆରମ୍ଭ କରିଛନ୍ତି।
ପ୍ରକାଶ ଯୋଗ୍ୟ ଯେ, ସୋମବାର ଅନୁଷ୍ଠିତ ୨୧ ବର୍ଷରୁ କମ୍‌ ବାଳିକା ୬୦ କିଲୋମିଟର ବ୍ୟକ୍ତିଗତ ରୋଡ୍‌ ରେସ୍‌ରେ ସ୍ବସ୍ତି ରୌପ୍ୟ ପଦକ ହାସଲ କରିଥିଲେ। ଏହି ରେସ୍‌ରେ ୨:୧୧:୫୨.୨୧ ସେକେଣ୍ଡ ସମୟ ନେଇ ସେ ଅଳ୍ପକେ ସ୍ବର୍ଣ୍ଣ ପଦକ ହାସଲରୁ ବଞ୍ଚତ୍ତ ହୋଇଥିଲେ। ତେବେ ସେଥିରେ ନିରାଶ ନ ହୋଇ କିମ୍ବା କୌଣସି ଚାପର ବଶବର୍ତ୍ତୀ ନ ହୋଇ ଗୋଟିଏ ଦିନ ପରେ ନିଜ ଦକ୍ଷତା ଦେଖାଇଛନ୍ତି। ୧୫ ପ୍ରତିଦ୍ୱନ୍ଦ୍ୱୀବିଶିଷ୍ଟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟର ଟେକ ରଖିଛନ୍ତି। ତାଙ୍କ ପୂର୍ବରୁ ଓଡ଼ିଶାର ତଥା ଆରଏସପିର ଅନ୍ୟତମ ସାଇକ୍ଲିଷ୍ଟ ଦୀନେଶ କୁମାର ମଧ୍ୟ ଏହି ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୨୧ ବର୍ଷରୁ କମ୍‌ ୩୦ କିଲୋମିଟର ଟାଇମ୍‌ ଟ୍ରାଏଲ ଇଭେଣ୍ଟରେ ୪୦:୧୧:୧୩୩ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଥିଲେ ଏହି ସାଇକେଲ ପ୍ରତିଭା। ସ୍ବସ୍ତିଙ୍କ ସାଫଲ୍ୟ ଫଳରେ ଚଳିତ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ସାଇକ୍ଲିଂ ଇଭେଣ୍ଟରୁ ହିଁ ଓଡ଼ିଶାକୁ ଏପର୍ଯ୍ୟନ୍ତ ସର୍ବାଧିକ ସଫଳତା ମିଳିଛି। ଉଭୟ ଦୀନେଶ ଓ ସ୍ବସ୍ତି ଆହୁରି ୨ଟି ଲେଖାଏ ଇଭେଣ୍ଟରେ ଭାଗ ନେବାକୁ ଥିବାରୁ ଏଥିରୁ ଓଡ଼ିଶାର ପଦକ ସଂଖ୍ୟା ବଢ଼ିବା ସମ୍ଭାବନା ରହିଛି।
ଜଗଦୀଶ ବାରିକ ଏହି ପ୍ରତିଯୋଗିତାର ଜିମ୍ନାଷ୍ଟିକ୍ସ ଇଭେଣ୍ଟରେ ଓଡ଼ିଶା ପାଇଁ ପ୍ରଥମ ସ୍ବର୍ଣ୍ଣ ଜିତିଥିଲେ। ସେ ୧୭ ବର୍ଷରୁ କମ୍‌ ପୁରୁଷ ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସର ଭଲ୍ଟ ଟେବୁଲରେ ସ୍ବର୍ଣ୍ଣ ଏବଂ ହରିଜୋଣ୍ଟାଲ ବାର୍‌ସରେ ରୌପ୍ୟ ପଦକ ହାସଲ କରିଥିଲେ।

୭.୫ କିମି ସ୍କ୍ରାଚ୍‌ ରେସ୍‌
୧: ସ୍ବସ୍ତି ସିଂ, ଓଡ଼ିଶା, ୧୪:୫୩.୨୩୨ ସେକେଣ୍ଡ
୨: କୀର୍ତ୍ତି ରଙ୍ଗାସ୍ବାମୀ, କର୍ନାଟକ, ୦.୨୪୬ ସେକେଣ୍ଡ ଅଧିକ
୩: ଚୟନିକା ଗୋଗୋଇ, ଆସାମ, ୦.୪୫୨ ସେକେଣ୍ଡ ଅଧିକ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri