Posted inଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ପରିବେଶ ସୁରକ୍ଷା ପାଇଁ ବ୍ୟବହାର ହେବ ଇଲେକ୍‌ଟ୍ରିକ କାର୍‌

ଗୁଆହାଟୀ,୯।୧(ପି.ଟି.)- ବିଭିନ୍ନ ଦୃଷ୍ଟିକୋଣରୁ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ଏଥର ବିଶେଷ ଗୁରୁତ୍ୱ ବହନ କରିବ। ଏହା ସାରା ଦେଶରେ କ୍ରୀଡ଼ାର ପ୍ରଚାର ଓ ପ୍ରସାର କରିବା ସଙ୍ଗେସଙ୍ଗେ ପରିବେଶ ତଥା ପର୍ଯ୍ୟାବରଣର ସୁରକ୍ଷା ଓ ଉନ୍ନତି ପାଇଁ ଦୃଷ୍ଟାନ୍ତମୂଳକ ଉଦାହରଣ ସୃଷ୍ଟି କରିବ। ପ୍ରଥମ ଥର ପାଇଁ ଖୋଲୋ ଇଣ୍ଡିଆରେ ଇଲେକ୍‌ଟ୍ରିକ କାର ବ୍ୟବହାର କରାଯିବ। ଭେନ୍ୟୁଗୁଡିକ ମଧ୍ୟରେ ପଦାଧିକାର ଓ ଅନ୍ୟାନ୍ୟ ବ୍ୟକ୍ତିଙ୍କ ପରିବହନ ପାଇଁ ଏହି ଇଲେକ୍‌ଟ୍ରିକ କାରର ସାହାଯ୍ୟ ନିଆଯିବ। ଏଠାରେ ଖେଲୋ ଇଣ୍ଡିଆର ତୃତୀୟ ସଂସ୍କରଣ ଆସନ୍ତା ୧୦ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖରେ ଶେଷ ହେବ। ପ୍ରଥମଥର ପାଇଁ ଇଲେକ୍‌ଟ୍ରିକ ଭେଇକଲ ପ୍ରୋଗ୍ରାମର ପ୍ରମୋଶନ କରାଯିବ।
ମୋଟ ଉପରେ ୪ଟି ଇଲେକ୍‌ଟ୍ରିକ କାର ବ୍ୟବହାର କରାଯିବ। ଖେଳ ସମୟରେ ଭିନ୍ନ ଭିନ୍ନ ଭେନ୍ୟୁରେ କାରକୁ ଚାର୍ଜ କରିବା ପାଇଁ ଚାର୍ଜିଂ ଷ୍ଟେଶନ ମଧ୍ୟ ସ୍ଥାପନ କରାଯିବ। ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ପାଇଁ ୩ଟି ଇଲେକ୍‌ଟ୍ରିକ କାର ବ୍ୟବହାର କରାଯିବ। ତେବେ ଗୋଟିଏ କାର ପଦର୍ଶନ ପାଇଁ ଗୋଟିଏ ଭେନ୍ୟୁରେ ସ୍ଥାପନ କରାଯିବ।
ଦେଶରେ ଶକ୍ତିର ଅପଚୟ ଓ କାର୍ବନ ଗ୍ୟାସ୍‌କୁ ଦୃଷ୍ଟିରେ ରଖି ଇଲେକ୍‌ଟ୍ରିକ୍‌ ଗାଡ଼ିର ବ୍ୟବହାର ନେଇ ସଚେତନତା ସୃଷ୍ଟି କରାଯିବ। ଏହି ଗାଡି ବ୍ୟବହାର କରାଗଲେ ୨୦୩୦ ସୁଦ୍ଧା ଶକ୍ତି ତଥା ଉର୍ଜା କ୍ଷେତ୍ରରେ ଦେଶର ୬୪ ପ୍ରତିଶତ ଡିମାଣ୍ଡ କମିବ। ସେହିପରି କାର୍ବନ ନିର୍ଗମନ ୩୭ ପ୍ରତିଶତ କମିବ। ଦେଶର ୩୨ଟି ସହରରେ ୧୫୦୦ଟି ଏଭଳି ଇଲେକ୍‌ଟ୍ରିକ ଗାଡି ନିୟୋଜନ କରାଯାଇଛି।
କ୍ରୀଡ଼ା ସଂସ୍କୃତିର ପ୍ରଚାର ପ୍ରସାର ସହିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ ପରିବେଶ ସଂରକ୍ଷଣ ପାଇଁ ମଧ୍ୟ କାର୍ଯ୍ୟକରୁଛି। ଦେଶର ସବୁ ସାଇ ସେଣ୍ଟରରେ ଗୋ ଗ୍ରୀନ୍‌ ପଲିସିକୁ ଆପଣାଯାଇଛି। ଏଥିପାଇଁ ଆମେ ଇଲେକ୍‌ଟ୍ରିକ ଗାଡି ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ ସମ୍ପାଦକ ରୋହିତ ଭରଦ୍ୱାଜ କହିଛନ୍ତି। ଯଦି ଦେଶର ଅଧିକାଂଶ ଲୋକ ଇଲେକ୍‌ଟ୍ରିକ୍‌ ଗାଡି ବ୍ୟବହାର କରନ୍ତେ ତା,ହେଲେ ପରିବେଶ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡିବ ଓ ଏହା ମଧ୍ୟ ନିହାତି ଜରୁରୀ ବୋଲି ରୋହିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri